ଭୁବନେଶ୍ବର: କୋରୋନା ଭୂତାଣୁ ପାଇଁ କ୍ରମାଗତ ଭାବରେ ରାଜ୍ୟ ସରକାର ଲୋକଙ୍କୁ ସଚେତନ କରୁଛନ୍ତି । ଆଉ ଏଥିରେ ପ୍ରମୁଖ ଭୂମିକା ନିଭାଉଛି ରାଜ୍ୟ ପୋଲିସ । ତେବେ କମିଶନରେଟ ପୋଲିସ ମଧ୍ୟ ନିଜ ଟ୍ବିଟର ହ୍ୟାଣ୍ଡେଲରେ ଏକ ମଜାଦାର ଫଟେ ସେୟାର କରି ଲୋକଙ୍କୁ ସଚେତନ କରିଛି ।
ଗୁରୁବାର ସେୟାର ହୋଇଥିବା ଏହି ଫଟୋରେ ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ସୁପରହିଟ ଫିଲ୍ମ ‘ଶୋଲେ’ର ବିଭିନ୍ନ ଚରିତ୍ର ଯଥା, ବୀରୁ, ଜୟ, ଠାକୁର, ବସନ୍ତୀ, ଗବ୍ବରଙ୍କର କାର୍ଟୁନ ରହିଛି । ଠାକୁର ଓ ଗବ୍ବର ଭୂମିକାରେ ଥିବା ସଞ୍ଜୀବ କୁମାର ଓ ଅଜମଦ ଖାନଙ୍କର ଦୁଇଟି ସଂଳାପ ଏହି ମିମରେ ଦେଉଛି ସଚେତନତାର ବାର୍ତା । ଶୋଲେରେ ସଞ୍ଜୀବ କୁମାରଙ୍କର ଚର୍ଚ୍ଚିତ ଡାଇଲଗ ଥିଲା ‘ୟେ ହାଥ ନେହିଁ ଫାଁସି କା ଫନ୍ଦା ହୈ’ । ତେବେ କୋରୋନା ସଚେତନା ପାଇଁ ଏହି ଡାଇଲଗକୁ ‘ୟେ ଭାଇରସ ନେହିଁ ଫାଁସି କା ଫନ୍ଦା ହୈ’ ଲେଖା ଯାଇଛି । ସେହିପରି ଗବ୍ବରଙ୍କ ଡାଇଲଗ ‘ଜୋ ଡରଗୟା, ସମଝୋ ୱହ ମରଗୟା’ କୁ ବଦଲାଇ ‘ଜୋ ଡରଗୟା, ସମଝୋ ୱହ ବଚଗୟା’ ବୋଲି ଲେଖାଯାଇଛି ।