ଓଡିଶା

odisha

ETV Bharat / city

ରାଜଧାନୀ ଉପକଣ୍ଠରେ ନିର୍ବାଚନୀ ଉଷ୍ମତା: ପ୍ରସ୍ତୁତ କମିଶନରେଟ ପୋଲିସ, ଦାୟିତ୍ବରେ ଜୋନାଲ ଏସିପି ଓ ଆଇଆଇସି

ପଞ୍ଚାୟତ ନିର୍ବାଚନ ନେଇ ସରଗରମ ରାଜନୀତି । ରାଜଧାନୀରେ ନିର୍ବାଚନୀ ହିଂସା ରୋକିବାକୁ ପ୍ଲାନ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ରାଜଧାନୀରେ ନିର୍ବାଚନୀ ହିଂସା ରୋକିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ
ରାଜଧାନୀରେ ନିର୍ବାଚନୀ ହିଂସା ରୋକିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ

By

Published : Feb 7, 2022, 9:25 PM IST

ଭୁବନେଶ୍ବର :ପଞ୍ଚାୟତ ନିର୍ବାଚନ ନେଇ ସରଗରମ ରାଜନୀତି । ପଞ୍ଚାୟତରେ ପ୍ରାର୍ଥୀ ପ୍ରଚାର ଓ ସଭାକୁ ନେଇ ସରଗରମ ରହିଛି ମାହୋଲ। ରାଜଧାନୀରେ ନିର୍ବାଚନୀ ହିଂସା ରୋକିବାକୁ ପ୍ଲାନ କରିଛି କମିଶନରେଟ ପୋଲିସ ।

କାରଣ ବିଭିନ୍ନ ଥାନା ଅଧିନରେ ଆସୁଛି ୬୮ ପଞ୍ଚାୟତ । ଜୋନାଲ ଏସିପି ଓ ସ୍ଥାନୀୟ ଆଇଆଇସିଙ୍କୁ ଦିଆଯାଇଛି ଏନେଇ ଦାୟିତ୍ବ । ନିର୍ବାଚନ ବେଳେ ଅଭ୍ୟାସଗତ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି ।

ରାଜଧାନୀରେ ନିର୍ବାଚନୀ ହିଂସା ରୋକିବାକୁ ପ୍ରସ୍ତୁତ କମିଶନରେଟ ପୋଲିସ

ଏପରିକି ଅନେକ ସ୍ଥଳରେ ୧୧୦ଦଫା ଲଗାଇ ଆଗୁଆ ଜେଲ ପଠାଉଛି ପୋଲିସ। ରାଜନୀତିକ ପାଣିପାଗ ବିଗାଡୁଥିବା ନିଶା ମାଫିଆ ଓ ନିଶା କାରବାର ଉପରେ ବି ଚଢାଉ ଜାରି ରହିଛି। ଏହାସହ ନିର୍ବାଚନୀ ହିଂସା ଓ ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପିସିଆର, ବସ୍ତିମିତ୍ର ଓ ପୋଲିସର ଫୋର୍ସକୁ ମଧ୍ୟ ସଜାଗ ରହିବାକୁ କୁହାଯାଇଛି ।

ଏହାବି ପଢନ୍ତୁ :Relaxation in Campaign: କଂଗ୍ରେସର ସ୍ବାଗତ, ନିରପେକ୍ଷ ନୀତି ଅବଲମ୍ବନ ପାଇଁ କଲା ଅନୁରୋଧ

ଅବାଧ ଓ ହିଂସାମୁକ୍ତ ନିର୍ବାଚନା ପରିଚାଳନା ପାଇଁ ବିଭିନ୍ନ ଷ୍ଟ୍ରାଟେଜି ଆପଣାଯାଇଛି । ଏସବୁ ଭିତରେ ନିର୍ବାଚନ କମିଶନ ପ୍ରଚାର କଟକଣା କୋହଳ କରିଛନ୍ତି । ଫଳରେ ସଭା ସମିତି ଆରମ୍ଭ ହେବ। ଏନେଇ ବିଗିଡିପାରେ ପରିସ୍ଥିତି । ମୁହାଁମୁହିଁ ହୋଇପାରନ୍ତି ଗୋଷ୍ଠୀ । ଏସବୁକୁ ଦୃଷ୍ଟିରେ‌ ରଖି ଏଭଳି ପରିସ୍ଥିତି ଉପରେ ନଜର ପକାଇବାକୁ ଆଜି(ସୋମବାର) ବୈଠକରେ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details