ଭୁବନେଶ୍ବର: ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁ ନାଁ (Fake Doctor Ramesh Swain)ରେ ଚାର୍ଜସିଟ ଦାଖଲ ହୋଇଛି । ୯୪୦ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି କମିଶନରେଟ ପୋଲିସ । ଯେଉଁଥିରେ ଡାକ୍ତରର ଟ୍ରିକ ସହ ଠକାମିରେ ସାମିଲ ଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି । ଏପରିକି ଏହି ଚାର୍ଜସିଟରେ ଠକ ନକଲି ଡାକ୍ତର ରମେଶ ସହ ତାର ସହଯୋଗୀଙ୍କ ନାଁ ଉଲ୍ଲେଖ ରହିଛି ।
ଚାର୍ଜସିଟରେ ଠକ ଡାକ୍ତରକ ୨ୟ ପତ୍ନୀ କମଳା ତିର୍କୀ, ଭଉଣୀ ରଶ୍ମିତା, ଡ୍ରାଇଭର ବିଶ୍ବରଞ୍ଜନ ସହ ସହଯୋଗୀ ପାପୁ ନାଁରେ ମଧ୍ୟ ଉଲ୍ଲେଖ କରାଯାଇଛି । ୯୪୦ପୃଷ୍ଠାର ଏହି ଚାର୍ଜସିଟ୍ରେ ଠକ ଡାକ୍ତର ସମ୍ପର୍କରେ ଉଲ୍ଲେଖ ସହ ଘଟଣାର ପ୍ରତ୍ୟକ୍ଷଦର୍ଶୀ ୧୦୩ଜଣଙ୍କ ବୟାନ ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ଖୁବଶୀଘ୍ର ଆରମ୍ଭ ହେବ ଟ୍ରାଏଲ । ତେବେ ରାଜ୍ୟ ସମେତ ରାଜ୍ୟ ବାହାରେ ୧୫ରୁ ଊର୍ଦ୍ଧ୍ବ କେସ ଥିବାବେଳେ ସେ ୧୫ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଠକିଥିବା ଜଣାପଡିଛି ।