ଓଡିଶା

odisha

ETV Bharat / city

ଟ୍ରାଫିକ ଚାଲାଣ ଜାଲିଆତି! କୁଆଡେ ଗଲା 5 ‘ଟି’ ? - ଗାଡି ଚାଲାଣ ନାଁରେ ଲାଞ୍ଚ

ଟ୍ରାଫିକ ନାଁରେ ହେଉଛି ହାତଗୁଞ୍ଜା ଦିଆନିଆ । ଫାଇନ ବାବଦରେ ୨ ହଜାର କହି ୨ ଶହ ଟଙ୍କାରେ କରିଦେଉଛନ୍ତି ବୁଝାମଣା । ରାଜଧାନୀ ଛାତିରେ ଦେଖିବାକୁ ମିଳିଛି ଏଭଳି ଜାଲିଆତି । ଆଉ ଏ ନେଇ ଅଭିଯୋଗ ଆଣିଛନ୍ତି ଜଣେ ଯୁବକ । ଅଧିକ ପଢନ୍ତୁ..

ଟ୍ରାଫିକ ଚାଲାଣ ଜାଲିଆତି! କୁଆଡେ ଗଲା 5 ଟି ?
ଟ୍ରାଫିକ ଚାଲାଣ ଜାଲିଆତି! କୁଆଡେ ଗଲା 5 ଟି ?

By

Published : Mar 3, 2021, 10:56 PM IST

ଭୁବନେଶ୍ବର : ଚାଲାଣ ଆଳରେ ଜାଲିଆତି । ଆସୁଛି ଘନ ଘନ ଅଭିଯୋଗ । ଲୋକଙ୍କ ଭିତରେ ବଢୁଛି ଅସନ୍ତୋଷର ତାତି । ନୂତନ ମୋଟରଯାନ ଆଇନ ବାବଦର ଫାଇନ ଆଳରେ ଆଦାୟ ହେଉଛି ଲାଞ୍ଚ । ଏ ନେଇ ତୁହାକୁ ତୁହା ଅଭିଯୋଗ ସାମ୍ନାକୁ ଆସୁଥିବା ବେଳେ ୧୦୦୦ ବା ୨୦୦୦ ହଜାର ଫାଇନ ବଦଳରେ ୧୦୦କି ୨୦୦ ଦେଇ ଖସିଯାଉଛନ୍ତି ଟ୍ରାଫିକ ନିୟମ ଉଲଙ୍ଘନକାରୀ । ଆଉ ଏହାର ଫାଇଦା ନେଇ ଟଙ୍କା ଗୁଞ୍ଜି ଦେଉଛନ୍ତି କିଛି ପୋଲିସ ଓ ଟ୍ରାଫିକ କର୍ମଚାରୀ ।

ଟ୍ରାଫିକ ଚାଲାଣ ଜାଲିଆତି! କୁଆଡେ ଗଲା 5 ‘ଟି’ ?

ଯେଉଁଠି ଟିକିଏ ଭୁଲ ବା ଠିକ ହେଉ ଲୋକଙ୍କୁ ଅଟକାଇ ଫାଇନ କଷୁଛନ୍ତି ପୋଲିସ କର୍ମଚାରୀ । ଆଉ ଫାଇନ ଯିଏ ଦେଲା ତ ଭଲ କଥା ଯିଏ ପଛଘୂଞ୍ଚା ଦେଲା ତାଠୁ କିଛି ଉପରି ନେଇ ଛାଡିଦେଉଛନ୍ତି । ଯାହାକି ଫାଇନ ତ ଆଦାୟ ହେଉଛି ହେଲେ ରେକର୍ଡ ରହୁନି କି ଟଙ୍କା ସରକାରଙ୍କ ପାଖକୁ ଯାଉନି । ତାହାର ଜାଲିଆତି କରୁଛନ୍ତି କିଛି ଦୁର୍ନିତ ଖୋର ଅଧିକାରୀ । ତେବେ ଏଭଳି ଘଟଣା ନିତିଦିନ ସାମ୍ନାକୁ ଆସୁଥିଲେ ମଧ୍ୟ ପୋଲିସ ଭୟରେ କେହି ମୁହଁ ଖୋଲୁନାହାନ୍ତି କି ଗାଡିର ଫାଇନ ବଦଳରେ କେହି ଅଭିଯୋଗ କରିବାକୁ ସାହାସ କରୁନାହାନ୍ତି । ହେଲେ ବିନା ଦୋଷରେ ଏପରି ଜଣେ ଅତ୍ୟାଚାରରର ଶିକାର ହୋଇଥିବା ଜଣେ ରାଜଧାନୀ ବାସୀ ଏହାର ସତ ସାମ୍ନାକୁ ଆଣିଛନ୍ତି ।

ଟ୍ରାଫିକ ଚାଲାଣ ଜାଲିଆତି! କୁଆଡେ ଗଲା 5 ‘ଟି’ ?

ଟ୍ରାଫିକ ନିୟମ ଉଲଙ୍ଘନ ନ କରି ତାଙ୍କଠାରୁ ଜବରଦସ୍ତି ଫାଇନ ଆଦାୟ ହୋଇଛି । ତାହା ପୁଣି ବିନା ଷ୍ଟାମ୍ପ ରସିଦରେ ଆଉ ଟ୍ରାଫିକ ଉଲଙ୍ଘନ ନା ରେ କାଟିଛନ୍ତି ଅଲଗା ଫାଇନ । ସେହି ଫାଇନ ଟଙ୍କା ସରକାରଙ୍କୁ ନ ଦେଇ ନିଜ ପକେଟ ବା ନିଜ ଆକାଉଣ୍ଟକୁ ନେଇଥିବା ଅଭିଯୋଗ ଆସିଛି ।

ଘଟଣା ହେଉଛି କି, ମଙ୍ଗଳବାର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ ନିକଟରେ ରଙ୍ଗସାଇଡ ଡ୍ରାଇଭ ନାଁରେ ଗୌରିଚରଣ ଦାସ ନାମକ ଯୁବକଙ୍କୁ ଅଟକାଇ ୨ ହଜାର ଫାଇନ ମାଗିବା ପରେ ୨ ଶହ ଟଙ୍କାରେ ବୁଝାମଣା କରିଛନ୍ତି । ଆଉ ଚାଲାଣ କାଟି ବିନା ଗାଡି ନମ୍ବର ପକାଇ ଫୋନ ପେ ଟଙ୍କା ନେଇଛନ୍ତି । ଯାହାକି ସରକାରଙ୍କ ସ୍ବଛତାକୁ ନେଇ ପ୍ରଶ୍ନ ଉଠିଛି । ଏଭଳି ଘଟଣା ପ୍ରଥମ ନୁହେଁ ରାଜଧାନୀର ବିଭିନ୍ନ ଛକରେ ଏଭଳି ଟ୍ରାଫିକ ଚାଲାଣ ଆଦାୟ ନାରେ ୧୦୦୦ ବଦଳରେ ୫୦୦ନେଇ ଛାଡୁଥିବା ବହୁତ ଥର ଅଭିଯୋଗ ହୋଇଛି । ଯାହାର ତଦନ୍ତ ଆବଶ୍ୟକତା ରହିଛି । ଯାହା ଏବେ ଫାଇଭ ଟି ବା ସ୍ବଛତା ନେଇ ପ୍ରଶ୍ନ ଉଠିଛି । ଏନେଇ ଟ୍ରାଫିକ ପକ୍ଷରୁ ସନ୍ତୋଷ ଜନକ ଉତ୍ତର ମିଳିନଥିବା ବେଳେ ଜଣେ ପିସିଆର ଷ୍ଟାଫ ଫାଇନ କାଟିଥିବାରୁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।

ଅନ୍ୟପଟେ ଏ ନଇ କମିସନରେଟ ପୋଲିସର ମୁଖିଆ ପୋଲିସ କମିସନର କାର୍ଯାଳୟ ପକ୍ଷରୁ କୌଣସି ଉତ୍ତର ମିଳିନାହିଁ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details