ଓଡିଶା

odisha

ETV Bharat / city

50 ଜଣଙ୍କୁ ନେଇ ହେବ ବିବାହ, ଶୁଦ୍ଧିକ୍ରିୟାରେ ସାମିଲ ହେବେ 20 - କମିଶନରେଟ ପୋଲିସ ଗାଇଡଲାଇନ

ବିବାହ ଏବଂ ଶୁଦ୍ଧିକ୍ରିୟା ପାଇଁ ଜାରି ହେଲା ନୂତନ ଗାଇଡଲାଇନ । ବିବାହରେ 50 ଜଣ ଓ ଶୁଦ୍ଧିକ୍ରିୟାରେ 20 ଜଣଙ୍କୁ ମିଳିଛି ଅନୁମତି । ଅଧିକ ପଢନ୍ତୁ...

ବିବାହ-ଶୁଦ୍ଧିକ୍ରିୟାରେ ସର୍ବାଧିକ 50 ଜଣ ସାମିଲ
ବିବାହ-ଶୁଦ୍ଧିକ୍ରିୟାରେ ସର୍ବାଧିକ 50 ଜଣ ସାମିଲ

By

Published : Apr 9, 2021, 8:40 PM IST

Updated : Apr 9, 2021, 9:26 PM IST

ଭୁବନେଶ୍ବର: ବିବାହ ଉତ୍ସବ ଏବଂ ଶୁଦ୍ଧିକ୍ରିୟା ପାଇଁ ଜାରି ହେଲା ନୂତନ ଗାଇଡଲାଇନ । ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ଏହା ଜାରି କରାଯାଇଛି । ବିବାହରେ 50 ଜଣ ଓ ଶୁଦ୍ଧିକ୍ରିୟାରେ 20 ଜଣଙ୍କୁ ମିଳିଛି ଅନୁମତି ।

50 ଜଣଙ୍କୁ ନେଇ ହେବ ବିବାହ, ଶୁଦ୍ଧିକ୍ରିୟାରେ ସାମିଲ ହେବେ 20
50 ଜଣଙ୍କୁ ନେଇ ହେବ ବିବାହ, ଶୁଦ୍ଧିକ୍ରିୟାରେ ସାମିଲ ହେବେ 20

ତେବେ ବିବାହ କିମ୍ବା ବିବାହ ଏହା ସମ୍ବନ୍ଧୀୟ କିଛି କାର୍ଯ୍ୟକ୍ରମ ଆୟୋଜିତ କରିବାକୁ ହେଲେ ପ୍ରଥମେ ସ୍ଥାନୀୟ ପୋଲିସ ଷ୍ଟେସନରୁ ଅନୁମତି ନେବାକୁ ହେବ । ବର, କନ୍ୟା, ଉଭୟ ପକ୍ଷଙ୍କ ପରିବାର, ସାଙ୍ଗସାଥୀ, ବନ୍ଧୁ ପରିଜନ, ବ୍ରାହ୍ମଣ, ଭୋଜି କାର୍ଯ୍ୟରେ ନିୟୋଜିତ ସମସ୍ତ ରୋଷେୟା ଆଦିଙ୍କୁ ମିଶାଇ ସର୍ବମୋଟ 50 ଜଣ ହିଁ ସାମିଲ ହୋଇପାରିବେ । ଯେପରି ବିବାହରେ 50ରୁ ଅଧିକ ବ୍ୟକ୍ତି ସାମିଲ ନ ହୁଅନ୍ତି, ତାହା ସ୍ଥାନୀୟ ପୋଲିସ ଅଧିକାରୀ ସୁନିଶ୍ଚିତ କରିବେ । ଏପରିକି ବିବାହ ଶୋଭାଯାତ୍ରାକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । 65ରୁ ଉର୍ଦ୍ଧ୍ବ ବୟସ୍କ, 10 ବର୍ଷରୁ କମ୍ ବୟସ୍କ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ କେସରେ ସଂକ୍ରମଣ ବ୍ୟାପିବାର ଆଶଙ୍କା ଅଧିକା ଥିବାରୁ ସେମାନଙ୍କୁ ବିବାହ ଉତ୍ସବରେ ଯୋଗଦାନ କରିବାକୁ ବାରଣ କରାଯାଇଛି । ସେହିପରି ଥଣ୍ଡା ସର୍ଦ୍ଦିରେ ଆକ୍ରାନ୍ତ ବ୍ୟକ୍ତିଙ୍କୁ ଉତ୍ସବରେ ସାମିଲ ନ ହେବାକୁ ମଧ୍ୟ ଗାଇଡଲାଇନରେ ଉଲ୍ଲେଖ ରହିଛି ।

ଏଥିସହ ବିବାହ ଉତ୍ସବରେ ଉପସ୍ଥିତ ସମସ୍ତ ଲୋକେ 2 ମିଟର ସାମାଜିକ ଦୂରତା ବଜାୟ ରଖିବା ସହ ସମ୍ପୂର୍ଣ୍ଣ ଉତ୍ସବରେ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ତାହା ସଙ୍ଗେ ସଙ୍ଗେ ଯେପରି କୌଣସି ଲୋକ ପାନ, ଗୁଟଖା ଛେପ ଏଣେତେଣେ ନ ପକାନ୍ତି, ସେଥିପ୍ରତି ବର-କନ୍ୟାଙ୍କ ଅଭିଭାବକଙ୍କୁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ରହିଛି । ବିବାହ ଆୟୋଜକଙ୍କୁ ଯଥେଷ୍ଟ ପରିମାଣର ସାନିଟାଇଜର, ସାବୁନ ଓ ପାଣି ମହଜୁଦ ରଖିବାକୁ ଗାଇଡଲାଇନରେ ଉଲ୍ଲେଖ ରହିଛି । ଯଦି କେହି ଏହି ଗାଇଡଲାଇନ ଉଲ୍ଲଙ୍ଘନ କରନ୍ତି, ସେଥିପାଇଁ ବିବାହ ଆୟୋଜକ କିମ୍ବା ବିବାହ ମଣ୍ଡପ ମ୍ୟାନେଜର ଦାୟୀ ରହିବେ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 9, 2021, 9:26 PM IST

ABOUT THE AUTHOR

...view details