ଓଡିଶା

odisha

ETV Bharat / city

'ମନୀଷଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହେବ କମିଶନରେଟ ପୋଲିସ' - ଭୁବନେଶ୍ବର ଅପରାଧ ଖବର

ରାଜଧାନୀରେ ବହୁ ଚର୍ଚ୍ଚିତ ମନୀଷଙ୍କ ମୃତ୍ୟୁ ଘଟଣାରେ ପରିବାର ବର୍ଗଙ୍କୁ ନ୍ୟାୟ ଦେବାରେ ବିଫଳ ହେବ କମିଶନରେଟ ପୋଲିସ । ଏଭଳି ଅଭିଯୋଗ ଆଣିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ । ଅଧିକ ପଢ଼ନ୍ତୁ...

'ମନୀଷଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହେବ କମିଶନରେଟ ପୋଲିସ'
'ମନୀଷଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହେବ କମିଶନରେଟ ପୋଲିସ'

By

Published : Oct 17, 2021, 9:01 PM IST

Updated : Oct 18, 2021, 2:42 PM IST

ଭୁବନେଶ୍ବର:ରାଜଧାନୀରେ ବହୁ ଚର୍ଚ୍ଚିତ ମନୀଷଙ୍କ ମୃତ୍ୟୁ ଘଟଣାରେ ପରିବାର ବର୍ଗଙ୍କୁ ନ୍ୟାୟ ଦେବାରେ ବିଫଳ ହେବ କମିଶନରେଟ ପୋଲିସ । ଏଭଳି ଅଭିଯୋଗ ଆଣିଛନ୍ତି ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ । ଗତ କିଛି ଦିନ ପୂର୍ବେ ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ସୁପୁତ୍ର ମନୀଷ ଅନୁରାଗ ଦାସଙ୍କ ମୃତଦେହ ପାତ୍ରପଡ଼ା ପୋଖରୀରୁ ଭାଷମାନ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ମନୀଷଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ହେଲେ ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତଙ୍କୁ ଧରିବାରେ କମିଶନରେଟ ପୋଲିସ ବିଫଳ ରହିଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ।

'ମନୀଷଙ୍କ ପରିବାରକୁ ନ୍ୟାୟ ଦେବାରେ ବିଫଳ ହେବ କମିଶନରେଟ ପୋଲିସ'

ମନୀଷଙ୍କ ଶୋକସନ୍ତପ ପରିବାରବର୍ଗଙ୍କୁ ନ୍ୟାୟ ଦେବାରେ କମିଶନରେଟ ପୋଲିସ ବିଫଳ ହେବ । ସମଗ୍ର ରାଜ୍ୟରେ ହିଂସା , ହତ୍ୟାକାଣ୍ଡ , ନିଶା ବେପାରି କାରବାର ଓ ବ୍ୟବହାର, ଚୋରି, ସାଇବର କ୍ରାଇମ୍ , ନାରୀ ନିର୍ଯାତନା ଘଟଣାମାନ ଦିନକୁ ଦିନ ବୃଦ୍ଧି ପାଇ ଚାଲିଛି । ଏହି କାରଣରୁ ବିଶେଷ ଭାବେ ଓଡ଼ିଶାର ଯୁବସମାଜ ସର୍ବାଧିକ ପ୍ରଭାବିତ ହେଉଛନ୍ତି । ସମସ୍ତ ତଥ୍ୟକୁ ଅନୁଧ୍ୟାନ କଲେ ଏହା ସ୍ପଷ୍ଟ ହେଉଛି ଯେ , ଅଧିକାଂଶ କ୍ଷେତ୍ରରେ ଏ ସମସ୍ତ ଘଟଣାରେ ଶାସକ ବିଜେଡିର ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସଂପୃକ୍ତି ରହିଆସୁଛି । ଅପରାଧ ତତ୍ତ୍ଵକୁ ପ୍ରୋତ୍ସାହନ କାରଣରୁ ଅପରାଧୀମାନେ ଅବାଧରେ ଅପରାଧ କରୁଛନ୍ତି । ଏଭଳି ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ଦିଲୀପ ମଲ୍ଲିକ ।

ଦିନକୁ ଦିନ ରାଜଧାନୀ ଭୁବନେଶ୍ଵର ସାଧାରଣ ଜନତାଙ୍କ ପାଇଁ ଅସୁରକ୍ଷିତ ହୋଇପଡୁଛି । ବହୁଚର୍ଚ୍ଚିତ ମନୀଷ ଅନୁରାଗ ହତ୍ୟାକାଣ୍ଡ ପ୍ରସଙ୍ଗରେ ଖୁଲାସା କରି ଗତକାଲି ଭୁବନେଶ୍ବର ଡିସିପି ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି । ହେଲେ ଏହା ସମ୍ପୂର୍ଣ୍ଣ ତଥ୍ୟ ନଥିଲା ବୋଲି ଅଭିଯୋଗ କରିଛନ୍ତି ଦିଲୀପ ମଲ୍ଲିକ । ମନୀଷଙ୍କ ହତ୍ୟା କେମିତି ହେଲା, ତାହା ସ୍ପଷ୍ଟ ହେଲା ନାହିଁ ବରଂ ଅନେକ ରହସ୍ୟ ଅସମାହିତ ହୋଇ ରହିଗଲା । ଏଭଳି ଏକ ସଙ୍ଗୀନ ମାମଲାରେ ବହୁ ଗୁରୁତ୍ଵପୂର୍ଣ୍ଣ ବିଷୟକୁ ତଦନ୍ତ ପରିସରଭୁକ୍ତ ନକରିବାକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । କିଛି କଥାକୁ ଖୋଦ୍ କମିଶନରେଟ ପୋଲିସ ଲୁଚାଉଥିବା ସନ୍ଦେହ ହେଉଛି । ମନୀଷଙ୍କ ମୋବାଇଲ ଫୋନ୍ କୁଆଡେ ଗଲା ? ବାର୍‌ରେ ପ୍ରକୃତରେ କଣ ଘଟିଥିଲା ? ବାର୍‌ରେ କିଏ କିଏ ଉପସ୍ଥିତ ଥିଲେ ? ବାର୍‌ରେ ଉପସ୍ଥିତ ସମସ୍ତ ବ୍ୟକ୍ତି ଓ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇଛି କି ନାହିଁ ? ପୋଲିସ ୩୪ ଜଣଙ୍କୁ ଗିରଫ କଲା ପରେ ମଧ୍ୟ ହତ୍ୟାର କାରଣ ଓ କେଉଁମାନେ ହତ୍ୟାକାରୀ ସ୍ପଷ୍ଟ ନହେବା ପୋଲିସର ତଦନ୍ତ ପ୍ରତି ସନ୍ଦେହ ସୃଷ୍ଟି କରୁଛି ବୋଲି ଦିଲୀପ ମଲ୍ଲିକ ଅଭିଯୋଗ କରିଛନ୍ତି ।

କୋଭିଡ ସଂକ୍ରମଣ ଯୋଗୁଁ କମିଶନରେଟ ପୋଲିସ ପକ୍ଷରୁ କଟକଣା ବଳବତ୍ତର ରହିଛି । କମିଶନରେଟ ପୋଲିସ ଅଧିନସ୍ତ ତମାଣ୍ଡୋ ଥାନା ପାଖରେ ଥିବା ସାଉଥ୍ ସିଟି ହୋଟେଲ ଓ ବାର୍‌ରେ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ନିୟମିତ ଭାବେ ରେଷ୍ଟୁରାଣ୍ଟ ରେ ନାଚଗୀତ ଚାଲୁ ରହିବା କିଭଳି ସମ୍ଭବ ହେଲା ବୋଲି ସେ ପ୍ରଶ୍ନ କରିଛନ୍ତି । ତାହେଲେ କାହା ସୁରକ୍ଷାରେ ସମସ୍ତ କଟକଣା ଓ ଆଇନକୁ ଅମାନ୍ୟ କରି ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାର୍ ଓ ରେଷ୍ଟୁରାଣ୍ଟ ଖୋଲା ଯାଉଥିଲା ? ସାଉଥ୍ ସିଟି ହୋଟେଲ ଓ ବାର୍‌ର ମାଲିକ ଜଣେ ପ୍ରଭାବଶାଳୀ ପୋଲିସ କର୍ମଚାରୀଙ୍କର ବୋଲି ପ୍ରକାଶ ପାଉଛି । ତେବେ ଏଭଳି ବେନିୟମ କାର୍ଯ୍ୟକଳାପରେ ଆଉ ବହୁ ଉଚ୍ଚ ଓ ପ୍ରଭାବଶାଳୀ ଅଧିକାରୀଙ୍କ ସଂପୃକ୍ତି ଥିବା ସ୍ପଷ୍ଟ ହେଉଛି ।

ସାଉଥ୍ ସିଟି ହୋଟେଲ ଓ ବାର୍ ପ୍ରସଙ୍ଗରେ ବିଭିନ୍ନ ପ୍ରଶ୍ନକୁ କମିଶନରେଟ ପୋଲିସ ସଠିକ୍ ଜବାବ ନଦେଇ କାହିଁକି ଏଡାଇ ଦେଉଛି । ମନୀଷଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ୍ ତଦନ୍ତ ପ୍ରକ୍ରିୟା ଚାଲୁ ରଖେ, ତେବେ ଏହା ପଛର ସତ୍ୟାସତ୍ୟ କେବେହେଲେ ପଦାକୁ ଆସିବନି, ବରଂ ଘଟଣା ରହସ୍ୟ ହୋଇ ରହିଯିବ ବୋଲି ଦିଲୀପ ମଲ୍ଲିକ କହିଛନ୍ତି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

Last Updated : Oct 18, 2021, 2:42 PM IST

ABOUT THE AUTHOR

...view details