ଓଡିଶା

odisha

ETV Bharat / city

Panchayat Election; ଜିଲ୍ଲାୱାରୀ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା Congress - ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି

ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଡ ସଜାଡିବାକୁ ରାଜ୍ୟ କଂଗ୍ରେସର ସଜବାଜ । ଜିଲ୍ଲାୱାରୀ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ନେତାଙ୍କୁ ବଣ୍ଟାଯାଇଛି ଜିଲ୍ଲା ଦାୟିତ୍ବ । ଅଧିକ ପଢନ୍ତୁ

PanchayatElectionsPreparations
PanchayatElectionsPreparations

By

Published : Nov 22, 2021, 10:27 PM IST

ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗଡ ସଜାଡିବାକୁ ରାଜ୍ୟ କଂଗ୍ରେସର ସଜବାଜ । ଜିଲ୍ଲାୱାରୀ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ନେତାଙ୍କୁ ବଣ୍ଟାଯାଇଛି ଜିଲ୍ଲା ଦାୟିତ୍ବ ।

ସାମ୍ପ୍ରତିକ ରାଜନୈତିକ ଦୃଶ୍ୟପଟରେ କଂଗ୍ରେସ ଅନ୍ୟ ଦଳ ମାନଙ୍କ ଅପେକ୍ଷା ପଛରେ ପଡି ଗଲା ଭଳି ମନେ ହେଉଥିଲା । ହେଲେ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସାଙ୍ଗଠନିକ କ୍ଷେତ୍ରରେ ପୁନର୍ଗଠନ କରିବାକୁ ଅଣ୍ଟା ଭିଡିଛି ପିସିସି। ପଞ୍ଚାୟତ ଓ ପୌର ନିର୍ବାଚନକୁ ନିଜ ଅକ୍ତିଆରକୁ ନେବା ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଛି କଂଗ୍ରେସ।

ଏଥିପାଇଁ ଆଜି (ସୋମବାର) 33 ସାଙ୍ଗଠନିକ ଜିଲ୍ଲା ପାଇଁ ଉପ-ସଭାପତି, ସାଧାରଣ-ସମ୍ପାଦକ ଏବଂ ସମ୍ପାଦକ ମାନଙ୍କୁ ଦାଇତ୍ବ ଦିଆଯାଇଛି। ବାରିଷ୍ଠତା ଓ ଅଭିଜ୍ଞତା ଭିତରେ ନେତା ମାନଙ୍କୁ ଦାୟିତ୍ବ ଦେଇଛି ଦଳ । ସାଂଗଠନିକ ସ୍ତରରେ କିଭଳି କଂଗ୍ରେସ ଅଧିକ ଲୋକାଭିମୁଖୀ ହେବ, ସେଥିପାଇଁ ନେତା ମାନଙ୍କୁ ଦାଇତ୍ବ ଦିଆଯାଇଛି।

ଏହା ଦ୍ବାରା କଂଗ୍ରେସ ଅଧିକ ସଂଗଠିତ ହୋଇ ଜନସାଧାରଣଙ୍କ ବିଶ୍ବାସ ଜିତିବାର କେତେ ସକ୍ଷମ ହେଉଛି ତାହା ନିର୍ବାଚନ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details