ଓଡିଶା

odisha

ETV Bharat / city

ଗଳାବାଟରେ ଲୁଗା ବିକିଲେ ହେବେ ଗିରଫ, ରଜ ପାଇଁ କମିଶନରେଟ ପୋଲିସର ରଣନିତି

କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରଟେ ପୋଲିସର କଡା ପଦକ୍ଷେପ । ରଜ ପାଇଁ ଅମାନିଆ ହେଲେ କାଟିବେ ଫାଇନ, ଦୋକାନ ହୋଇପାରେ ସିଲ । ଅଧିକ ପଢନ୍ତୁ...

By

Published : Jun 10, 2021, 3:59 PM IST

ରଜ ପାଇଁ କମିଶନରେଟ ପୋଲିସର ରଣନୀତି
ରଜ ପାଇଁ କମିଶନରେଟ ପୋଲିସର ରଣନୀତି

ଭୁବନେଶ୍ବର:ହୁସିଆର ଟ୍ବିନସିଟିବାସୀ । ହଟିନି ଲକଡାଉନ କଟକଣା । ରଜ ପାଇଁ ଅମାନିଆ ହେଲେ କାଟିବେ ଫାଇନ, ଦୋକାନ ହୋଇପାରେ ସିଲ । ଆଗାମୀ ରଜକୁ ଦୃଷ୍ଟିର ରଖି ଆଗୁଆ ପଦକ୍ଷେପ ନେଇଛି କମିଶନରେଟ ପୋଲିସ ।

ରଜ ପାଇଁ କମିଶନରେଟ ପୋଲିସର ରଣନୀତି

ସାବିତ୍ରୀରେ ଭିଡକୁ ଦୃଷ୍ଟିରେ ରଖି ଅମାନିଆ ଦୋକାନୀ ଓ ଜନସାଧାରଣ ଲୁଚାଛପାରେ କଲେ କିଣାବିକା ଯାହାକୁ ଦୃଷ୍ଟିରେ ରଖି କଡା ଷ୍ଟ୍ରାଟେଜି ନେଇଛି କମିଶନରେଟ ପୋଲିସ । ଏଥିପାଇଁ ଚେକିଂ ଜୋରଦାର କରାଯିବ । ଆଜିଠୁ ଆରମ୍ଭ କରିଛି ସ୍ପେଶାଲ ଡ୍ରାଇଭ । ଯଦି ପୋଲିସ ଅନୁଭବ କରେ ଦୋକାନୀ ବା ଗ୍ରାହାକ ନିୟମର ଜାଣିଶୁଣି ଉଲଙ୍ଘନ କରୁଛନ୍ତି ଆବଶ୍ୟକ ପଡିଲେ ଗିରଫ ହୋଇପାରନ୍ତି ଦୋକାନୀ ।

ଯାହାକୁ ନେଇ ଜନସାଧାରଣଙ୍କୁ କୋରୋନା କଡକଣା ଦୃଷ୍ଟିରେ ରଖି ପୋଲିସ ପ୍ରଶାସନକୁ ସହଯୋଗ କରିବାକୁ ନିବେଦନ କରିଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details