ଭୁବନେଶ୍ବର: କେମିତି ଟାଟା ଏମଡିର ନକଲି ପରିଚୟ ତିଆରି କରିଥିଲେ। କିଏ ଏଥିପାଇଁ ମାଷ୍ଟରପ୍ଲାନ ଦେଇଥିଲେ । ମହାରାଷ୍ଟ୍ରରେ ଟେଲକୋ ଷ୍ଟ୍ରିଟରେ କିପରି ଚାଲୁଥିଲା ନକଲି ଟାଟା ଅଫିସ। ଏସବୁର ସତ ଓଗାଳିବାକୁ ଆକାଶ ପାଠକଙ୍କୁ ରିମାଣ୍ଡରେ ନେବାକୁ କୋର୍ଟରେ ପ୍ରାର୍ଥନା କରିଛି କମିସନରେଟ ପୋଲିସ।
ଏନେଇ ଜୁଡିସିଆଲ ରିମାଣ୍ଡରେ ନେବା ପରେ ଏସବୁର ଗୁମର ଖୋଲିବ। ତେବେ ଫେକ ଏମଡି ହୋଇ କଣ ଠକେଇ ପାଇଁ ଯୋଜନା କରୁଥିଲେ ଆକାଶ । ସେନେଇ ଗୁମର ଖୋଲିବ କମିସନରେଟ ପୋଲିସ।