ଓଡିଶା

odisha

ETV Bharat / city

ଶାସକ ଦଳ ରାଜନୈତିକ ଆକ୍ରୋଶ ରଖି ଏଭଳି କରୁଛନ୍ତି: ସୁର - ଆୟ ବହିର୍ଭୁତ ସମ୍ପତି ଠୁଳ ମାମଲା

ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ପୁଣି ଭିିଜିଲାନ୍ସ ରେଡ । ସରକାର ଆକ୍ରୋଶ ରଖି କାର୍ଯ୍ୟାନୁଷ୍ଠାନ ନେଉଥିବା କହିଲେ ସୁର । ଅଧିକ ପଢନ୍ତୁ...

Suro routray reaction on pradeep panigrahi vigilance raid
ଶାସକ ଦଳ ରାଜନୈତିକ ଆକ୍ରୋଶ ରଖି ଏଭଳି କରୁଛନ୍ତି : ସୁର

By

Published : Oct 17, 2021, 6:56 PM IST

ଭୁବନେଶ୍ବର: ରାଜନୈତିକ ଆକ୍ରୋଶ ରଖି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ରାଜ୍ୟ ସରକାର । ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ ।

ଶାସକ ଦଳ ରାଜନୈତିକ ଆକ୍ରୋଶ ରଖି ଏଭଳି କରୁଛନ୍ତି : ସୁର

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ଼ ଏକ ରାଜନୈତିକ ଆକ୍ରୋଶ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ପୁଣି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଭୁବନେଶ୍ବର ସରକାରୀ ବାସଭବନ, ବ୍ରହ୍ମପୁର ବାସଭବନ, ସମ୍ପର୍କୀୟଙ୍କ ବାସଭବନରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି ହେଲେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି ବିରୋଧୀ । ରାଜନୈତିକ ଉଦେଶ୍ୟ ପ୍ରଣୋଦିତ ରଖି ରେଡ଼ କରାଯାଉଛି । ପୂର୍ବରୁ ଯେତେବେଳେ ସେ ବିଜେଡିରେ ଥିଲେ ସେତେବେଳେ କଣ ପାଇଁ ଧରାଯାଉନଥିଲା ବୋଲି ପ୍ରଶ୍ନ କରିଛନ୍ତି ଏବଂ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି କରାଯାଉଛି ସୁର ରାଉତରାୟ କହିଛନ୍ତି। ଲୋକଯୁକ୍ତଙ୍କ ନିର୍ଦ୍ଦେଶରେ ପ୍ରାୟ ୧୫ଟି ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ଭୁବନେଶ୍ବର, ବ୍ରହ୍ମପୁରରେ ଏହି ଚଢ଼ାଉ ଜାରି ରହିଛି ।

ସୂଚନାଥାଉକି ଗତବର୍ଷ ଆଇଏଫଏସ ଅଧିକାରୀ ଅଭୟ ପାଠକ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଗିରଫ ହୋଇଥିଲେ । ଏହାପରେ ତାଙ୍କୁ ସହାୟତା କରିବା ଅଭିଯୋଗରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବିଜେଡିରୁ ବହିଷ୍କାର କରିଥିଲେ ନବୀନ ପଟ୍ଟନାୟକ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details