ଭୁବନେଶ୍ବର : ଆଉ ବ୍ରାଉନସୁଗାର ବିକିବେ ନି ମହିଳା । ନା ଦେଶି ମଦ ଭାଟିରେ କାମ କରିବେ । ନା ଅପରାଧର ହାତ ଧରି ହାତକଡି ପିନ୍ଧିବେ । କାରଣ ଏବେ ସ୍ବାବଲମ୍ବୀ ହେଉଛନ୍ତି ରାଜଧାନୀର ବସ୍ତି ମହିଳା । 18 ବର୍ଷରୁ ଊର୍ଦ୍ଧ୍ବ ଝିଅ ଓ ମହିଳା ଏବେ ବାଛିଛନ୍ତି ରୋଜଗାରିଆ ହେବାର ବାଟ । ସେଇଥିପାଇଁ ତ କମିଶନରେଟ ଦେଉଛି ମେହେନ୍ଦି ତାଲିମ ।
ଦୁଇ ଦିନିଆ କର୍ମଶାଳା ଜରିଆରେ ଏକସ୍ପର୍ଟ ଜରିଆରେ ତାଲିମ ଦିଆଯାଉଛି ଭୁବନେଶ୍ୱର ରିଜର୍ଭ ଗ୍ରାଉଣ୍ଡରେ । ମାଗଣାରେ ଖାଇବା ପିଇବା ଦେଇ ଏହି ତାଲିମ ଦିଆଯାଇଛି । ଏଥିପାଇଁ ଏକ ସଂସ୍ଥାର ମେହେନ୍ଦି ଟ୍ରେନରମାନେ ଆସି ତାଲିମ ଦେଉଛନ୍ତି । କିପରି ମେହେନ୍ଦି ପେଷ୍ଟ ତିଆରି କରିବେ, କିପରି ଏହାକୁ କୋନରେ ରଖିବେ ଓ ଲୋକଙ୍କ ହାତରେ ଲଗାଇବେ, ଏହାର ଡିଜାଇନ କିପରି ରହିବ କେଉଁ କେଉଁ ଚିତ୍ର କେଉଁ ପର୍ବ ବା ଉତ୍ସବ ପାଇଁ ଆବଶ୍ୟକ ସେ ସବୁ ଶିଖୁଛନ୍ତି ରାଜଧାନୀ ବସ୍ତିର ମହିଳା ।
ଅତି ସହଜ ଏବଂ ସୁନ୍ଦର ଭାବେ ଶିଖିଛନ୍ତି ବିଭିନ୍ନ ବସ୍ତିର ଅଭିଜ୍ଞ ଝିଅ ଓ ମହିଳା ମାନେ । ଫଳରେ ସେମାନେ ଆଗକୁ ବିଭିନ୍ନ ପୂଜା, ପର୍ବାଣୀରେ, ବିବାହ, ବ୍ରତରେ ନିଜ ପାଇଁ ରୋଜଗାର ମାଧ୍ୟମ ଖୋଜିପାରିବେ ।ତେବେସ୍କିଲ ଡେଭଲପର ବନ୍ଦନା ଗୁପ୍ତା କହିଛନ୍ତି, "ପାର୍ଲର କିମ୍ବା ହୋମ ସର୍ଭିସରେ ମେହେନ୍ଦି କରି ଦିନକୁ 3 ହଜାର ନଚେତ ମାସକୁ 30ରୁ 50ହଜାର ପର୍ଯନ୍ତ ରୋଜଗାର କରିପାରିବେ ।"