ଭୁବନେଶ୍ବର: କୋଭିଡ ସ୍ଥିତିକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କ ଚିଠି ପ୍ରସଙ୍ଗ । ଏନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ (odisha Health Department) । ଜାତୀୟ ହାର ତୁଳନାରେ ରାଜ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଭଲ ଅଛି । ସନ୍ଦିଗ୍ଧ ସଂକ୍ରମିତଙ୍କ ଟ୍ରାକିଂ ନିୟମିତ ଚାଲୁ ରହିଛି । ରାଜ୍ୟରେ ଟେଷ୍ଟିଂ ଧାର୍ଯ୍ୟ ଲକ୍ଷ ଅନୁଯାୟୀ ହେଉଛି, ବର୍ଷା କାରଣରୁ କିଛି ପରିମାଣରେ କମିଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ନଭେମ୍ବର ମାସରେ ପଜିଟିଭିଟି ରେଟ ଭାରତରେ 1.1 ପ୍ରତିଶତ ଥିଲାବେଳେ ରାଜ୍ୟରେ 0.4 ପ୍ରତିଶତ ରହିଛି । କୋଭିଡ଼ ଟେଷ୍ଟିଂ ଦେଶରେ ପ୍ରତି ଲକ୍ଷରେ ହାରାହାରି 2685 ରହିଥିବା ବେଳେ ଓଡିଶାରେ 4542 ରହିଛି । ସେହିଭଳି ମୃତ୍ୟୁହାର ଜାତୀୟ ସ୍ତରରେ 1.3 ପ୍ରତିଶତ ଥିବା ବେଳେ ରାଜ୍ୟରେ 0.8 ପ୍ରତିଶତ ରହିଛି । ଗତ କାଲି ଓଡିଶାର ୬ଟି ଜିଲ୍ଲା ଢେଙ୍କାନାଳ, କନ୍ଧମାଳ, ନବରଙ୍ଗପୁର, ଅନୁଗୁଳ, କେନ୍ଦୁଝର ଏବଂ ବଲାଙ୍ଗୀରରେ ଅଧିକ କେସ ରହିଛି ।