ଭୁବନେଶ୍ବର:ଫିକା ପଡିପାରେ ଚଳିତ ଦୁର୍ଗା ପୂଜାର ମେଲୋଡି କାର୍ଯ୍ୟକ୍ରମ । ପୋଲିସ ସାଉଣ୍ଡ ଉପରେ ଲଗାଇଲା କଟକଣା । ୬୫ ଡିସିମିଲିରୁ ଉଚ୍ଚ ଶବ୍ଦରେ ବଜାଇପାରିବେନି ଡିଜେ କି ମ୍ୟୁଜିକ ବ୍ୟାଣ୍ଡ । ପୂଜା ପାଇଁ ନିୟମାବଳୀ ଜାରି କଲା କମିଶନରେଟ ପୋଲିସର ଭୁବନେଶ୍ବର ଟିମ । ପୂଜା ମଣ୍ଡପରେ ବାଜି ପାରିବ ମାତ୍ର ୫ଟି ସାଉଣ୍ଡ ବକ୍ସ । ୬୫ ଡିସିମିଲ ପର୍ଯନ୍ତ ହୋଇପାରିବ ସଙ୍ଗୀତ ଓ ବାଦ୍ୟ ପରିବେଷଣ ।
ମ୍ୟୁଜିକ ଅପରେଟର ସାଉଣ୍ଡ ଲିମିଟର ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି । ଗୋଟିଏ ମେଢ ପାଇଁ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟି ପାଇଁ ଅନୁମତି ଦିଆଯାଇଛି । ପ୍ରତ୍ୟେକ ମ୍ୟୁଜିକ ଓ ବ୍ୟାଣ୍ଡ ପାର୍ଟି ସାଉଣ୍ଡ ଲାଇସେନ୍ସ ନେବା ବାଧ୍ୟତାମୂଳକ ହୋଇଛି । କୋର୍ଟ, ସ୍କୁଲ, କଲେଜ ଓ ହସ୍ପିଟାଲ ଠାରୁ ୧୦୦ମିଟିର ଦୂରତା ମଧ୍ୟରେ ବଜାଇପାରିବେନି ସାଉଣ୍ଡ ବା ମ୍ୟଜିକ ସୋ । ପ୍ରତ୍ୟେକ ମେଢକୁ ୬ଟି ଟ୍ରଲିରେ ଭସାଣି ପାଇଁ ଅନୁମତି ଦିଆଯାଇଛି । ରଙ୍ଗୀନ ଫୋକସ ଓ ଫ୍ଲାସ ଲାଇଟକୁ ମଧ୍ୟ ବାରଣ କରାଯାଇଛି ।
ପ୍ରତି ମେଢ ପାଇ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟି ପାଇଁ ଅନୁମତି ରହିଛି । ନିର୍ଦ୍ଧାରିତ ରୁଟରେ ମେଢ ସହ ଭସାଣି କରିପାରିବେ ପୂଜା ମଣ୍ଡପ କର୍ତ୍ତୃପକ୍ଷ । ଜାତୀୟ ରାଜପଥ ଉପରେ କରିପାରିବେନି ମ୍ୟୁଜିକ ସୋ କି ବ୍ୟାଣ୍ଡ ପାର୍ଟି ପରିବେଷଣ । ଡିସିପି ଅଫିସରୁ ଲାଇସେନ୍ସ ନେବା ପାଇଁ ବାଧ୍ୟତାମୂଳକ କରାଯାଇଛି । ଅନ୍ୟ କୋଣସି ଲାଇସେନ୍ସରେ କରିପାରିବେନି ମ୍ୟୁଜିକ କି ସାଉଣ୍ଡ ପରିବେଷଣ।