ଓଡିଶା

odisha

ETV Bharat / city

ଆକ୍ସନ ମୁଡରେ କମିଶନରେଟ ପୋଲିସ, କଡାକଡି ହେବ କୋଭିଡ ଚେକିଂ - କଡାକଡି ହେବ କୋଭିଡ ଚେକିଂ

ସ୍ମାର୍ଟସିଟିରେ ପୁଣି ଥରେ ଜୋରଦାର ହୋଇଛି କୋରୋନା ଚେକିଂ । ବିଏମସି ପକ୍ଷରୁ ୫ ଟି ସ୍କ୍ୱାର୍ଡ଼ ଆକ୍ଟିଭ ରହିଛନ୍ତି । ମଲ, ମାର୍କେଟ, ଛକ ବଜାରକୁ ଟାର୍ଗେଟ କରାଯାଇଛି । ଅଧିକ ପଢନ୍ତୁ...

ଆକ୍ସନ ମୁଡରେ କମିଶନରେଟ ପୋଲିସ, କଡାକଡି ହେବ କୋଭିଡ ଚେକିଂ
ଆକ୍ସନ ମୁଡରେ କମିଶନରେଟ ପୋଲିସ, କଡାକଡି ହେବ କୋଭିଡ ଚେକିଂ

By

Published : Feb 22, 2021, 4:17 PM IST

ଭୁବନେଶ୍ୱର : ସ୍ମାର୍ଟସିଟିରେ ପୁଣି ଥରେ ଜୋରଦାର ହୋଇଛି କରୋନା ଚେକିଂ । ବିଏମସି ପକ୍ଷରୁ ୫ ଟି ସ୍କ୍ୱାର୍ଡ଼ ଆକ୍ଟିଭ ରହିଛନ୍ତି । ମଲ, ମାର୍କେଟ, ଛକ ବଜାରକୁ ଟାର୍ଗେଟ କରାଯାଇଛି । କମିଶନରେଟ ପୋଲିସ ସହ ମିଳିତ ଭାବେ ଚଢ଼ାଉ କରାଯାଉଛି ବିଭିନ୍ନ ସ୍ଥାନରେ । ପୁଣି ଥରେ କୋଭିଡ ସଚେତକ ମାନଙ୍କୁ ଆକ୍ଟିଭ ହେବାକୁ ଅନୁରୋଧ କରାଯାଇଛି । ସୋସିଆଲ ମିଡିଆରେ ସଚେତନକୁ ବୃଦ୍ଧି କରିବାକୁ ପ୍ରୟାସ ଜାରି ରହିଛି ।

ଆକ୍ସନ ମୁଡରେ କମିଶନରେଟ ପୋଲିସ, କଡାକଡି ହେବ କୋଭିଡ ଚେକିଂ
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ନିୟମାବଳୀ ପାଳନ କରିବାକୁ ସମସ୍ତ ଜିଲ୍ଲାପାଳ ଓ ପୋୖରାଞ୍ଚଳ କମିଶନର ମାନଙ୍କୁ ଚିଠି ପରେ ଚଳଚଞ୍ଚଳ ହୋଇଛି ବିଏମସି । ରାଜଧାନୀ ବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଲେ ବିଏମସି କମିଶନର । ସମସ୍ତଙ୍କୁ ମାସ୍କ୍, ସାମାଜିକ ଦୂରତା ରକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତାଛଡା ଲୋକଙ୍କୁ ସଚେତନ କରିବା ପାଇଁ ପାଞ୍ଚଟି ସ୍କୁଆଡ଼ ଗଠନ ହୋଇଛି । ବଜାର, ସପିଂ ମଲ୍, ମନ୍ଦିର ନିକଟରେ ସକାଳ ଏବଂ ସନ୍ଧ୍ୟା ସମୟରେ ମାଇକ ଯୋଗେ ପ୍ରଚାର କରାଯାଉଛି । କୋଭିଡ୍ ସଚେତକଙ୍କୁ ପୁଣି ଆଲର୍ଟ କରାଯାଇଛି । ନିୟମ ଉଲଂଘନକାରୀ ଲୋକଙ୍କ ଠାରୁ ଫାଇନ ଆଦାୟ କରାଯାଉଛି ।ଆମକୁ ଏବେ ମଧ୍ୟ ସତର୍କତା ଅବଲମ୍ବନ ସହ କଟକଣାକୁ ପାଳନ କରିବାକୁ ହେବ । ଏଥିପାଇଁ ବିଏମସି ପକ୍ଷରୁ ସ୍ୱତନ୍ତ ଆଡ଼ଭାଇଜରି ଜାରି ହୋଇଛି । ଏନଫୋର୍ସମେଣ୍ଟକୁ କଡାକଡି କରାଯିବ । ଅମାନିଆଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ । ମାସ୍କ, ସାନିଟାଇଜର ଓ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଉଛି । ବିଏମସିର ସମସ୍ତ ୩ଟି ଯୋନରେ ସ୍କ୍ୱାର୍ଡ ବୁଲି ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯାଉଛି । ଡାକବାଜି ଯନ୍ତ୍ର ଜରିଆରେ ଲୋକଙ୍କୁ ସଚେତନ ହେବାକୁ ପରାମର୍ଶ ଦିଆଯାଉଛି ।

ଭୁବନେଶ୍ୱରରୁ ସଞ୍ଜିବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details