ଓଡିଶା

odisha

ETV Bharat / city

ଅବାଟକୁ ଟାଣିନେଲା ନିଶା, ଡ୍ରିମ୍ସ ପ୍ରୋଜେକ୍ଟରେ ନିଶାଡିଙ୍କୁ ବାଟକୁ ଫେରାଉଛି ପୋଲିସ

ରାଜଧାନୀକୁ ନିଶାମୁକ୍ତ କରିବାକୁ ଫେବୃୟାରୀ ମାସରେ କମିଶନରେଟ ପୋଲିସ ତରଫରୁ ଆରମ୍ଭ ହୋଇଥିଲା ଅପରେସନ ''ଡିଆଡିକ୍ସନ ଡ୍ରିମସ୍'' । ଯାହା ଏବେ ସଫଳତା ଦିଗକୁ ଗତି କରୁଛି । ଅଦିକ ପଢନ୍ତୁ

ଅବାଟକୁ ଟାଣି ନେଲା ନିଶା , ଡ୍ରିମ୍ସ ପ୍ରୋଜେକ୍ଟରେ ନିଶାଡିଆଙ୍କୁ ବାଟକୁ ଫେରାଉଛି ପୋଲିସ
ଅବାଟକୁ ଟାଣି ନେଲା ନିଶା , ଡ୍ରିମ୍ସ ପ୍ରୋଜେକ୍ଟରେ ନିଶାଡିଆଙ୍କୁ ବାଟକୁ ଫେରାଉଛି ପୋଲିସ

By

Published : May 17, 2022, 4:48 PM IST

ଭୁବନେଶ୍ବର:ରାଜଧାନୀକୁ ନିଶାମୁକ୍ତ ସହର ଓ ବସ୍ତିମୁକ୍ତ ଅପରାଧ ଗଢି ତୋଳିବାକୁ ଗତ ଫେବୃୟାରୀ ମାସରେ କମିଶନରେଟ ପୋଲିସ ତରଫରୁ ଆରମ୍ଭ ହୋଇଥିଲା ଅପରେସନ ''ଡିଆଡିକ୍ସନ ଡ୍ରିମସ୍'' । ଯାହା ଏବେ ସଫଳତା ଦିଗକୁ ଗତି କରୁଛି । ନିଶାଗ୍ରସ୍ତ ଯୁବକଙ୍କୁ ଥଇଥାନ କେନ୍ଦ୍ର ମାଧ୍ୟମରେ ମୂଖ୍ୟ ସ୍ରୋତକୁ ଆଣିବାକୁ କମିଶନରେଟ ପୋଲିସ ସ୍ବପ୍ନ ଦେଖିବା ସହ ପ୍ରଥମ ପର୍ଯ୍ୟାୟରେ ୫୦ ଜଣ ଯୁବକଙ୍କୁ ନିଶା କବଳରୁ ମୁକ୍ତ କରିବା ପାଇଁ ସାମିଲ କରାଯାଇଥିଲା । ପ୍ରଥମେ ସେମାନଙ୍କୁ GENESIS ଡିଆଡିକ୍ସନ ସେଣ୍ଟରରେ ରଖାଯାଇ ବିଶେଷଜ୍ଞ ମାନଙ୍କ ଦ୍ୱାରା କାଉନସେଲିଂ କରାଯାଇଥିଲା।

ଅବାଟକୁ ଟାଣି ନେଲା ନିଶା , ଡ୍ରିମ୍ସ ପ୍ରୋଜେକ୍ଟରେ ନିଶାଡିଆଙ୍କୁ ବାଟକୁ ଫେରାଉଛି ପୋଲିସ

ଏହାପରେ ସେମାନଙ୍କର ନିଶା ଛଡାଇବାକୁ ପ୍ରୟାସ ଆରମ୍ଭ ହୋଇଥିଲା, ଯାହା ଏବେ ମଧ୍ୟ ଜାରି ରହିଛି। ନିଶାରୁ ନିବୃତ ରହିବାକୁ ଯୋଗ ଓ ଅନ୍ୟାନ୍ୟ ତାଲିମ ମଧ୍ୟ ଦିଆଯାଇଥିଲା। ଏପରିକି ସେମାନଙ୍କର ନିଶା ସେବନ ଇଚ୍ଛାକୁ କିଭଳି କମାଯାଇପାରିବ ତତ ସହିତ ତାର ସାଇଡ ଇଫେକ୍ଟରେ ଅପରାଧ କଲାଭଳି ମନୋଭାବକୁ ଦୁରେଇ ସ୍କିଲ ଡେଭଲପମେଣ୍ଟ ଟ୍ରେନି ଦେଇ ପୁଣି ଥରେ ସ୍ବାବଲମ୍ବି ଜରିଆରେ ତାଙ୍କୁ ପୁଣି ପୁନଃ ଥଇଥାନ କରାଯିବ, ତାହା ପୋଲିସର ଲକ୍ଷ୍ୟ ରହିଛି।

ଡିଆଡିକ୍ସନ ସେଣ୍ଟରରେ ୫୦ ଜଣଙ୍କ ମଧ୍ୟରୁ ଜଣେ ଜଣାଶୁଣା ଡ୍ୟାନ୍ସର ମଧ୍ୟ ରହିଛନ୍ତି । ସେ ହେଉଛନ୍ତି ଦିପୁ ସିଂ, ଓଲିଉଡ ଠୁ ଆରମ୍ଭ କରି ଆଲବମରେ ସେ ମଚାଉଥିଲେ ଧମାଲ । ବୁଗି ଓଗିଠୁ ଆରମ୍ଭ କରି ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ। ଜାତୀୟ ସ୍ତରର ଡ୍ୟାନ୍ସ ରିଆଲିଟି ସୋରେ ମଧ୍ୟ ଭାଗ ନେଇ ଟପ୍ ୧୦ରେ ବଜାୟ ରଖିଥିଲେ ସ୍ଥାନ। ଏପରିକି ଓଲିଉଡରେ ଅନେକ ଫିଲ୍ମରେ ଜଣାଶୁଣା କୋରିୟଗ୍ରାଫରଙ୍କ ଆସିଷ୍ଟାଣ୍ଟ କୋରିୟଗ୍ରାଫର ଭାବରେ କାମ କରିଥିଲେ ଏହି ଯୁବକ । ଏପରିକି ଡ୍ୟାନସ ଟ୍ରେନିଂ ସେଣ୍ଟର‌ରେ ପିଲାଙ୍କୁ ଶିଖାଉଥିଲେ ହିପହପ, ସାଲସା ଭଳି ଡ୍ୟାନ୍ସ । ହେଲେ ଗତ ୨୦୧୩ରେ ମା’ଙ୍କ ଦେହାନ୍ତ‌ ପରେ ଦୁଃଖରେ ଭାଙ୍ଗି ପଡି ଡ୍ରଗସ ନେବା ଆରମ୍ଭ କଲେ । ପରେ ନିଶାଡି ହୋଇ ଅପରାଧ କଲେ ଜେଲ ଗଲେ ଓ ବଦନାମ ହେଲେ । ଏହା ପରେତାଙ୍କ ପାଇଁ ସାହାରା ପାଲଟିଲା ପୋଲିସ । ଯୁବକଙ୍କୁ ବାଟକୁ ଆଣିବାକୁ ଡ୍ରିମ୍ସରେ ସାମିଲ କରାଇ ଡିଆଡିକ୍ସନ କରାଇଲେ ଏବେ ନିଶା ଛାଡି ପୁଣି ବାଟକୁ ଫେରିବାକୁ ମନ ବଳାଇଛନ୍ତି ଯୁବକ ।

ଡିଆଡିକ୍ସନ ସେଣ୍ଟରରେ ସମସ୍ତ ଯୁବକଙ୍କୁ ନାଚ, ଖେଳ, ଚେସ ଆଦି ସେମାନଙ୍କ ପସନ୍ଦ ହିସାବରେ ତାଙ୍କ ମନକୁ ଛୁଇଁଲା ଭଳି‌ କାର୍ଯ୍ୟ କରାଇ ଅବାଟରୁ ବାଟକୁ ଫେରାଇ ଆଣିବାରେ ‌ପ୍ରୟାସ ଜାରି‌ ରହିଥିଲା । ଏମାନେ ଥଇଥାନ କେନ୍ଦ୍ରରୁ ବାହାରିଲା ପରେ ଫାଷ୍ଟପୁଡ ସେଣ୍ଟର, ଅଟୋ ଚାଳକ ଓ ଇଂଜିନିୟର ଯୁବକଙ୍କୁ ବିଭିନ‌୍ନ କମ୍ପାନୀରେ ଓ ବ୍ୟବସାୟ କରିବାକୁ ଇଚ୍ଛୁକ ଥିବା ଯୁବକଙ୍କୁ ପ୍ରୋତ୍ସାହନ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ରାଜଧାନୀରେ କ୍ରାଇମ ଘଟଣାକୁ ନେଇ ପ୍ରଶ୍ନ ଘେରରେ ଛନ୍ଦି ହେଉଥିବା ପୋଲିସ, ଏବେ ଡ୍ରିମ୍ସ ପ୍ରୋଜକ୍ଟକୁ ନେଇ ବାଃ ବାଃ ସାଉଣ୍ଟିବା ଲକ୍ଷ୍ୟରେ ରହିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details