ଓଡିଶା

odisha

ETV Bharat / city

କର୍ପୋରେଟ୍ ଷ୍ଟାଇଲରେ ଚାଲିବ ଥାନା, ଅଭିଯୋଗକାରୀଙ୍କୁ ମିଳିବ ଡିଜିଟାଲ ସେବା - ଥାନାରେ ଅଭିଯୋଗକାରୀଙ୍କୁ ମିଳିବ ଡିଜିଟାଲ ସେବା

ଏଣିକି ଥାନାରେ ଅଭିଯୋଗକାରୀକୁ କର୍ପୋରେଟ ଢାଞ୍ଚାରେ ମିଳିବ ସେବା । ଅର୍ଥାତ ଅଭିଯୋଗକାରୀଟିଏ ଆସିଲେ ଶୀତତାପ ନିୟନ୍ତ୍ରିତ ଅଭିଯୋଗ ପ୍ରକୋଷ୍ଠରେ ହେବ ସ୍ବାଗତ । ଉପସ୍ଥିତ ପୋଲିସ କର୍ମଚାରୀ ନିଜଆଡୁ ‘ମେ ଆଇ ହେଲ୍ପ ୟୁ’ ଢାଞ୍ଚାରେ କରିବେ ସ୍ବାଗତ । ଅଧିକ ପଢନ୍ତୁ

କର୍ପୋରେଟ୍ ଷ୍ଟାଇଲରେ ଚାଲିବ ଥାନା, ଅଭିଯୋଗକାରୀଙ୍କୁ ମିଳିବ ଡିଜିଟାଲ ସେବା
କର୍ପୋରେଟ୍ ଷ୍ଟାଇଲରେ ଚାଲିବ ଥାନା, ଅଭିଯୋଗକାରୀଙ୍କୁ ମିଳିବ ଡିଜିଟାଲ ସେବା

By

Published : May 29, 2022, 8:10 PM IST

ଭୁବନେଶ୍ବର: ଏଣିକି ଥାନାରେ ଅଭିଯୋଗକାରୀକୁ କର୍ପୋରେଟ ଢାଞ୍ଚାରେ ମିଳିବ ସେବା । ଅର୍ଥାତ ଅଭିଯୋଗକାରୀଟିଏ ଆସିଲେ ଶୀତତାପ ନିୟନ୍ତ୍ରିତ ଅଭିଯୋଗ ପ୍ରକୋଷ୍ଠରେ ହେବ ସ୍ବାଗତ । ଉପସ୍ଥିତ ପୋଲିସ କର୍ମଚାରୀ ନିଜଆଡୁ ‘ମେ ଆଇ ହେଲ୍ପ ୟୁ’ ଢାଞ୍ଚାରେ କରିବେ ସ୍ବାଗତ । ପ୍ରଥମେ ଅଭିଯୋଗକାରୀର ଅଭିଯୋଗ ଶୁଣିବେ, ପରେ ତାକୁ କମ୍ପ୍ୟୁଟର ଯୋଗେ ଷ୍ଟେସନ ଡାଏରୀରେ ରେକର୍ଡ କରିବେ । ତୁରନ୍ତ ଅଭିଯୋଗର ଏକ କନଫରମେସନ ମେସେଜ ଅଭିଯୋଗକାରୀର ମୋବାଇଲକୁ ଜଣାଇ ଦିଆଯିବ । ପରେ ଅଭିଯୋଗକାରୀର ରିଟନ୍ ଅଭିଯୋଗ ନେବା ପରେ ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରୋସେସ କରିବେ । ଯଦି ସେହିଠାରେ ତତକ୍ଷଣାତ ସେବାର ଆବଶ୍ଯକ ଥାଏ ମିଳିବ, ଯେପରିକି ମୋବାଇଲ ମିସି, ଗନ ଲାଇସେନ୍ସ, ହାଜିରା, କ୍ୟାରକ୍ଟର ସାର୍ଟିଫିକେଟ ଭେରିଫିକେସନ ଏତ୍ୟାଦି । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଏକ ସଫ୍ଟୱେର ସ୍ବାଗତ ଡିଜାଇନ କରାଯାଇଛି । ଯେଉଁଥିରେ ଅଭିଯୋଗକାରୀଙ୍କ ଅଭିଯୋଗକୁ ତୁରନ୍ତ ରେକର୍ଡ କରାଯିବ ।

କର୍ପୋରେଟ୍ ଷ୍ଟାଇଲରେ ଚାଲିବ ଥାନା, ଅଭିଯୋଗକାରୀଙ୍କୁ ମିଳିବ ଡିଜିଟାଲ ସେବା
କର୍ପୋରେଟ୍ ଷ୍ଟାଇଲରେ ଚାଲିବ ଥାନା, ଅଭିଯୋଗକାରୀଙ୍କୁ ମିଳିବ ଡିଜିଟାଲ ସେବା

ପରେ ଅଭିଯୋଗକାରୀଙ୍କ ସମସ୍ୟା ସମାଧାନ ପାଇଁ ଥିବା ଅଧିକାରୀଙ୍କ ନିକଟକୁ ତୁରନ୍ତ ଫାଇଲ ବା ଅଭିଯୋଗ ଟ୍ରାନସଫର କରିବେ । ଯେପରି, ଫୋନ ହଜିଥିଲେ ଖୋଜିବା ପାଇଁ ପ୍ରୋସେସ ରଖିବା ନଚେତ ଜବତ ଫୋନରୁ ଲିଷ୍ଟ କାଢି ଜବତ ହୋଇଥାଏ ଫେରାଇବା, ଏପରିକି ଗନ ଲାଇସେନ୍ସ ତୁରନ୍ତ ରେନ୍ୟୁ କରିବା । କୌଣସି ଲୋକ ମିସ ଥିଲେ ମିସ ସେଲକୁ ଅଭିଯୋଗକୁ ଫରଓ୍ବାର୍ଡ କରିବା ଭଳି ତାକୁ ଟ୍ରାକ ପାଇଁ ତୁରନ୍ତ ପଦକ୍ଷେପ ନେବା, ବଡଧରଣର ଅପରାଧ ଘଟିଥିଲେ ଡିସିଓଙ୍କ ପାଖକୁ ଅଭିଯୋଗ ଟ୍ରାନସଫର କରି ତୁରନ୍ତ କେସର ଷ୍ଟାଟସ ରିପୋର୍ଟ ମୋବାଇଲ ଯୋଗେ ଅଭିଯୋଗକାରୀକୁ ଦେବା ଆଦି ସେବା ଉପଲବ୍ଧ ହେବ । ଅର୍ଥାତ ଅଭିଯୋଗକାରୀକୁ ଏଣିକି ଆଉ ଥାନାର ଅନୁଭବ କମ ବ୍ୟାଙ୍କ କର୍ମଚାରୀ ପରି ଡିଜିଟାଲ ଜରିଆରେ ସେବା ଉପଲବ୍ଧ ହେବ । ଏହି ସ୍ବାଗତ ଯୋଜନାର କ୍ୟାପିଟାଲ ଥାନାରେ ଶୁଭାରମ୍ଭ କରିଛନ୍ତି ପୋଲିସ କମିଶନର ଓ ଅତିରିକ୍ତ ପୋଲିସ କମିଶନର ।

ଦୈତନଗରୀର ୨ ଡିସିପିଙ୍କ ସହ ସମସ୍ତ ଥାନାଧିକାରୀ ଓ ଏସିପିଙ୍କ ଉପସ୍ଥିତିରେ ଏହି ଯୋଜନାର ଶୁଭାରମ୍ଭ କରାଯାଇଛି । ଏପରିକି ବାହାଘର ହେଉ ବା ମୃତ କ୍ରିୟା କର୍ମ ପାଇଁ ଲାଇସେନ୍ସ ପାଇଁ ଗୋଟିଏ କ୍ୟୁଆର କୋର୍ଡ ସ୍କାନରେ ମିଳିଯିବ ସେବା ‌। ଏଥିସହ ଏହି ସ୍ବାଗତ ସେଣ୍ଟରରେ ମହିଳା ଓ ଶିଶୁ ପ୍ରକୋଷ୍ଠକୁ ନୂତନ ଢାଞ୍ଚାରେ ଡିଜାଇନ କରାଯାଇଛି । ଯାହାଦ୍ବାରା ଅଭିଯୋଗକାରୀ ନିଜକୁ ସ୍ବାଭାବିକ ଭାବେ ସମସ୍ତ ସେବାର ଲାଭ ଉଠାଇ ପାରିବେ । କର୍ପୋରେଟ କମ୍ପାନୀ ଭଳି ୫ଟି ସେବା ଜରିଆରେ ସେବା ଯୋଗାଇବାକୁ ଫାଲକନ ଓ ସିସେସ କମ୍ପାନୀ ଯୋଗେ ଆରମ୍ଭ ହୋଇଛି ଏହି ସେବା । ଅର୍ଥାତ ଥାନାକୁ ଆସିଲେ ଜଣେ ଆଉ ପୂର୍ବପରି ‘‘କେହି ଅଭିଯୋଗ ଶୁଣିଲେନି, ଥାନାରୁ ଫେରିଲି’’ ବୋଲି ଅଭିଯୋଗ ଉଠାଇ ପାରିବେନି । କାରଣ ,ପ୍ରତ୍ୟେକ ଅଭିଯୋଗକାରୀର ଅଭିଯୋଗ ଏଠି ହେବ ରେକର୍ଡ, ଆଉ ତୁରନ୍ତ ମିଳିବ ଡିଜିଟାଲ ସେବା । ଏନେଇ ଏବେ କେବଳ କ୍ୟାପିଟାଲ ଥାନାରେ ଏହି ସ୍ବାଗତ ଆରମ୍ଭ ହୋଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଥାନା ମାନଙ୍କରେ କରିବାକୁ ଲକ୍ଷ୍ୟ ରଖାଯାଇଛି ଏପରିକି ଏହାପରେ ସହିଦନଗର ଥାନାରେ ଏହି ସେବା ଆରମ୍ଭ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details