ଭୁବନେଶ୍ବର: ଦେଶରେ ଲାଗୁ ହୋଇଥିବା ନୂଆ ଯାନବାହାନ ଆଇନରେ ଟ୍ରାଫିକ ବ୍ୟବସ୍ଥାକୁ ସୁଧାରିବା ପାଇଁ ପୁଲିସ ନୂଆ ନୂଆ ନିୟମ ଲାଗୁ କରୁଛି। ଏହା ସହ କେମିତି ଲୋକେ ଟ୍ରାଫିକ ନିୟମ ମାନି ସଚେତନ ହେବେ ସେନେଇ ରାଜଧାନୀରେ କମିଶନରେଟ ପୋଲିସ ପକ୍ଷରୁ କରାଯାଇଛି ନିଆରା ଟ୍ରାଫିକ ସଚେତନତା।
ଏଥର ଫୁଲ କି ଚକଲେଟ ନୁହେଁ, ମନେ ରଖିବାକୁ ଚାବି ରିଙ୍ଗ ଜରିଆରେ ଦିଆଯାଇଛି ବାର୍ତ୍ତା। ତାସହିତ ସ୍ବତନ୍ତ୍ର ଷ୍ଟିକର ଜରିଆରେ ସଚେତନତା କରିଛନ୍ତି କମିଶନରେଟ ପୋଲିସ ଓ ଇଣ୍ଡିଆନ ୟୁଥ ଆସୋସିଏସନ।
ନାଲକୋ ଛକରେ ଚାଳକଙ୍କୁ ଚାବି ରିଙ୍ଗ ଦେବା ସହ ଚାରି ଚକିଆ ଓ ତିନି ଚକିଆ ଅଟୋରେ 'ମୁଁ ବି ମାନୁଛି' ଭଳି ଷ୍ଟିକର ଜରିଆରେ ଏକ ସଚେତନତା ବାର୍ତ୍ତା ଦିଆଯାଇଛି।