ଓଡିଶା

odisha

By

Published : Aug 30, 2022, 11:06 PM IST

ETV Bharat / city

ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ, ବିକୃତ ମୂର୍ତ୍ତି ଉପରେ ରଖିବ ନଜର

ରାଜଧାନୀରେ ଗଣେଶ ପୂଜା ନେଇ କମିଶନରେଟ ପୋଲିସ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଶଙ୍ଖଳିତ ପୂଜା ପାଇଁ ଭୁବନେଶ୍ବରର ୧୪୦ ପୂଜା କମିଟି ସହ କମିଶନରେଟ ପୋଲିସ ଆଲୋଚନା କରିଛି । ଅଧିକ ପଢ଼ନ୍ତୁ

commissionerate police meeting with bhubaneswar puja committee for ganesh puja
ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ, ବିକୃତ ମୂର୍ତ୍ତି ଉପରେ ରଖିବ ନଜର

ଭୁବନେଶ୍ବର: ରାତି ପାହିଲେ ଗଣେଶ ପୂଜା । ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏଥର ସିଙ୍ଗଲ ୟୁଉଜ ପ୍ଲାଷ୍ଟିକ ବ୍ୟବହାର ନିଶେଷ କରିଛନ୍ତି ପୂଜା ମଣ୍ଡପ କର୍ତ୍ତୃପକ୍ଷ । ଥର୍ମୋକୁଲ ପ୍ଲାଷ୍ଟିକ ବା ଜରି ଗ୍ଲାସ ଭଳି ସିଙ୍ଗଲ ୟୁଜ ପ୍ଲାଷ୍ଟିକକୁ ବ୍ୟାନ କରାଯିବ । କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେବେ । ସେହିପରି ବିକୃତ ମୂର୍ତ୍ତି ତିଆରି ନହେବା ପାଇଁ ନିର୍ଦ୍ଦେଶ ରହିଛି ।

ପ୍ଲାଷ୍ଟିକ ମୁକ୍ତ ହେବ ପୂଜା ମଣ୍ଡପ

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କମିଶନରେଟ ପୋଲିସ ସଜାଗ ହୋଇଛି । ଗଣେଶ ପୂଜାକୁ ନେଇ ରାଜଧାନୀର ୧୪୦ରୁ ଉର୍ଦ୍ଧ୍ବ ପୂଜା କମିଟି ସହ ଆଲୋଚନା କରିଛି ପୋଲିସ (commissionerate police meeting with puja committee)। ବିଭିନ୍ନ ମଣ୍ଡପର ମୂର୍ତ୍ତି ଉପରେ ପୋଲିସ ନଜର ରଖିବ । ୨୦୧୯ ପରି ଧୁମଧାମରେ ବିନା କଟକଣାରେ ପୂଜା ହେବାସହ ରାତି ୧୨ଟା ଯାଏ ମେଲୋଡିକି ଅନୁମତି ମିଳିଛି । ଭସାଣି ବେଳେ ଡିଜେ ବାଜିବାକୁ ମଧ୍ୟ ଅନୁମତି ରହିଛି । ରାବଣ ପୋଡି ଓ ଖଣ୍ଡାବୁଲା କାର୍ଯ୍ୟକ୍ରମ ହେବାକୁ ନିଷ୍ପତ୍ତି ନିଆଯାଇଛି । ପୋଲିସ କର୍ମଚାରୀଙ୍କ ଅଭାବ ଦୃଷ୍ଟିରୁ ଭିଡ ନିୟନ୍ତ୍ରଣ ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପୋଲିସଙ୍କୁ ମଣ୍ଡପର ଭଲ୍ୟୁଣ୍ଟର ସହଯୋଗ କରିବେ । ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, "ବିକୃତ ମୂର୍ତ୍ତିକୁ ପ୍ରଶୟ ଦେବୁନି, ମୂର୍ତ୍ତିର ଉଚ୍ଚତା ବିଷୟରେ ସ୍ପଷ୍ଟ ନିର୍ଦ୍ଦେଶାନାମା ନାହିଁ । ଅନ୍ୟାନ୍ୟ ଯାହା ସମସ୍ୟା ରହିଛି ତାକୁ ନେଇ ବୈଠକରେ ଆଲୋଚନା ହେଇଛି । "

ଏହା ମଧ୍ୟ ପଢ଼ନ୍ତୁ:ବିକୃତ ଗଣେଶ ମୂର୍ତ୍ତି ନିର୍ମାଣ ହୋଇପାରିବ ନାହିଁ: ହାଇକୋର୍ଟ

ଅନ୍ୟପଟେ ପୂଜାରେ ଖାଣ୍ଟି ଘିଅ ବ୍ୟବହାର କରିବାକୁ ଭସାଣି ଉତ୍ସବ କମିଟି ସଭାପତି ମଧୁମାଧବ ଜେନା ପ୍ରସ୍ତାବ ଦେଇଛନ୍ତି । ଚୋରି ଓ ଅପରାଧ ନିୟନ୍ତ୍ରଣ ସହ ଭିଡ ନିୟନ୍ତ୍ରଣ ପ୍ରତି ଫୋକସ ଦେବାକୁ ଜଟଣି ବିଧାୟକ କହିଛନ୍ତି । ଭୁବନେଶ୍ବର ମେୟରଙ୍କ ସହ ସ୍ଥାନୀୟ ବିଧାୟକ, କର୍ପୋରେଟର ଓ ପୂଜା କମିଟି ଜରିଆରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details