ଓଡିଶା

odisha

ETV Bharat / city

ପୂଜା ପାଇଁ ପ୍ରସ୍ତୁତି ଜୋରଦାର, ବିଭିନ୍ନ କମିଟି ସହ ଆଲୋଚନା କଲା କମିଶନରେଟ ପୋଲିସ - durga puja 2021

ପୂଜା ପାଖେଇ ଆସୁଥିବାବେଳେ ବିଭିନ୍ନ ପୂଜା କମିଟି ସହ ଆଲୋଚନା କଲା କମିଶନରେଟ ପୋଲିସ। ଅଧିକ ପଢନ୍ତୁ...

ପୁଜା ପାଇଁ ପ୍ରସ୍ତୁତି ଜୋରଦାର, କମିଟି ସହ ଆଲୋଚନା କଲା କମିଶନରେଟ ପୋଲିସ
ପୁଜା ପାଇଁ ପ୍ରସ୍ତୁତି ଜୋରଦାର, କମିଟି ସହ ଆଲୋଚନା କଲା କମିଶନରେଟ ପୋଲିସ

By

Published : Sep 29, 2021, 10:56 PM IST

ଭୁବନେଶ୍ବର: ଆସୁଛି ପୂଜା। ଚଳିତବର୍ଷ କୋରୋନା କଟକଣା ମଧ୍ୟରେ ଶୃଙ୍ଖଳିତ ପୂଜା ଆୟୋଜନ କରି ସମାପନ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି । ତେବେ ଏହାକୁ ନେଇ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପୂଜା କମିଟି ପାଇଁ କଣ ରହିବ କଟକଣା, ସେ ନେଇ ଆଲୋଚନା କରିଛି କମିଶନରେଟ ପୋଲିସ ।

ପୁଜା ପାଇଁ ପ୍ରସ୍ତୁତି ଜୋରଦାର, କମିଟି ସହ ଆଲୋଚନା କଲା କମିଶନରେଟ ପୋଲିସ

ଆଜି ରାଜଧାନୀର ସମସ୍ତ ପୂଜା କମିଟି ସହ ଆଲୋଚନା କରିଛନ୍ତି ପୋଲିସ କମିଶନର ଓ ଭୁବନେଶ୍ଵର ଡିସିପି । ତେବେ ଚଳିତବର୍ଷ ସମାନ କଟକଣା ପୂର୍ବ ପରି ରହିବ ବୋଲି ପୂଜା କମିଟିର ସଦସ୍ୟମାନେ କହିଥିବାବେଳେ ଆଜିର ଏହି ବୈଠକରେ କେବଳ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିବା ସୂଚନା ରହିଛି । ପୂଜା କମିଟିଗୁଡିକ ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ପୂଜା ଗାଇଡଲାଇନ ପାଳନପୂର୍ବକ ପୂଜା ସମାପନ କରିବା ନେଇ ପ୍ରତିଶୃତି ଦେଇଥିବା ସହ କିଛି ପ୍ରସ୍ତାବ ମଧ୍ୟ ରଖିଛନ୍ତି। ଅନ୍ୟପଟେ ସେମାନଙ୍କର ପ୍ରସ୍ତାବକୁ ଆଧାର କରି ଏନେଇ ପରବର୍ତ୍ତୀ ପର୍ଯ୍ୟାୟରେ ଗାଇଡଲାଇନ ପ୍ରସ୍ତୁତ ହେବା ନେଇ ମଧ୍ୟ ସୂଚନା ରହିଛି ।

ପୁଜା ପାଇଁ ପ୍ରସ୍ତୁତି ଜୋରଦାର, କମିଟି ସହ ଆଲୋଚନା କଲା କମିଶନରେଟ ପୋଲିସ

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details