ଓଡିଶା

odisha

ETV Bharat / city

ଘରୋଇ ସ୍କୁଲ ମନମାନି ବିରୋଧରେ ଆଗକୁ ଆସିଲା ଅଭିଭାବକ ଆସୋସିଏସନ - ଘରୋଇ ସ୍କୁଲ ବିରୋଧରେ ଅଭିଯୋଗ

ଭୁବନେଶ୍ବରର ଏକ ଘରୋଇ ସ୍କୁଲ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କ ଅଭିଭାବକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛି ସାଇ ସ୍କୁଲ ପ୍ୟାରେଣ୍ଟସ ଫୋରମ ।

private school
ଘରୋଇ ସ୍କୁଲ ମନମାନି ବିରୋଧରେ ଆଗକୁ ଆସିଲା ପ୍ୟାରେଣ୍ଟ୍ସ ଆସୋସିଏସନ

By

Published : Aug 12, 2020, 3:10 PM IST

ଭୁବନେଶ୍ବର: ଘରୋଇ ସ୍କୁଲ ବିରୋଧରେ ଅଭିଯୋଗ ଆଣିଲେ ସାଇ ସ୍କୁଲ ପ୍ୟାରେଣ୍ଟ୍ସ ଫୋରମ । ଭୁବନେଶ୍ବରର ଏକ ଘରୋଇ ସ୍କୁଲ ବିଭିନ୍ନ ଉପାୟରେ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କ ଅଭିଭାବକଙ୍କୁ ହଇରାଣ କରୁଥିବା ଅଭିଯୋଗ କରିଛି ସାଇ ସ୍କୁଲ ପ୍ୟାରେଣ୍ଟସ ଫୋରମ ।

କୋରୋନା ମହାମାରୀକୁ ନେଇ ଗତ ମାର୍ଚ୍ଚ ମାସ ଠାରୁ ଦେଶରେ ଲାକଡାଉନ ଓ ସଟଡାଉନ ଏପର୍ଯ୍ୟନ୍ତ ମଧ୍ୟ ବଳବତ୍ତର ରହିଛି । ଏହା ମଧ୍ୟରେ ସରକାର ଶିକ୍ଷାନୁଷ୍ଠାନକୁ ବିଭିନ୍ନ ପର୍ଯ୍ୟାୟରେ ଅଗଷ୍ଟ 31 ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିଛନ୍ତି । ଏହି ସମୟ ମଧ୍ୟରେ ଛାତ୍ରାଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ଦେବାକୁ ସରକାର ସ୍କୁଲ କତ୍ତୃପକ୍ଷମାନଙ୍କୁ କହିଛନ୍ତି । ଯାହାକୁ ନେଇ କିଛି ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅନଲାଇନ ଶିକ୍ଷା ଯୋଗାଉଛନ୍ତି । ଏଥିସହ ସରକାର ଅଭିଭାବକଙ୍କ ଠାରୁ କୌଣସି ପ୍ରକାର ଫି ବାଧ୍ୟତାମୂଳକ ଆଦାୟ ନକରିବାକୁ ସ୍କୁଲ କତ୍ତୃପକ୍ଷମାନଙ୍କୁ ନିବେଦନ କରିଛନ୍ତି । କିନ୍ତୁ ସରକାରଙ୍କ କଥାକୁ ଭୁବନେଶ୍ବରର ଏହି ଘରୋଇ ସ୍କୁଲ ହେୟଜ୍ଞାନ କରୁଥିବା ଅଭିଯୋଗ କରିଛି ପ୍ୟାରେଣ୍ଟସ ଆସୋସିଏସନ ।

ଏପ୍ରିଲ ମାସ ଠାରୁ ପୂର୍ବ ବର୍ଷ ଭଳି ବିଭିନ୍ନ ପ୍ରକାର ଫି ଆଦାୟ କରିବାକୁ ଚାପ ପ୍ରୟୋଗ କରାଯାଉଥିବା ପ୍ୟାରେଣ୍ଟସ ଆସୋସିଏସନ ସଭାପତି ଓ ଅନ୍ୟ ସଦସ୍ୟମାନେ କହିଛନ୍ତି । ସ୍କୁଲ ବନ୍ଦ ରହିଥିବାରୁ ଓ ଅନଲାଇନ କ୍ଲାସ ହେଉଥିବା ଯୋଗୁ ପ୍ୟାରେଣ୍ଟସମାନେ ମାସିକ ଫି ଦେବାକୁ ରାଜି ଥିବାବେଳେ ଏଥିରେ ସେମାନେ ଡେବୋଡିଙ୍ଗ, ଇନ୍ଫ୍ରାଷ୍ଟ୍ରକଚର ଫି, ଟ୍ରାନ୍ସପୋର୍ଟ ଫି ଦେବା ପାଇଁ ବାଧ୍ୟ କରୁଛନ୍ତି ବୋଲି ଅଭିଯୋଗ ହୋଇଛି ।

ଘରୋଇ ସ୍କୁଲ ମନମାନି ବିରୋଧରେ ଆଗକୁ ଆସିଲା ପ୍ୟାରେଣ୍ଟ୍ସ ଆସୋସିଏସନ

ଏପରିକି ପିଲାମାନଙ୍କୁ ମାନସିକ ନିର୍ଯ୍ୟାତନା ଦିଆଯିବା ସହ ଅନଲାଇନ କ୍ଲାସ କରିବାରେ ବିଭିନ୍ନ ପ୍ରକାର ଜୁଲମ ମଧ୍ୟ କରାଯାଉଥିବା ଏହି ଆସୋସିଏସନ କହିଛି । ଏନେଇ ପ୍ୟାରେଣ୍ଟସ ଫୋରମ ସ୍କୁଲ କତ୍ତୃପକ୍ଷଙ୍କ ସହ ଭେଟ ହୋଇ ଆଲୋଚନା କରିବାକୁ ଚାଁହୁଥିଲେ ମଧ୍ୟ ସେମାନଙ୍କୁ ଆଲୋଚନା କରିବାକୁ ସୁଯୋଗ ଦିଆ ଯାଉନାହିଁ ।

ଏପରିକି ସ୍କୁଲ ଫି ଆଦାୟକୁ ନେଇ ପ୍ୟାରେଣ୍ଟସ ଆସୋସିଏସନ କୋର୍ଟରେ ଆଶ୍ରୟ ନେଇଥିବା ବଳେ ଓ କୋର୍ଟ ରାୟ ପ୍ରକାଶ ନହେବା ପର୍ଯ୍ୟନ୍ତ ଫି ଆଦାୟ ନେଇ ସ୍କୁଲ କର୍ତ୍ତୃପକ୍ଷ ଜୁଲମ କରିପାରିବେ ନାହିଁ ବୋଲି କହିଥିଲେ । ତେବେ ଏହାକୁ ମଧ୍ୟ ଘରୋଇ ବିଦ୍ୟାଳୟମାନେ ମାନୁ ନଥିବା ଦେଖାଯାଇଛି । ତେଣୁ ଏଥିରେ ଅତିଷ୍ଠ ହୋଇ ପ୍ୟାରେଣ୍ଟସ ଆସୋସିଏସନ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିବା ସହ ଏହାର ଶୀଘ୍ର ସମାଧାନ ନ ହେଲେ ଅଭିଭାବକମାନେ ଆନ୍ଦୋଳନକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details