ଓଡିଶା

odisha

କୋରୋନା ମାଡ: ରମଜାନ ଫିକା, ଘରେ ପାଳିବେ ରୋଜା

ଏଥର ମୁସଲିମ ସମ୍ପ୍ରଦାୟ ହେବେନି ସାମୁହିକ ଏକତ୍ରିତ । ପାଳିବେନି ନମାଜ ତରାବି । ସମସ୍ତ ନୀତି ନିୟମ ସହ ଘରେ ରଖିବେ ରୋଜା । ଅଧିକ ପଢନ୍ତୁ...

By

Published : Apr 23, 2020, 8:48 PM IST

Published : Apr 23, 2020, 8:48 PM IST

କୋରୋନା ମାଡ: ରମଜାନ ଫିକା, ଘରେ ପାଳିବେ ରୋଜା
କୋରୋନା ମାଡ: ରମଜାନ ଫିକା, ଘରେ ପାଳିବେ ରୋଜା

ଭୁବନେଶ୍ବର: କୋରୋନା ମାଡରେ ସବୁ ପଡିଛି ଫିକା । ପଦାକୁ ବାହାରୁନାହାନ୍ତି ଲୋକେ । ଉତ୍ସବ ପାଳିବା ଦୂର କଥା । ଘରେ ପାଳୁଛନ୍ତି ପର୍ବପର୍ବାଣୀ । କଟକଣା ଯୋଗୁଁ ମଉଳିଯାଇଛି ସମସ୍ତ ଉତ୍ସାହ । ଆଉ ରମଜାନ ଉପରେ ପଡିଛି ଏହାର ପ୍ରଭାବ ।

କୋରୋନା ମାଡ: ରମଜାନ ଫିକା, ଘରେ ପାଳିବେ ରୋଜା

ଏଥର ମୁସଲିମ ସମ୍ପ୍ରଦାୟ ହେବେନି ସାମୁହିକ ଏକତ୍ରିତ । ପାଳିବେନି ନମାଜ ତରାବି । ସମସ୍ତ ନୀତି ନିୟମ ସହ ଘରେ ରଖିବେ ରୋଜା । ପଢିବେ ନମାଜ । ନିଜ ସମ୍ପ୍ରଦାୟର ଗରିବ ଭାଇଭଉଣୀଙ୍କୁ ବାଣ୍ଟିବେ ଜାକତା ବା ଫିତରା । ନିଜ ଧର୍ମର ପାଳନ କରିବା ସହ ସରକାରଙ୍କ ନୀତିନିୟମକୁ ଦେବେ ସମ୍ମାନ ।

ଶୁକ୍ରବାରଠାରୁ ଆରମ୍ଭ ହେଉଛି ରମଜାନ ମାସ । ଏନେଇ ରାଜଧାନୀର ୧୫ରୁ ୨୦ ମସଜିଦ ମୁଖିଆଙ୍କ ସହ ଆଲୋଚନା କରିଛି କମିସନରେଟ ପୋଲିସ । କୋରୋନା ଯୋଗୁଁ ଏକତ୍ରିତ ନହେବାକୁ ଦିଆଯାଇଛି ନିର୍ଦ୍ଦେଶ । କେବଳ ମସଜିଦରେ ମୌଲାନାଙ୍କ ସହ ଜଣେ ଦୁଇଜଣ ରହିବେ ଉପସ୍ଥିତ । ଗହଳି ନକରିବା ସହ ମାନିବେ ସାମାଜିକ ଦୂରତା ଗାଇଡଲାଇନ । ସେପଟେ ପୋଲିସର ନିଷ୍ପତ୍ତିକୁ ସମର୍ଥନ ଦେଇଛନ୍ତି ସମସ୍ତ ମୁସଲିମ ମୁଖିଆ ।

ତେବେ ପବିତ୍ର ରମଜାନରେ ପ୍ରଥମ ଥର ବନ୍ଦ ହୋଇଛି ସାମୂହିକ ପ୍ରାର୍ଥନା । ମନଦୁଃଖ ହେଲେ ମଧ୍ୟ ସୁରକ୍ଷା ପାଇଁ ସରକାରଙ୍କୁ ସମ୍ମାନ ଦେଇଛନ୍ତି ମୁସଲିମ ଭାଇ ଭଉଣୀ । ଲକଡାଉନ ଖୋଲିଲେ ସରକାରଙ୍କ ଅନୁମତି ନେଇ ପରବର୍ତ୍ତୀ ପଦକ୍ଷେପକୁ କରିଛନ୍ତି ଅପେକ୍ଷା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ABOUT THE AUTHOR

...view details