ଓଡିଶା

odisha

ETV Bharat / city

ନକଲି ମେଡିସିନ ନେଇ ତନାଘନା, ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ - ନକଲି ଔଷଧ କାରବାର

ନକଲି ଔଷଧ କାରବାରରେ ମେଡିସିନ ଟେଲମା-40, ଟେଲମା-ଏମ ଆଦି ମେଡିସିନ ଓଡିଶାରୁ ଧରା ହୋଇଥିଲା । ଏହି ନକଲି ଔଷଧ ବିହାରର ଗୟା ରୁ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି ବୋଲି ଜଣା ପଡିଛି । ଅଧିକ ପଡିଛି

ନକଲି ମେଡ଼ିସିନ ନେଇ ତନାଘନା , ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ
ନକଲି ମେଡ଼ିସିନ ନେଇ ତନାଘନା , ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ

By

Published : Sep 22, 2022, 10:01 PM IST

ଭୁବନେଶ୍ବର: ନକଲି ଔଷଧ ଜବତ ମାମଲା । ନକଲି ମେଡିସିନ ତନାଘନା ପାଇଁ ବିହାର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି । ତେବେ ଜବତ ନକଲି ଔଷଧ ବିହାର ଗୟାର ଗ୍ଲେନମାର୍କ କମ୍ପାନୀରୁ ଆସୁଛି ଜଣାପଡିଛି । ଏନେଇ ବିହାର ଡ୍ରଗ୍ସ କଣ୍ଟ୍ରୋଲରଙ୍କୁ ଜଣାଇଥିଲେ ବି କିଛି ଉତ୍ତର ମିଳି ନଥିଲା । ତେଣୁ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା ଗଠିତ ଟିମ ବିହାର ଯିବେ ।

ସୂଚନା ଅନୁଯାୟୀ, ନକଲି ଔଷଧ କାରବାରରେ ମେଡିସିନ ଟେଲମା-40, ଟେଲମା-ଏମ ଆଦି ମେଡିସିନ ଓଡିଶାରୁ ଧରା ହୋଇଥିଲା। ଏନେଇ ଧରା ହୋଇଥିବା ଦୁଇ ଅଭିଯୁକ୍ତ ନକଲି ମେଡ଼ିସିନକୁ ବିହାର ଏବଂ ଗୟାରୁ କିଣିଥିବା ଅଭିଯୁକ୍ତମାନେ ସ୍ବୀକାର କରିଥିଲେ । ତେଣୁ ଟେଲମା-40, ଟେଲମା-ଏମ ଏହି ନକଲି ଔଷଧ ବିୈହାର ର ଗୟା ରୁ ଗ୍ଲେନମାର୍କ କମ୍ପାନୀର ଫ୍ୟାକ୍ଟ୍ରିରୁ ଆସୁଛି ବୋଲି ଜଣାପଡିଛି ।

ନକଲି ମେଡ଼ିସିନ ନେଇ ତନାଘନା , ବିହାର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ

ତେବେ ବିହାର ଡ୍ରଗ କଣ୍ଟରୋଲ କୁ ଏନେଇ ଅବଗତ କରାଇବା ସତ୍ତ୍ବେ ଏ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ଆସିଲା ନାହିଁ । ତେଣୁ ଏବେ ଏହାର ତଦନ୍ତ କରିବା ପାଇଁ ରାଜ୍ୟ ସରକାର ଗୋଟେ ଟିମ ଗଠନ କରିଛନ୍ତି । ଯେଉଁ ଥିରେ ଆସିଷ୍ଟାଣ୍ଡ ଡ୍ରଗ କଣ୍ଟ୍ରୋଲର ଙ୍କ ସମେତ ଦୁଇ ଜଣ ପୋଲିସ ଅଫିସର ଅଛନ୍ତି । ଏମାନେ ବିହାର ଯାଇଛନ୍ତି ସେ ଦିଗରେ ତଦନ୍ତ କରିବା ପାଇଁ । ତେଣୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ବିହାର ର ସ୍ବାସ୍ଥ୍ୟ ବିଭାଗ କୁ ଚିଠି ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ।

ସୂଚନା ଥାଉକି,ସେପ୍ଟେମ୍ବର ୧୯ (ସୋମବାର) ଜବତ ନକଲି ଔଷଧର ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଥିଲା । କୋଲକାତାର ଏକ ସଂସ୍ଥା ଭିଆର୍‌ ଡ୍ରଗ୍ସକୁ ଏହି ଔଷଧ ଯୋଗାଇ ଦେଇଥିଲା । ସେପ୍ଟେମ୍ବର ୧୦ ତାରିଖ ଦିନ ଏହି ଔଷଧ କୋଲକାତାରୁ ଆସି ମହତାବ ରୋଡ୍‌ରେ ଥିବା ଏକ ଟ୍ରାନ୍ସପୋର୍ଟ କମ୍ପାନୀରେ ପହଞ୍ଚି ଥିଲା । ତେବେ ଏନେଇ ଟ୍ରାନ୍ସପୋର୍ଟ କମ୍ପାନୀର ମ୍ୟାନଜେରଙ୍କୁ ପଚରାଉଚରା କରାଯାଥିଲା । ନକଲି ଔଷଧର ଉତ୍ପାଦନର ପେଣ୍ଠସ୍ଥଳୀ ନିକଟରେ ପହଞ୍ଚିବା ପର୍ଯ୍ୟନ୍ତ ତଦନ୍ତ ଜରି ରହିବ ବୋଲି କହିଥିଲେ କଟକ ଡିସିପି (duplicate medicine link in Cuttack)।

ପୂର୍ବରୁ ନକଲି ଔଷଧ କାରବାର ମାମଲାରେ ସେପ୍ଟେମ୍ବର ୧୩ ତାରିଖରେ ଦୁଇ ଅଭିଯୁକ୍ତ ରାହୁଲ କ୍ୟାଲ୍ ଏବଂ ସଞ୍ଜୟ ଜଲାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୁରୀଘାଟ ଥାନା ପୋଲିସ । ଉଭୟ ରାହୁଲ ଓ ସଞ୍ଜୟ ବାଙ୍ଗାଲୋର ବାଲାଜୀ ଡ୍ରଗ୍ସ ଓ ବିହାର ଗୟାରେ ଥିବା ବାଲାଜୀ ଏଜେନ୍ସି ନାମକ ନକଲି ଔଷଧ ଉତ୍ପାଦନକାରୀ ସଂସ୍ଥାର ଡିପୋରୁ ଔଷଧ ଆଣୁଥିଲେ (duplicate medicine seized in Cuttack) । ଏହି ମାମଲାର ତଦନ୍ତ କରି ମୁଖ୍ୟ କାର୍ପେଟଦାରକୁ ଧରିବାକୁ କମିଶନରେଟ ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ ଗଠନ କରାଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details