ଭୁବନେଶ୍ବର:ପୂର୍ବତନ ବିଧାୟକ ରାଜେନ୍ଦ୍ର ପ୍ରସାଦ ସିଂଙ୍କ ବିୟୋଗରେ ଗୃହରେ ଶୋକ ପ୍ରସ୍ତାବ ଆଗତ । ଭିସି ଜରିଆରେ ଗୃହରେ ଶୋକ ପ୍ରସ୍ତାବ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦଳ ତରଫରୁ ସମର୍ଥନ ଜଣାଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ । ବିଧାୟକମାନଙ୍କ ଦ୍ଵାରା ଗୋଟିଏ ମିନିଟ ଗୃହରେ ନୀରବ ପ୍ରାର୍ଥନା ହୋଇଛି ।
ଶୋକ ପ୍ରସ୍ତାବକୁ ଦଳ ତରଫରୁ ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ ସମର୍ଥନ ଜଣାଇଥିଲେ । କଂଗ୍ରେସ ଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତି ସମର୍ଥନ ଜଣାଇଛନ୍ତି । ବାଚସ୍ପତି ବିକ୍ରମ କେଶରୀ ଆରୁଖ ଶୋକ ପ୍ରକାଶ କରି ଗୃହରେ 1 ମିନିଟ ନୀରବ ପ୍ରାର୍ଥନା କରିବା ପାଇଁ କହିଥିଲେ । ବିଧାୟକ ମାନେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଗୃହରେ ନୀରବ ପ୍ରାର୍ଥନା କରିଥିଲେ ।