ଭୁବନେଶ୍ବର: ଆଉ ଦିନ କେଇଟା ପରେ ସାଧାରଣତନ୍ତ୍ର ଦିବସ । ଏନେଇ କମିସନରେଟ ପୋଲିସ ତରଫରୁ କଟକଣା ଜାରି ହୋଇଛି। ଚଳିତ ବର୍ଷ ଗାନ୍ଧିମାର୍ଗରେ ପାଳନ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ । ହେଲେ ଯୋଗଦେବେନାହିଁ ଜନ ସାଧାରଣ । କେବଳ ଆମନ୍ତ୍ରିତ ଅତିଥି ଯୋଗ ଦେବା ପାଇଁ ଅନୁମତି ରହିଛି ।
ଏନେଇ ଆଜି ଓ ଆସନ୍ତାକାଲି ପରେଡ ରିହଲସଲ ହେବ । ଦିନ ୨ଟା ୩୦ରୁ ପରେଡ ରିହଲସଲ ଆରମ୍ଭ ହେବାକୁ ଥିବାବେଳେ ୨୪ତାରିଖ ସକାଳ ୭ଟା ୩୦ରୁ ଫାଇନାଲ ରିହଲସଲ ହେବ । ସେହି ସମୟରେ ଜନସାଧାରଣ ଯାତାୟତ ଉପରେ କଟକଣା ଜାରି ହୋଇଛି ।