ଭୁବନେଶ୍ବର: କମିଶନରେଟ ପୋଲିସ ହାତରେ ଲୁଟେରା ଦିଦି । ନା ପ୍ରିୟଙ୍କା ମହାନ୍ତି ଘର ଗଞ୍ଜାମ, ବ୍ରହ୍ମପୁର । ରୁହେ ରାଜଧାନୀର ଖଣ୍ଡଗିରିର ଭରତପୁରରେ। ଲୁଟେରା ଦିଦିର ଲୁଟର ତରିକା ଥିଲା ନିଆରା । ଅନ୍ଧାର ରାତିରେ ନିଛାଟିଆ ସ୍ଥାନରେ ଦିଦି ରଚୁଥିଲା ଲୁଟ ବ୍ଲୁପ୍ରିଣ୍ଟ । ନିଶାର୍ଦ୍ଧ ରାତିରେ ଏକୁଟିଆ ରାସ୍ତାରେ ଦିଦିକୁ ଯେ କେହି ଦେଖି ଚମକି ପଡିବ। କାର ଚାଳକ ହେଉ ବା ବାଇକ ଚାଳକ ଯେକେହି ଅଟକୁଥିଲେ ତାଙ୍କୁ ଦିଦି କରୁଥିଲା ଶୀକାର।
ଧରାପଡିଲା ଲୁଟେରା ଦିଦି, ଅନ୍ଧାରି ରାତିରେ ରଚୁଥିଲା ଲୁଟ୍ ବ୍ଲୁ ପ୍ରିଣ୍ଟ ଅର୍ଥାତ ନିଜର ତିନି ସହଯୋଗୀଙ୍କ ଜରିଆରେ ସାମୂହିକ ଆକ୍ରମଣ କରି ଲୁଟ କରୁଥିଲେ ମନିପର୍ସ, ମୋବାଇଲ ଓ ଦାମୀ ଜିନିଷ । ଏପରି ଢଙ୍ଗରେ ଲୁଟପାଟ କରୁଥିବା ଦିଦି ଗ୍ୟାଙ୍ଗର ସୁରାକ୍ ଲାଗିଥିଲା ପୋଲିସ ହାତରେ । ଏନେଇ ଖଣ୍ଡଗିରି ଅଞ୍ଚଳରେ ଏକ ଅଭିଯୋଗ ଆଧାର କରି ତଦନ୍ତ ବେଳେ ନିଜେ ପୋଲିସ ଆରମ୍ଭ କରିଥିଲା ଦିଦିକୁ ଧରିବାର ଅପରେସନ।
ଧରାପଡିଲା ଲୁଟେରା ଦିଦି, ଅନ୍ଧାରି ରାତିରେ ରଚୁଥିଲା ଲୁଟ୍ ବ୍ଲୁ ପ୍ରିଣ୍ଟ ଆଉ କଳିଙ୍ଗ ଷ୍ଟୁଡିଓ ଛକରେ ଠିକ୍ ସମାନ ଢଙ୍ଗରେ ଲୁଟ ବେଳେ ଦିଦିକୁ ଗିରଫ କରିଥିଲା କମିଶନରେଟ ପୋଲିସ। ଦିଦି ସମେତ ସହଯୋଗୀ ଯେକି ଗଞ୍ଜାମ ପୋଲସରରାର ରାହୁଲ ମହାନ୍ତି ଓ ନାରଣ ମହାନ୍ତିଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ 3ଟି ବାଇକ ସମେତ ଛୁରୀ, କଟୁରି ଭୁଜାଲି ଓ 7ଟି ମୋବାଇଲ ଫୋନ ଜବତ କରିଛି ପୋଲିସ ।
ଧରାପଡିଲା ଲୁଟେରା ଦିଦି, ଅନ୍ଧାରି ରାତିରେ ରଚୁଥିଲା ଲୁଟ୍ ବ୍ଲୁ ପ୍ରିଣ୍ଟ ତେବେ ଲୁଟେରା ଦିଦି ଗ୍ୟାଙ୍ଗ ନାଁରେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଗଦା ହୋଇଛି ଅନେକ ମାମଲା। ଜଣେ ନାବାଳକ ଥିବାରୁ 3ଜଣଙ୍କୁ କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ