ଭୁବନେଶ୍ବର:ଏବେ ପ୍ରତି ଥାନାର ଖୋଲୁଛି ପୁରୁଣା ମାମଲା । ସାମ୍ନାକୁ ଆସୁଛି ହାଇପ୍ରୋଫାଇଲ ଫାଇଲ। ଗୁମର ଫିଟାଉଛି ନାଲି ଫିତା ତଳର ପୁରୁଣା କେସ । ଭୟରେ ନେତା, ଅପରାଧୀ, ହାଇପ୍ରୋଫାଇଲ ଲୋକ । ରାଜଧାନୀରେ ଖୋଲୁଛି ଏବେ ପ୍ରତି ଥାନାର ପୁରୁଣା କେସ । ଫାଇଲ ତଳେ ଚାପି ହୋଇ ରହିଥିବା ମାମଲାକୁ କ୍ଲୋଜ ପାଇଁ ଆସିଛି ନିର୍ଦ୍ଦେଶ । ପୁରୁଣା ମାମଲା ଓପନ କରି ତୁରନ୍ତ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଭୁବନେଶ୍ବର ଡିସିପି । ପ୍ରତି ଥାନାର ଏସଆଇ ଓ ଥାନାଧିକାରୀ ଫାଇଲ ଧରି ମାମଲାର ଷ୍ଟାଟସ ଡିସିପି ଅଫିସରେ ଜଣାଉଛନ୍ତି । ପୋଲିସର ଅବହେଳା ଥିଲେ ତୁରନ୍ତ ଆକ୍ସନ ସହ ଫାଇଲ କ୍ଲୋଜ ପାଇଁ ରହିଛି ନିର୍ଦେଶ।
ଭୁବନେଶ୍ବରରେ ସମସ୍ତ ଥାନାରେ ୨୦୧୬ ରୁ ୨୦୨୧ ମାର୍ଚ୍ଚ ସୁଦ୍ଧା ୬ ବର୍ଷରେ ମୋଟ ୩୯ ହଜାର ୬୯୨ ଟି ମାମଲା ରୁଜୁ ହୋଇଛି। ସେଥି ମଧ୍ୟରୁ ୧୨ ହଜାର ୬୭୬ ଟି ମାମଲା ପଡି ରହିଛି। ସେ ପୋଲିସ ହେପାଜତରୁ ଫେରାର ହୋଇଥିବା ଅପରାଧି ହେଉ ବା ଠକେଇ କରିଥିବା ବିଲଡର। ନେତା ହେଉ ବା ଅପରାଧୀ ଯାହା ନାଁ ରେ ମାମଲା ଅଛି ତୁରନ୍ତ ଡକାଇ ମାମଲା କ୍ଲୋଜ କିରବା ପାଇଁ ଆସିଛି ନିର୍ଦ୍ଦେଶ। ମିସିଂ ରିପୋର୍ଟ ମାମଲା ହେଉ ବା ନାବାଳିକା ଅପହରଣ, ଅପମୃତ୍ୟୁ ହେଉ ଅଜଣା ମୃତଦେହ ବା ମର୍ଡ଼ର କେସ ସବୁ ଫାଇଲ ଖୋଲିବା ପାଇଁ ଆସିଛି ନିର୍ଦ୍ଦେଶ । ତୁରନ୍ତ ଏହି ସବୁ ମାମଲାର ଚାର୍ଜସିଟ ଦାଖଲ କରି ମେଡିକାଲ ସାର୍ଟିଫିକେଟ ସହ ସମସ୍ତ ଆବଶ୍ୟକୀୟ ପ୍ରମାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।