ଓଡିଶା

odisha

ETV Bharat / city

ପୁନଃନିଯୁକ୍ତି ପାଇଁ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା, ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ

ଓସେପା କାର୍ଯ୍ୟାଳୟ ସମ୍ମୁଖରେ କମ୍ପ୍ୟୁଟର ଶିକ୍ଷକଙ୍କ ଧାରଣା, ଫିନାଇଲ ପିଇ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ। ଗତ ଦୁଇ ବର୍ଷ ହେଲା ବିନା କାରଣରେ ସରକାର ଛଟେଇ କରିଥିବା ଅଭିଯୋଗ । ଅଧିକ ପଢନ୍ତୁ...

By

Published : Aug 9, 2021, 1:01 PM IST

ପୁନଃନିଯୁକ୍ତି ପାଇଁ  କମ୍ପୁଟର ଶିକ୍ଷକଙ୍କ ଧାରଣା, ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ
ପୁନଃନିଯୁକ୍ତି ପାଇଁ କମ୍ପୁଟର ଶିକ୍ଷକଙ୍କ ଧାରଣା, ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ବର: ଛଟେଇ ପରେ ପୁନଃ ନିଯୁକ୍ତି ନ ମିଳିବାରୁ ତାତିଲେ ରାଜ୍ୟର ୪ ହଜାର କମ୍ପ୍ୟୁଟର ଶିକ୍ଷକ । ଶେଷରେ ଦାବି ପୂରଣ ପାଇଁ ଆଜି ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ତେବେ ଧାରଣାସ୍ଥଳରେ ଜଣେ ମହିଳା ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ଯମ କରୁଥିବାବେଳେ ଅନ୍ୟ ଜଣେ ଶିକ୍ଷକ ନିଜ ଶରୀରରେ କିରୋସିନ ଢାଳି ହୋଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଏହି ସମୟରେ ପୋଲିସ ତାଙ୍କୁ ଉଦ୍ଧାର କରୁଥିବାବେଳେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ପୋଲିସ ଓ ଶିକ୍ଷକଙ୍କୁ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ଏଥିରେ ପୋଲିସ ମଧ୍ୟ ଆହତ ହୋଇଛନ୍ତି ।

ପୁନଃନିଯୁକ୍ତି ପାଇଁ କମ୍ପୁଟର ଶିକ୍ଷକଙ୍କ ଧାରଣା, ଫିନାଇଲ ପିଇ ଆତ୍ମହତ୍ୟା ଉଦ୍ୟମ

ମିଳିଥିବା ସୂଚନା ଅନୁଯାୟୀ ଗତ ଦୁଇ ବର୍ଷ ହେଲା ବିନା କାରଣରେ ସରକାର କମ୍ପ୍ୟୁଟର ଶିକ୍ଷକଙ୍କୁ ଛଟେଇ କରିଥିଲେ । କିନ୍ତୁ ମଧ୍ୟ ଆଜି ପର୍ଯ୍ୟନ୍ତ ନିଯୁକ୍ତି ନ ଦେବାରୁ ବାଧ୍ୟ ହୋଇ ଓସେପା କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ ରାଜ୍ୟର ୪ହଜାର କମ୍ପ୍ୟୁଟର ଶିକ୍ଷକ । ଯାହାକୁ ନେଇ ଆଜି ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details