ଓଡିଶା

odisha

ETV Bharat / city

ବିପୁଳ ପରିମାଣର ଟଙ୍କା ଓ ସୁନା ବିସ୍କୁଟ ଜବତ

ଅଭିନବ ଉପାୟରେ ଟଙ୍କା ଲୁଟୁଥିବା ଗ୍ୟାଙ୍ଗର 3 ସଦସ୍ୟଙ୍କୁ ଗିରଫ କରିଛି କମିସନରେଟ ପୋଲିସ । ଡବଲ ଟଙ୍କାର ଲୋଭ ଦେଖାଇ ଅସଲି ନୋଟ ବଦଳରେ ଦେଉଥିଲେ ନକଲି ନୋଟ । ଅଧିକ ପଢନ୍ତୁ...

By

Published : Sep 20, 2019, 3:52 PM IST

Updated : Sep 20, 2019, 7:20 PM IST

ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ

ଭୁବନେଶ୍ବର: କମିସନରେଟ ପୋଲିସ ହାତରେ ଲୁଟେରା ଗ୍ୟାଙ୍ଗ। ଅଭିନବ ଉପାୟରେ ଲୁଟୁଥିଲେ ଟଙ୍କା। ଡବଲ ଟଙ୍କାର ଲୋଭ ଦେଖାଇ ଅସଲି ନୋଟ ବଦଳରେ ଦେଉଥିଲେ ନକଲି ଟଙ୍କା।

ବିପୁଳ ପରିମାଣର ଟଙ୍କା ଓ ସୁନା ବିସ୍କୁଟ ଜବତ

ଏମିତି ଏକ ଗ୍ୟାଙ୍ଗକୁ ଗିରଫ କରିଛି ପୋଲିସ। ମାଷ୍ଟରମାଇଣ୍ଡ ପ୍ରଭାତ ସାହୁ ଗିରଫ ପରେ ଜବତ ହୋଇଛି ପୁଳା ପୁଳା ଟଙ୍କା ଓ ବିପୁଳ ପରିମାଣର ସୁନା ବିସ୍କୁଟ ।

ତେବେ ୭ଲକ୍ଷ ୨୬ ହଜାର ଅସଲି ନୋଟ ଜବତ ହୋଇଥିବା ବେଳେ ବିପୁଳ ପରିମାଣର ନକଲି ନୋଟ ଜବତ ହୋଇଛି। ଯେଉଁଥିରେ ୧୦୦, ୨୦୦, ୫୦୦ ଏବଂ ୨ହଜାର ଟଙ୍କିଆ ନୋଟ ରହିଥିବା ଦେଖିବାକୁ ମିଳିଛି। ତେବେ ମାଷ୍ଟରମାଇଣ୍ଡ ପ୍ରଭାତ ସାହୁର ଘର ଜଗତସିଂହପୁର ବୋଲି ଜଣାପଡିଛି । ପୁର୍ବରୁ ପ୍ରଭାତର ଦୁଇ ସହଯୋଗୀ ପ୍ରଦିପ ମାଇତି, ରାଜେନ୍ଦ୍ର କୁମାରକୁ ଗିରଫ କରିଥିଲା କମିସନରେଟ ପୋଲିସ।

ଝାରଖଣ୍ଡର ଜଣେ ବ୍ୟକ୍ତି ସହ ଡିଲ ବେଳେ ଧରାପଡିଛି ଏହି ଗ୍ୟାଙ୍ଗ।

ଭୁବନେଶ୍ବରରୁ ତାପସ ପରିଡା ଇଟିଭି ଭାରତ

Last Updated : Sep 20, 2019, 7:20 PM IST

ABOUT THE AUTHOR

...view details