ଓଡିଶା

odisha

ETV Bharat / city

High Securityରେ ହେବ Junior Hockey World Cup, ପାକିସ୍ତାନ ଟିମ ଉପରେ ସ୍ବତନ୍ତ୍ର ନଜର - Junior hockey world cup 2024 Security

ଜୁନିଅର ପୁରୁଷ ହକି ବିଶ୍ବକପ୍ (Junior hockey world cup 2024) ହକି ପାଇଁ ସୁରକ୍ଷା ବ୍ୟବସ୍ଥା ହେଉଛି ବେଶ ଗୁରୁତ୍ବପୂର୍ଣ୍ଣ ।ଏଥିପାଇଁ କମିସନରେଟ ପୋଲିସ ସୁରକ୍ଷା ବ୍ୟବସ୍ଥା ନେଇ ବ୍ୟାପକ ପ୍ରସ୍ତୁତି କରିଛି । ଅଧିକ ପଢନ୍ତୁ

junior hockey world cup 2024 in bhubaneswar
ହାଇ ସିକ୍ୟୁରିଟିରେ ହେବ Junior Hockey World Cup

By

Published : Nov 23, 2021, 5:42 PM IST

ଭୁବନେଶ୍ବର: ବୁଧବାରଠୁ( ନଭେମ୍ବର ୨୪)ରୁ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ପୁରୁଷ ବିଶ୍ବକପ (Junior hockey world cup 2024 ) । ଏଥିପାଇଁ କମିସନରେଟ (Commissionerate police) ସୁରକ୍ଷା ବ୍ୟବସ୍ଥାକୁ ନେଇ ବ୍ୟାପକ ପ୍ରସ୍ତୁତି କରିଛି । ଖେଳାଳିଙ୍କ ରହଣି ସ୍ଥାନ ଠୁ ଆରମ୍ଭ କରି ଷ୍ଟାଡିୟମ ପର୍ଯ୍ୟନ୍ତ ରହିବ ପୋଲିସ ଛାଉଣି । ଏନେଇ ସୁରକ୍ଷାର (Security) ପ୍ରସ୍ତୁତିର ସମୀକ୍ଷା କରିଛନ୍ତି କମିସନରେଟ ପୋଲିସର ସିପି ସୌମେନ୍ଦ୍ର ପ୍ରିୟଦର୍ଶୀ (police commissioner Soumendra Priyadarshi) ।

ହାଇ ସିକ୍ୟୁରିଟିରେ ହେବ Junior Hockey World Cup

ରାଜଧାନୀରେ କଳିଙ୍ଗ ଷ୍ଟାଡିୟମରେ ଜୁନିୟର ହକି ପୁରୁଷ ବିଶ୍ବକପ ଆୟୋଜିତ କରାଯାଉଛି । ସୁରକ୍ଷା ବ୍ୟବସ୍ଥାରେ ଡିସିପିଙ୍କ ତତ୍ତ୍ବାବଧାନରେ ୬ ଜଣ ଅତିରିକ୍ତ ଡିସିପି, ୮ ଜଣ ଏସିପି ,୨୬ ଜଣ ଇନସ୍ପେକ୍ଟର ,୭୨ ଜଣ ଅଫିସର ସହ ୩୦ ଜଣ ହାବିଲଦାର ପ୍ରାୟ ୨୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ । ଏଥର ବିନା ଦର୍ଶକରେ ଖେଳାଯିବ । ସେ ନେଇ ଟ୍ରାଫିକ କଟକଣା ନ ଥିବାବେଳେ କେବଳ ଖେଳାଳିଙ୍କ ଗସ୍ତ ସମୟରେ ଟ୍ରାଫିକ ପୋଲିସ ଏସକର୍ଟ ଦେବ । ପଡିଆ ଭିତରେ ପ୍ରମୁଖ ଗେଟ ଠାରୁ ଖେଳାଳିଙ୍କ ଖେଳ ଗ୍ରାଉଣ୍ଡ ପର୍ଯ୍ୟନ୍ତ ପୋଲିସ ପ୍ରହରା ରହିବ।

ସେପଟେ ଖେଳାଳି ରହୁଥିବା ହୋଟେଲ ପାଖରେ ପୋଲିସର କ୍ୟାମ୍ପ ସହ ହୋଟେଲ ନିକଟରେ ହକିର ଗାଇଡଲାଇନ ଅନୁସାରେ କଣ କରିବେ ଓ କଣ ନ କରିବେ ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କୁ ଅବଗତ କରାଯାଇଛି। ଅନ୍ୟପଟେ ଖେଳାଳି ଯଦି ଖେଳକୁ ଛାଡି ଅନ୍ୟ କୁଆଡେ ଯିବା ପାଇଁ ଚାହିଁବେ ହକି ଅଧିକାରୀଙ୍କ ଅନୁମତି କ୍ରମେ ସୁରକ୍ଷା ଓ ଏସକର୍ଟ ଦିଆଯିବ ବୋଲି କହିଛନ୍ତି। ଅନ୍ୟପଟେ ପାକିସ୍ତାନ ଟିମକୁ ସ୍ବତନ୍ତ୍ର ଗୁରୁତ୍ବ ଦିଆଯାଇଛି। ଏୟାରପୋର୍ଟ ଠାରୁ ଆରମ୍ଭ କରି ସେମାନଙ୍କ ରହଣି ସ୍ଥଳ ଓ ଷ୍ଟାଡିୟମ ପର୍ଯନ୍ତ କଡା ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି ପୋଲିସ କମିସନର।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details