ଭୁବନେଶ୍ବର: ରାଜଧାନୀରେ UPI ସହ ଡେବିଟ ଓ କ୍ରେଡିଟ କାର୍ଡ ସମ୍ବନ୍ଧୀୟ ଠକେଇ ମାମଲା ଓ ସମାଧାନ ନେଇ ସୂଚନା ଦେଇଛି କମିଶନରେଟ ପୋଲିସ । ଗତ ଏପ୍ରିଲ ମାସରେ କମିଶନରେଟ ପୋଲିସ ହେଲ୍ପ ଡେସ୍କରେ ଏଭଳି ୩୧୩ଟି ଅଭିଯୋଗ ହୋଇଥିଲା । ସେଥି ମଧ୍ୟରେ ଭୁବନେଶ୍ବରରୁ ୨୬୧ଟି ଅଭିଯୋଗ ହୋଇଥିବା ବେଳେ ୫୨ଟି ଅଭିଯୋଗ ବାହାରୁ ଆସିଥିଲା ।
ଏହି ସମସ୍ତ ଅଭିଯୋଗ ମଧ୍ୟରୁ କେବଳ ଦୁଇଟି ମାମଲା ଭୁବନେଶ୍ବର ସାଇବର ଥାନା ଓ ଅର୍ଥନୈତିକ ଅପରାଧ ଥାନା(EOW)ରେ ପଞ୍ଜୀକୃତ ହୋଇଛି । ଏହୁ ଦୁଇ ଅଭିଯୋଗ ଟିକିଏ ସଙ୍ଗୀନ ରହିଛି । ଠକାମୀର ଶିକାର ହୋଇଥିବା ୩୨ ଜଣଙ୍କ ସମ୍ପୂର୍ଣ୍ଣ କିମ୍ବା ଆଂଶିକ ଅର୍ଥରାଶି ଫେରସ୍ତ କରାଯାଇଛି । ଏପ୍ରିଲ ମାସରେ ପ୍ରାୟ ୭୬ ଲକ୍ଷ ଟଙ୍କା ସାଇବର ଠକେଇ ହୋଇଛି । ଅଭିଯୋଗକାରୀ ବିଳମ୍ବରେ ଥାନାର ଦ୍ବାରସ୍ତ ହେଉଥିବାରୁ ସାଇବର ଠକଙ୍କୁ ଧରିବା କିମ୍ବା ଟଙ୍କା ଫେରସ୍ତ ଆଣିବା ପୋଲିସ ପାଇଁ ଚ୍ୟାଲେଞ୍ଚ ସୃଷ୍ଟି କରିଛି ।