ଭୁବନେଶ୍ବର: ସରକାରୀ ସ୍କୁଲରେ କମ୍ପ୍ୟୁଟର ପାଠପଢ଼ା ବ୍ୟବସ୍ଥା କରାଯାଉ । ମୋ ସ୍କୁଲ ଅଭିଯାନରେ ଛଟେଇ କମ୍ପ୍ୟୁଟର ଶିକ୍ଷକଙ୍କୁ ତୁରନ୍ତ ନିଯୁକ୍ତି କରାଯାଉ ବୋଲି ଆଜି ଶତାଧିକ କମ୍ପ୍ୟୁଟର ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଥାଳି ମାଡରେ କମ୍ପାଇଛନ୍ତି ରାଜଭବନ ଛକ।
ରାଜ୍ୟରେ କମ୍ପ୍ୟୁଟର ଶିକ୍ଷକଙ୍କୁ ରାଜ୍ୟ ସରକାର ଅଣଦେଖାକୁ ନେଇ ଥାଳି ମାଡ଼ କରି ଏକ ଅଭିନବ ପ୍ରତିବାଦ କରିଛନ୍ତି । ରାଜଭବନ ଛକ ନିକଟରେ ଶତାଧିକ କମ୍ପ୍ୟୁଟର ଶିକ୍ଷକ ଶିକ୍ଷୟତ୍ରୀମାନେ ଏହି ପ୍ରତିବାଦ କରିଛନ୍ତି । ସରକାରୀ ସ୍କୁଲରେ କମ୍ପ୍ୟୁଟର ଶିକ୍ଷା ବାଧ୍ୟତାମୂଳକ କରାଯାଉ । ମୋ ସ୍କୁଲରେ କମ୍ପ୍ୟୁଟର ପାଠପଢ଼ା ବ୍ୟବସ୍ଥା କରାଯାଉ ଏବଂ ମୋ ସ୍କୁଲ ଅଭିଯାନରେ ଛଟେଇ ହୋଇଥିବା ଶିକ୍ଷକଙ୍କୁ ନିଯୁକ୍ତି ଦେବା ସହ ତୁରନ୍ତ ଏହି ଦାବିକୁ ସରକାର ମାନି ନିଅନ୍ତୁ ବୋଲି କହିଛନ୍ତି ।