ଭୁବନେଶ୍ବର:କାଳ ସାଜିଲା ସ୍ମାର୍ଟସିଟି ଡ୍ରେନ । ରାଜଧାନୀ ଛାତି ଉପରେ ମୁକୁଳା ଡ୍ରେନ ମୃତ୍ୟୁଫାସରେ ପଡି ଅସମୟରେ ଛାଡିଚାଲିଗଲେ ରାଜା । ଆଉ ସହପାଠୀକୁ ଝୁରୁଛନ୍ତି ସାଙ୍ଗସାଥୀ। ଆଜି ସେ ପଢୁଥିବା ୟୁନିଟ ୮ ସ୍ଥିତ ବିଦ୍ୟାମନ୍ଦିରରେ ପାଳନ ହୋଇଛି ଶୋକସଭା । ତାଙ୍କ ସହିତ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ମନେପକାଇ ମ୍ରିୟମାଣ ହୋଇଛନ୍ତି ସହପାଠୀ,ଶିକ୍ଷକ ଓ ଶିକ୍ଷୟତ୍ରୀ ।
ରାଜାକୁ ଝୁରୁଛନ୍ତି ସାଙ୍ଗସାଥୀ-ଶିକ୍ଷକ, ସ୍କୁଲରେ ଶୋକସଭା
ରାଜାକୁ ଝୁରୁଛନ୍ତି ସାଙ୍ଗସାଥୀ। ଆଜି ସେ ପଢୁଥିବା ୟୁନିଟ ୮ ସ୍ଥିତ ବିଦ୍ୟାମନ୍ଦିରରେ ପାଳନ କରାଯାଇଛି ଶୋକସଭା। ତାଙ୍କ ସହିତ ବିତାଇଥିବା ପ୍ରତି ମୂହୁର୍ତ୍ତକୁ ମନେପକାଇ ମ୍ରିୟମାଣ ହୋଇଛନ୍ତି ସହପାଠୀ,ଶିକ୍ଷକ ଓ ଶିକ୍ଷୟତ୍ରୀ । ଅଧିକ ପଢନ୍ତୁ...
ଜ୍ୟୋତି ପ୍ରକାଶ ବେହେରା ଭୁବନେଶ୍ବରରୁ ୟୁନିଟ 8 ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦଶମ ଶ୍ରେଣୀରେ ପଢ଼ୁଥିଲେ । ରାଜାଙ୍କ ଅକାଳ ବିୟୋଗରେ ବେଶ ଶୋକାକୂଳ ପରିବେଶରେ ଶୋକସଭା ଆୟୋଜନ କରାଯାଇଛି। ସ୍କୁଲ ଓ ସାଙ୍ଗସାଥୀ ମାନେ ତାଙ୍କ ସହ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇ ଝୁରୁଛନ୍ତି। ସହପାଠୀମାନେ ନିୟତିର ନିଷ୍ଠୁର ନିଷ୍ପତ୍ତିକୁ ବିଶ୍ବାସ କରିପାରୁନାହିଁନ୍ତି । ସେ ନିଜ ସାଙ୍ଗସାଥୀଙ୍କ ଉତ୍ତମ ବ୍ୟବହାର କରିବା ସହ ଶାନ୍ତଶିଷ୍ଟ ସ୍ବଭାବର ଥିଲେ। ସେ ସମସ୍ତଙ୍କ ସହିତ ମିଶିବା ସହ ପାଠ ବିଷୟରେ ମଧ୍ୟ ଆଲୋଚନା କରୁଥିଲେ । ରାଜା କ୍ଲାସରେ ଜଣେ ମେଧାବୀ ଛାତ୍ର ଥିଲେ। ସ୍କୁଲର ଶିକ୍ଷକଙ୍କର ପ୍ରିୟ ଛାତ୍ର ଥିଲେ। ତାଙ୍କର ମୃତ୍ୟୁକୁ ନେଇ ସ୍କୁଲର ସାଙ୍ଗସାଥୀ ଓ ଶିକ୍ଷକ ଶିକ୍ଷୟତ୍ରିମାନେ ଭାଙ୍ଗି ପଡିଛନ୍ତି।
ଗତ ରବିବାର ଦିନ ରାଜଧାନୀର ସୌଭାଗ୍ୟ ନଗରରେ ଟ୍ୟୁସନ ଯିବାବେଳେ ଡ୍ରେନପାଣିରେ ଭାସି ଯାଇଥିଲେ ଜ୍ୟୋତିପ୍ରକାଶ । ଦୀର୍ଘ ୧୮ ଘଣ୍ଟାର ପରିଶ୍ରମ ପରେ ସୋମବାର ସକାଳେ ମୃତଦେହକୁ ଖୋଜିପାଇଥିଲା ଅଗ୍ନିଶମ ବିଭାଗ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ