ଭୁବନେଶ୍ବର: କମିଶନରେଟ ପୋଲିସ ରାତି ଅଧିଆ କଟକ ରୋଡ଼ସ୍ଥିତ ବିଭିନ୍ନ ଡାନ୍ସ ବାରରେ ଚଢାଉ କରିଛି । ବେଆଇନ ଭାବରେ କଟକ ରୋଡ଼ରେ ବିଭିନ୍ନ ବାର ଚାଲିଥିବାବେଳେ କମିଶନରେଟ ପୋଲିସର ଏକ ସ୍ଵତନ୍ତ୍ର ଟିମ ଏହି ଚଢାଉ କରିଛି । ପାଖାପାଖି 30ରୁ ଅଧିକ ଡାନ୍ସ ବାର ଗାର୍ଲଙ୍କୁ ଥାନାରେ ଅଟକ ରଖିଛି କମିଶନରେଟ ପୋଲିସ ।
ଡାନ୍ସ ବାରରେ ପୋଲିସ କମିଶନର ରାତି ଅଧିଆ ଚଢାଉ, 30ରୁ ଊର୍ଦ୍ଧ୍ବ ଯୁବତୀ ଅଟକ - କମିଶନରେଟ ପୋଲିସ
କଟକ ରୋଡ଼ସ୍ଥିତ ବିଭିନ୍ନ ଡାନ୍ସ ବାରରେ କମିଶନରେଟ ପୋଲିସର ରାତି ଅଧିଆ ଚଢାଉ । 30ରୁ ଅଧିକ ଡାନ୍ସ ବାର ଗାର୍ଲ୍ ଅଟକ ।
ରାଜଧାନୀରେ କମିଶନରେଟ ପୋଲିସର ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହୋଇଛି । ନିଶାକାରବାର ଠାରୁ ଆରମ୍ଭ କରି ଦ୍ରୁତଗତିରେ ଗାଡ଼ି ଚାଳନା କରିବା ସହ ରାଜଧାନୀର ବିଭିନ୍ନ ଛକ ମାନଙ୍କରେ ପୋଲିସର କଡା ଚେକିଂ ଚାଲିଛି । ତେବେ ବିଶେଷ ସୂତ୍ରରୁ ଖବର ପାଇ କମିଶନରେଟ ପୋଲିସ ଓ କିଛି ପୋଲିସ ଫୋର୍ସ କଟକ ରୋଡ଼ସ୍ଥିତ ବିଭିନ୍ନ ବାରରେ ଚଢାଉ କରିଥିଲେ । ବିଭିନ୍ନ ଡାନ୍ସ ବାରରେ ଚାଲିଥିବା ବାର ଡାନ୍ସ ଗାର୍ଲଙ୍କୁ ଲକ୍ଷ୍ମୀସାଗର ଥାନାରେ ଅଟକ ରଖାଯାଇଛି । ଏହି ସ୍ପେଶାଲ୍ ଡ୍ରାଇଭ ପୋଲିସ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଡିସିପି ଓ ଏସିପି ଓ ଲକ୍ଷ୍ମୀସାଗର୍ ଥାନା ଅଧିକାରୀଙ୍କ ମିଳିତ ଉଦ୍ୟମରେ ଚଢାଉ ଜାରି ରହିଛି ।
ରାଜଧାନୀରେ ବେଆଇନ ଭାବରେ ବାର ଚଳାଇବା ସହ ଝିଅମାନଙ୍କୁ ସେଠାରେ ନେଇ ଡାନ୍ସ କରାଇବା ସହ ମାଲିକମାନେ ମୋଟା ଅଙ୍କର ଟଙ୍କା ରୋଜଗାର କରୁଛନ୍ତି । ଏହା ବ୍ୟତୀତ ରାଜଧାନୀର ବିଭିନ୍ନ ଛକମାନଙ୍କରେ ଚେକିଂ କରିବା ସହ ନିଶା ଦ୍ରବ୍ୟ ସେବନ କରିଥିଲେ ମୋଟା ଅଙ୍କର ଫାଇନ କରାଯାଉଥିଲା । କିଛି ଦିନ ପୂର୍ବରୁ କଟକରେ ଘଟିଥିବା ଘଟଣାରେ କମିଶନରେଟ୍ ପୋଲିସ ଆର୍ଲଟ ହୋଇଯାଇଛି । ଭୁବନେଶ୍ୱର ଓ କଟକରେ ମିଳିତ ଭାବରେ ବିଭିନ୍ନ ଛକରେ ଚେକିଂ କରିବା ସହ ପାଟ୍ରୋଲିଂ କଡ଼ାକଡ଼ି କରିଛି କମିଶନରେଟ ପୋଲିସ ।
ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ