ଓଡିଶା

odisha

ETV Bharat / city

ମାତିଛନ୍ତି ଯୌନ ପିପାସୁ ଗ୍ୟାଙ୍ଗ; ରିମାଣ୍ଡରେ ଆସି ଗୁମର ଖୋଲିବ ଅଭିଯୁକ୍ତ - ଗ୍ୟାଙ୍ଗର ଗୁମର

ଖୋଲିବ ଝିଅଙ୍କୁ ଅସଦାଚରଣ କରୁଥିବା ଗ୍ୟାଙ୍ଗର ଗୁମର । ଲକ୍ଷ୍ମୀସାଗର ଅଞ୍ଚଳରେ ନାବାଳିକାକୁ ଅସଦାଚରଣ କରି ଜଣେ ଗିରଫ ହେବା ପରେ ଏପରି ଏକ ଗ୍ୟାଙ୍ଗ ଥିବାର ସୁରାକ ପାଇଛି କମିଶନରେଟ ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 1, 2019, 8:00 PM IST

Updated : Sep 1, 2019, 8:31 PM IST

ଭୁବନେଶ୍ବର: ଖୋଲିବ ଝିଅଙ୍କୁ ଅସଦାଚରଣ କରୁଥିବା ଗ୍ୟାଙ୍ଗର ଗୁମର । ଲକ୍ଷ୍ମୀସାଗର ଅଞ୍ଚଳରେ ନାବାଳିକାକୁ ଅସଦାଚରଣ କରି ଜଣେ ଗିରଫ ହେବା ପରେ ଏପରି ଏକ ଗ୍ୟାଙ୍ଗ ଥିବାର ସୁରାକ ପାଇଛି କମିଶନରେଟ ପୋଲିସ । ଯେଉଁଥିଲାଗି ଗିରଫ ବ୍ୟକ୍ତିକୁ ରିମାଣ୍ଡରେ ନେବାକୁ ପୋଲିସ ଆବେଦନ କରିବ ବୋଲି ଜଣାପଡିଛି ।

ତେବେ ଏହି ଗ୍ୟାଙ୍ଗ ପ୍ରାୟତଃ ସହିଦନଗର ଅଞ୍ଚଳରେ ସକ୍ରିୟ ଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏମାନେ ଝିଅ ଓ ମହିଳାଙ୍କୁ ଏକାକୀ ଦେଖିଲେ ସେମାନଙ୍କୁ ଅସଦାଚରଣ କରିବା ଆରମ୍ଭ କରନ୍ତି । ବିଶେଷକରି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟରୁ ବାଣୀବିହାର ଷ୍ଟେସନ ପର୍ଯ୍ୟନ୍ତ ଏପରି ଚାଲୁଥିବା ଖବର ପାଇଛି ପୋଲିସ ।

ଝିଅଙ୍କୁ ସିଟି ମାରିବା, କମେଣ୍ଟ ମାରିବା ଏମାନଙ୍କର ନିତିଦିନିଆ ଅଭ୍ୟାସ । ତେବେ ପୂର୍ବରୁ ଅନେକ ବାର ଏନେଇ ଥାନାରେ ଅଭିଯୋଗ ହୋଇଥିଲେ ବି ଜଣେ ନିର୍ଦ୍ଦିଷ୍ଟ ଜିମ ମାଲିକର ପ୍ରରୋଚନାରେ ଥାନାରେ ମାମଲା ରଫାଦଫା ହୁଏ ବୋଲି ସୂଚନା ମିଳିଛି ।

ତେବେ ଗିରଫ ବ୍ୟକ୍ତିଠୁ ଏପରି କିଛି ସୂଚନା ପାଇବା ପରେ କମିଶନରେଟ ପୋଲିସ ଏହା ଉପରେ ଅଧିକ ତଦନ୍ତ କରି ଝିଅଙ୍କୁ ଅସଦାଚରଣ କରିବାରେ ସମ୍ପୃକ୍ତ ବ୍ୟକ୍ତି ମାନଙ୍କୁ ଗିରଫ କରିବ ବୋଲି କୁହାଯାଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Sep 1, 2019, 8:31 PM IST

ABOUT THE AUTHOR

...view details