ଭୁବନେଶ୍ବର: ବିଜେପୁର ପାଇଁ କଂଗ୍ରେସ ପ୍ରାର୍ଥୀ ଦିଲ୍ଲୀପ ପଣ୍ତାଙ୍କ ପ୍ରାର୍ଥୀତ୍ବକୁ ନେଇ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରାର୍ଥୀ ତାଲିକାରେ ରିପୁନାଥ ସେଠଙ୍କ ପୁଅ ଅଭିଷେକ ସେଠଙ୍କ ନାଁ ଆଗରେ ଥିବାବେଳେ ତାଙ୍କ ନାଁ କେମିତି କଟିଲା ତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଏପରିକି ଇଜିନିୟରିଂ ପଢ଼ୁଥିବା କାରଣରୁ ତାଙ୍କ ଟିକେଟ କଟାଯାଇଛି ବୋଲି କାରଣ ଦର୍ଶାଯାଇଛି । ଏହି କାରଣ ପାଇଁ କାଟିବା ଯର୍ଥାତ ନୁହେଁ ବୋଲି କହିଛନ୍ତି ରିପୁନାଥ ସେଠ।
କଂଗ୍ରେସରେ କନ୍ଦଳ, ଦିଲ୍ଲୀପ ପଣ୍ତାଙ୍କ ପ୍ରାର୍ଥୀତ୍ବକୁ ନେଇ କୁହୁଳୁଛି ନିଆଁ - bijepur bypolls
ପୁଣି ଦେଖାଦେଲା କଂଗ୍ରେସରେ କନ୍ଦଳ । ବିଜେପୁର ଉପନିର୍ବାଚନ ପାଇଁ ଦିଲ୍ଲୀପ ପଣ୍ତାଙ୍କ ପ୍ରାର୍ଥୀତ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରିପୁନାଥ ସେଠ । ନିଜ ପୁଅଙ୍କ ଟିକେଟ କଟିବା ପରେ ଅସନ୍ତୋଷ ଜାହିର କରିଛନ୍ତି ରିପୁନାଥ ।
ପିସିସି ଚାହିଁଥିଲେ ଟିକେଟ ଦେଇପାରିଥାନ୍ତା, ଏହାର ଜବାବ ଉଚିତ ସମୟରେ ଦିଆଯିବ ବୋଲି କହିଛନ୍ତି ରିପୁନାଥ ସେଠ । ତେବେ ଦଳ ଯେହେତୁ ଦିଲ୍ଲୀପ ପଣ୍ତାଙ୍କୁ ପ୍ରାର୍ଥୀ କରିଛି ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି କହିଛନ୍ତି ସେ । ଏପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ଯେ କମିଟି ଯାହା ସୁପାରିଶ କରିଛି ତାହା ଏଆଇସିସିର ନିଷ୍ପତି କ୍ରମେ ହୋଇଛି। କଂଗ୍ରେସ ଦଳର ଜଣଙ୍କୁ ପ୍ରାର୍ଥୀ କରାଯାଇଛି। ସେ କାହାରି ନାମକୁ ବ୍ୟକ୍ତଗତ ଭାବେ ସୁପାରିଶ କରି ନାହାନ୍ତି । କଂଗ୍ରେସର ଏହି ବିପର୍ଯ୍ୟୟ ବେଳେ ସମସ୍ତେ ସହଯୋଗ କରିବେ ବୋଲି କହିଛନ୍ତି ନିରଞ୍ଜନ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ