ଓଡିଶା

odisha

ETV Bharat / city

ରାଜରାସ୍ତାରେ କମ୍ପ୍ୟୁଟର ସଂଯୋଜକ - କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀ

ରାଜ୍ୟ ସରକାର ଛଟେଇ କରିଥିବା କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଚାକିରୀରେ ପୁନଃ ନିଯୁକ୍ତି ପାଇଁ ସ୍ମାର୍ଟସିଟିର ରାଜ ରାସ୍ତାରେ ହଜାର ହଜାର କମ୍ପ୍ୟୁଟର ସଂଯୋଜକ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

By

Published : Jul 31, 2019, 7:55 PM IST

ଭୁବନେଶ୍ବର: ସ୍ମାର୍ଟସିଟିର ରାଜ ରାସ୍ତାକୁ ଘେରିଲେ ହଜାର ହଜାର କମ୍ପ୍ୟୁଟର ସଂଯୋଜକ । କିଛି ମାସ ପୂର୍ବରୁ ଧାରଣରେ ବସି ଥିବା ଏହି କମ୍ପ୍ୟୁଟର ଶିକ୍ଷକମାନଙ୍କୁ ରାଜ୍ୟ ସରକାର ଚାକିରୀରୁ ଛଟେଇ କରି ଥିଲେ। ଯାହା ଫଳରେ ହଜାର ହଜାର କମ୍ପ୍ୟୁଟର ଶିକ୍ଷକ ନିଜର ଚାକିରୀ ଚାଲିଯିବାରୁ ଏବେ ବେସାହାରା ହୋଇ ବସିଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସରକାର ଏକ ଛଳନା କରି ଏଭଳି କାମ କରିଥିବାର ଅଭିଯୋଗ ଆଣି ଆଜି ରାଜରାସ୍ତାରେ ଗର୍ଜନ କରିଥିଲେ କମ୍ପ୍ୟୁଟର ଶିକ୍ଷକ । ରାଜ୍ୟ ସରକାର ଯଥାଶୀଘ୍ର ସମସ୍ତ 4 ହଜାର ଛଟେଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଚାକିରୀରେ ପୁନଃ ନିଯୁକ୍ତି ଦେବା ସହ ଠିକା ସଂସ୍ଥାକୁ ନ ଦେଇ ସରକାରୀ ମାନ୍ୟତା ଦିଅନ୍ତୁ ବୋଲି ଶିକ୍ଷକ ଶିକ୍ଷୟତ୍ରୀ ଦାବି ଜଣାଇଥିଲେ ।

ବର୍ତ୍ତମାନର ଯେଉଁ କମ୍ପ୍ୟୁଟର ସଂଯୋଜକ ପଦବୀ ରହିଛି ତାକୁ କମ୍ପ୍ୟୁଟର ଶିକ୍ଷକରେ ପରିଣତ କରାଯାଉ ବୋଲି ଆଜି ସଙ୍ଘ ରାଜରାସ୍ତାରେ ଦାବି ରଖିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ABOUT THE AUTHOR

...view details