ଭୁବନେଶ୍ବର:ଓଲିଉଡ଼ ଅଭିନେତା ବାବୁଶାନ ଓ ପତ୍ନୀ ତୃପ୍ତି ଶତପଥୀଙ୍କ ବିବାହ ବିବାଦ । ପ୍ରକୃତି ମିଶ୍ର ଓ ବାବୁଶାନଙ୍କୁ ନୋଟିସ କରିଛି କମିଶନରେଟ ପୋଲିସ । ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସ୍ କରିଛି ପୋଲିସ । ଯେଉଁ ଗେଷ୍ଟ ହାଉସକୁ ନେଇ ଚର୍ଚ୍ଚା ହେଉଥିଲା ଖାରବେଳନଗର ପୋଲିସ ଉକ୍ତ ଗେଷ୍ଟହାଉସରେ ପହଞ୍ଚି ପଚରାଉଚରା କରିଛି । ସତ୍ୟନଗର ଅଞ୍ଚଳରେ ରହିଛି ଏହି ଗେଷ୍ଟ ହାଉସ୍ ।
ବାପା ମନ୍ମଥ ମିଶ୍ରଙ୍କ ଅଭିଯୋଗ ପରେ ତୃପ୍ତିଙ୍କ ପିତା ତଥା ବାବୁଶାନଙ୍କ ଶ୍ବଶୁର ଲଳିତ ଶତପଥୀଙ୍କୁ ନୋଟିସ କରିଥିଲା ପୋଲିସ । ଏହାପରେ ଲଳିତଙ୍କୁ ପଚରାଉଚରା କରିଛି ଖାରବେଳନଗର ଥାନା ପୋଲିସ । ଏ ନେଇ କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି । ଏହି ଘଟଣାରେ ପୋଲିସ ୭ ଜଣଙ୍କ ବୟାନ ରେକର୍ଡ କରିଛି ।