ଭୁବନେଶ୍ବର:କୋରୋନା ମହାମାରୀ ମହାଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ପାଖେ ଫେରାଦ ହେଲା ରାଜ୍ୟ କଂଗ୍ରେସ । ଏନେଇ ଲୋକାୟୁକ୍ତଙ୍କ ପାଖରେ ମାମଲା ଦାୟର କଲେ ସୁଦର୍ଶନ ଦାସ । କୋରୋନା ମହାମାରୀ ସମୟରେ ଓଡିଶା ଔଷଧ ନିଗମ ଦ୍ବାରା ମାସ୍କ, ଟେଷ୍ଟିଙ୍ଗ କିଟ, ରିଏଲଟାଇମ ପିସିଆର, ରାପିଡ଼ ଟେଷ୍ଟିଙ୍ଗ ମେସିନ, ପିପିଇ, ନେବୁଲାଇଜର ବାଇପାସ ମେସିନ କିଣାରେ ଅନିୟମିତତା ହୋଇଥିବାରୁ ଏନେଇ ତଦନ୍ତ ହେବାସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ କଂଗ୍ରେସ ପକ୍ଷରୁ ଲୋକାୟୁକ୍ତଙ୍କ ପାଖରେ ଏକ ମାମଲା ଦାୟର ହୋଇଛି । ଆଇନ ଅନୁସାରେ ଯଥାବିଧି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ନେତା ସୁଦର୍ଶନ ଦାସ ଓ ପଞ୍ଚାନନ କାନୁନଗୋ ।
କୋରୋନା ମହାମାରୀ ମହାଦୁର୍ନୀତି, ଲୋକାୟୁକ୍ତ ପାଖେ ଫେରାଦ ହେଲା କଂଗ୍ରେସ - ରାଜ୍ୟ କଂଗ୍ରେସ
କୋରୋନା ମହାମାରୀ ମହାଦୁର୍ନୀତି ନେଇ ଲୋକାୟୁକ୍ତଙ୍କ ପାଖେ ଫେରାଦ ହେଲା ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ..
କୋରୋନା ମହାମାରୀ ମହାଦୁର୍ନୀତି, ଲୋକଯୁକ୍ତ ପାଖେ ଫେରାଦ ହେଲା କଂଗ୍ରେସ
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ
Last Updated : Jun 17, 2020, 11:08 PM IST