ଭୁବନେଶ୍ବର: ସ୍କାଏକିଙ୍କ 65 ଲକ୍ଷ ଠକେଇ ମାମଲାରେ ରିମାଣ୍ଡରେ ଯିବେ ଆଇଏଫ ଏସ ଅଭୟ ପାଠକ। ଏନେଇ ଏସଡ଼ିଜେଏମ୍ କୋର୍ଟରେ 2 ଦିନିଆ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ସୋମବାର କମିଶନରେଟ ପୋଲିସ ଏସଡ଼ିଜେଏମ୍ କୋର୍ଟରେ ରିମାଣ୍ଡ ପାଇଁ ଆବେଦନ କରିଥିଲା ।
ରିମାଣ୍ଡରେ ଯିବେ IFS ଅଭୟ ପାଠକ, SDJM କୋର୍ଟ ଦେଲେ ଅନୁମତି
ମଙ୍ଗଳବାର IFS ଅଭୟ ପାଠକ ରିମାଣ୍ଡରେ ଯିବେ । ଏ ନେଇ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ଅଧିକ ପଢନ୍ତୁ...
ରିମାଣ୍ଡରେ ଯିବେ IFS ଅଭୟ ପାଠକ, SDJM କୋର୍ଟ ଦେଲେ ଅନୁମତି
ପୁର୍ବରୂ ପୁଅ ଆକାଶ ପାଠକକୁ 4 ଦିନିଆ ରିମାଣ୍ଡରେ ନେଇ ପଚରା ଉଚରା କରିଥିଲା ପୋଲିସ। ତେବେ ରିମାଣ୍ଡ ସରିବା ପରେ କୋର୍ଟରେ ହାଜର ପରେ ପୁଣି ଜେଲ ହାଜତକୁ ଆକାଶଙ୍କୁ ପଠାଯାଇଥିଲା । ତେବେ ପୁଅ ଓଗାଳିଥିବା ତଥ୍ୟର ସତ୍ୟାସତ୍ୟ ଜାଣିବା ପାଇଁ IFS ଅଭୟ ପାଠକଙ୍କୁ ମଙ୍ଗଳବାର ରିମାଣ୍ଡରେ କମିସନରେଟ ପୋଲିସ ନେଇ ଅଧିକ ପଚରାଉଚରା କରିବ । ତେବେ ଏହି ଜେରା ସମୟରେ ପୋଲିସକୁ ଅଧିକ ତଥ୍ଯ ମିଳିବ ବୋଲି ଆଶା କରାଯାଇଛି ।
ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ