ଓଡିଶା

odisha

ETV Bharat / city

ଆସୁଛି ପୂଜା: ରାଜଧାନୀରେ ମାତିଲେ ଲୁଟେରା, ଧରା ନ ପଡି ମାର୍କେଟରେ ବୁଲୁଛନ୍ତି କିଛି ଗ୍ୟାଙ୍ଗ୍ - ଭୁବନେଶ୍ବରରେ ଲୁଟ

ପୂଜା ପୂର୍ବରୁ ରାଜଧାନୀରେ ସକ୍ରୀୟ ହୋଇଛନ୍ତି ବିଭିନ୍ନ ଲୁଟେରା ଗ୍ୟାଙ୍ଗ । ମୋ ବସରେ ପଶି ଜଣେ ବୋନ କ୍ୟାନ୍ସର ରୋଗୀଙ୍କ ପକେଟ କାଟି ୧୫ ହଜାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ଲୁଟେରା ଗ୍ୟାଙ୍ଗକୁ ନେଇ ସତର୍କତା ଜାରି କଲା କମିଶନରେଟ ପୋଲିସ । ଅଧିକ ପଢ଼ନ୍ତୁ

ପୂଜା ପୂର୍ବରୁ ମାତିଲେ ଲୁଟେରା ଗ୍ୟାଙ୍ଗ, ସତର୍କତା ଜାରି କଲା ପୋଲିସ
ପୂଜା ପୂର୍ବରୁ ମାତିଲେ ଲୁଟେରା ଗ୍ୟାଙ୍ଗ, ସତର୍କତା ଜାରି କଲା ପୋଲିସ

By

Published : Sep 21, 2022, 10:26 PM IST

Updated : Sep 21, 2022, 10:41 PM IST

ଭୁବନେଶ୍ବର: ପୂଜା ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା । ପୋଲିସ ଆଖିରେ ଧୂଳି ଦେଇ ବିଭିନ୍ନ ଉପାୟରେ ଲୁଟୁଛନ୍ତି ଲୁଟେରା ଗ୍ୟାଙ୍ଗ । ତେବେ ମୋ ବସରେ ପଶି ଜଣେ ବୋନ କ୍ୟାନ୍ସର ରୋଗୀଙ୍କ ପକେଟ କାଟି ୧୫ ହଜାର ଲୁଟି ନେଇଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ପୂଜାର ମାହୋଲରେ ଲୋକଙ୍କ ଗହଳିର ଫାଇଦା ନେଇ ଲୁଟ ପାଇଁ ବିଭିନ୍ନ ବାଟ ଆପଣାଉଛନ୍ତି ଏଭଳି ଅନେକ ଲୁଟେରା ଗ୍ୟାଙ୍ଗ । ତେବେ ଏନେଇ ସତର୍କତା ଜାରି କରିଛି କମିଶନରେଟ ପୋଲିସ ।

ପୂଜା ପୂର୍ବରୁ ମାତିଲେ ଲୁଟେରା ଗ୍ୟାଙ୍ଗ, ସତର୍କତା ଜାରି କଲା ପୋଲିସ

ସୂଚନା ଅନୁସାରେ ଗଞ୍ଜାମ ପୁରୁଷୋତ୍ତମପୁରର ଆନନ୍ଦ ଗୌଡ଼। ବୋନ କ୍ୟାନ୍ସର ରୋଗରେ ପୀଡ଼ିତ । ସେ ନିଜ ଚିକିତ୍ସା ପାଇଁ ୧୫ ହଜାର ଟଙ୍କା ଆଣି ଭୁବନେଶ୍ବର ଆସିଥିଲେ । ତେବେ ବରମୁଣ୍ଡାରୁ ୧୯ ନମ୍ବର ମୋ ବସରେ କଟକ ଯିବା ବେଳେ ବାଣୀବିହାର ଛକ ନିକଟରେ ସେ ତାଙ୍କ ପାଖରେ ଟଙ୍କା ନଥିବା ଜାଣିପାରିଥିଲେ । ଏହାପରେ ଅସହାୟ ହୋଇ ସହିଦନଗର ଥାନାରେ ଅଭିଯୋଗ କରିଥିଲେ ଆନନ୍ଦ । ତେବେ ଏହି ଗ୍ୟାଙ୍ଗ ପୁର୍ବରୁ ମଧ୍ୟ ଏକାଧିକ ମୋ ବସରେ ଏପରି ଲୁଟ କରିଥିବାର ନଜିର ରହିଛି । ପୂର୍ବରୁ ରୂପାଲି ଛକରେ ମଧ୍ୟ ମୋ ବସରୁ ଏପରି ଲୁଟ ବେଳେ ଧରାପଡିଥିଲେ ୩ ଲୁଟେରା ।

ପୂଜା ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା ଗ୍ୟାଙ୍ଗ, ସତର୍କତା ଜାରି କଲା ପୋଲିସ

କେବଳ ଏହି ଲୁଟେରା ଗ୍ୟାଙ୍ଗ ନୁହେଁ, ଏହିପରି ଅନେକ ତରିକା ଆପଣାଇ ଲୁଟ କରୁଛନ୍ତି ରାଜଧାନୀରେ ସକ୍ରିୟ ଥିବା ଅନେକ ଲୁଟେରା ଗ୍ୟାଙ୍ଗ । ଦଶହରା ପାଇଁ ପୋଲିସ ରାଜଧାନୀକୁ ଅପରାଧୀ ମୁକ୍ତ କରିବାକୁ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିଲେ ମଧ୍ୟ ଏହି ଲୁଟେରା ଗ୍ୟାଙ୍ଗର ସୁରାକ ପାଉନି କମିଶନରେଟ ପୋଲିସ । ଏବେ ପୂଜାର ମାହୋଲ ଥିବାରୁ ଲୋକଙ୍କ ଗହଳି ଦେଖି ଲୁଟ ପାଇଁ ବିଭିନ୍ନ ବାଟ ଆପଣାଉଛନ୍ତି ଲୁଟେରା । ତେବେ ନଜର ପକାନ୍ତୁ ଏପରି କିଛି ଗ୍ୟାଙ୍ଗ ଯାହାକୁ ଏଯାଏଁ ଧରି ପାରିନି ପୋଲିସ ।

ପୂଜା ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା ଗ୍ୟାଙ୍ଗ, ସତର୍କତା ଜାରି କଲା ପୋଲିସ

କାର କାଚ ଭଙ୍ଗା ଲୁଟେରା ଗ୍ୟାଙ୍ଗ୍‌

ରାଜଧାନୀରେ‌ ଜାନୁଆରୀରୁ ଏପ୍ରିଲ ମଧ୍ୟରେ ସକ୍ରିୟ ଥିଲେ କାର କାଚ ଭଙ୍ଗା ଲୁଟେରା ଗ୍ୟାଙ୍ଗ୍ । ଏକାଧିକ କାରର କାଚ ଭାଙ୍ଗି ଲୁଟିଥିଲେ ଗହଣା, ଲାପଟପ ଓ ଟଙ୍କା । ଜୁଲାଇ ୬ ତାରିଖରେ ୮ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିଥିଲା ପୋଲିସ । ହେଲେ ଏହା ପରେବି ମାତିଛନ୍ତି ଆଉ ଏକ କାର କାଚ ଭଙ୍ଗା ଗ୍ୟାଙ୍ଗ । ଅଗଷ୍ଟ ୧୦ ତାରିଖରେ ଖାରବେଳ ନଗର ଥାନା ଅଞ୍ଚଳରୁ କାର କାଚ ଭାଙ୍ଗି ଲୁଟ କରୁଥିଲେ ଲୁଟେରା । ଜଣେ ଯୁବ ପ୍ରଫେସରଙ୍କ କାଗଜପତ୍ର ସହ ଲାପଟପ ଓ ଟଙ୍କା ନେଇ ଛୁ ମାରିଛନ୍ତି ଲୁଟେରା । ଅଗଷ୍ଟ ୧୧ ତାରିଖରେ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ କଟକ ରୋଡର ଏଚଡିଏଫସି ବ୍ୟାଙ୍କ ସାମ୍ନାରୁ ଜଣେ ବାର ମାଲିକଙ୍କ କାର‌ କାଚ ଭାଙ୍ଗି ଲାପଟପ ଓ ଟଙ୍କା ସହ କାଗଜପତ୍ର ଲୁଟିଥିଲେ ଲୁଟେରା ।

ପୂଜା ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା ଗ୍ୟାଙ୍ଗ, ସତର୍କତା ଜାରି କଲା ପୋଲିସ

ଗହଳି‌ ମୌକାରେ ଲୁଟ

ପୂଜା ପାଇଁ ଏବେ ସବୁଆଡ଼େ ଗହଳି ଲାଗି ରହୁଛି । ତେବେ ଏହି ବାହାନାରେ ଗହଳି କରି ଗହଣା ଓ ଟଙ୍କା ପର୍ସ ଲୁଟ କରିବାରେ ଏକ ଗ୍ୟାଙ୍ଗ ସକ୍ରିୟ ରହିଛିନ୍ତି । ଏମାନେ ଏପର୍ଯ୍ୟନ୍ତ ପୋଲିସ ହାତରେ‌ ଧରା ପଡିନାହାନ୍ତି । ଜୁନ ୧୫ ତାରିଖରେ ମାର୍କେଟ ବିଲ୍ଡିଂରେ ରଜ ସପିଙ୍ଗ ବେଳେ ଜୟନ୍ତି ଦାସ ନାମକ ମହିଳାଙ୍କ ଛୁଆ ବେକରୁ ଗହଳି କରି କାଟି ନେଇଥିଲେ ସୁନା ଲକେଟ । ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଥିଲା । ସେହିପରି ୨୩ ଜୁନ ମାର୍କେଟ ବିଲ୍ଡିଂରେ ଗହଳିର ଫାଇଦା ନେଇ ସପିଙ୍ଗ ବେଳେ ଭିମସାରର ଜଣେ ଛାତ୍ରୀଙ୍କ ବ୍ୟାଗରୁ ପର୍ସ ନେଇଯାଇଥିଲେ ଲୁଟେରା । ଏନେଇ ଅଭିଯୋଗର ୧୦ ଦିନ‌ ପରେ ଏକ ଅଟୋରୁ ଲୁଟ ହୋଇଥିବା ପର୍ସ ମିଳିଥିଲା । କିନ୍ତୁ ଏଥିରୁ ଟଙ୍କା ଲୁଟ ହୋଇସାରିଥିଲା । ଆଇଡି କାର୍ଡରୁ ନମ୍ବର ସଂଗ୍ରହ କରିବା ପରେ ଫୋନ କରି ଅଟୋ ଡ୍ରାଇଭର ପର୍ସ ଦେଇଥିଲେ ।

ପୂଜା ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା ଗ୍ୟାଙ୍ଗ, ସତର୍କତା ଜାରି କଲା ପୋଲିସ

ଗାଡିକୁ ସାଇଡ ମାରି ଲୁଟ

ଏବେ ପୁଣି ଏକ ନୂଆ ଧରଣର ଗ୍ୟାଙ୍ଗ ଦେଖିବାକୁ ମିଳିଛି । ଏକୁଟିଆ ଦେଖି ଗାଡି ସାଇଡ ମାରିବା ଆଳରେ ଝଗଡା କରି ଭୟଭିତ କରାଇ ଗାଡି ଅଟକାଇ ଲୁଟି ନେଉଛନ୍ତି ଲୁଟେରା । ଏଭଳି ଲୁଟର ଅନେକ ଅଭିଯୋଗ ହୋଇଛି ବିଭିନ୍ନ ଥାନାରେ । ୧୭ ସେପ୍ଟେମ୍ବରରେ ନନ୍ଦନକାନନ ଥାନା ଅଞ୍ଚଳରେ ଏକ କାରରେ ଆସି ସାଇଡ ମାରି ଏକ ହାଇଓ୍ବା କାର ନେଇ ଛୁ ମାରିଛନ୍ତି ଲୁଟେରା । ସେହିଭଳି ୩ ସେପ୍ଟେମ୍ବର ଲକ୍ଷ୍ମୀସାଗର ଥାନା ଝାରପଡା ଓଭରବ୍ରିଜ ନିକଟରେ ଜଣେ ମହିଳା ପରିବା ବ୍ୟବସାୟୀଙ୍କୁ ସାଇଡ ମାରିବା ପରେ ସ୍କୁଟିର ଚାବି ମାଗି ଗାଡିର ଡିକି ଖୋଲି ୩ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା । ୭ ସେପ୍ଟେମ୍ବର ଖାରବେଳନଗର ଥାନା ଷ୍ଟେଟ ଗେଷ୍ଟ ହାଉସ ସାମ୍ନାରେ ଏକ କାରକୁ ସାଇଡ ମାରିଥିଲେ ବାଇକରେ ଯାଉଥିବା ଦୁଇ ଲୁଟେରା । ପରେ କାର ଡ୍ରାଇଭରଙ୍କ ପର୍ସରୁ ଟଙ୍କା ନେଇ ଛୁ ମାରିଥିଲେ ।

ପୂଜା ପୂର୍ବରୁ ରାଜଧାନୀରେ ମାତିଲେ ଲୁଟେରା ଗ୍ୟାଙ୍ଗ, ସତର୍କତା ଜାରି କଲା ପୋଲିସ

କାର କାଚରେ କାଳି ପକାଇ ଲୁଟ

ଆଜକୁ ଠିକ ବର୍ଷେ ପୂର୍ବରୁ ସେହି ଗ୍ୟାଙ୍ଗର ଉତ୍ପାତ ଦେଖିବାକୁ ମିଳିଥିଲା । ଗତବର୍ଷ ଅଗଷ୍ଟ ୫ ତାରିଖରେ ଲକ୍ଷ୍ମୀସାଗର ଥାନା କଳ୍ପନା ଛକ ପୁଷ୍ପକ ହୋଟେଲ କଡରେ ଗାଡିର ସାମ୍ନାରେ କାଳିପକାଇ ଧ୍ୟାନ ଭଟକାଇ କାର ଭିତରେ ଥିବା ଅଧ୍ୟାପିକାଙ୍କ ଭ୍ୟାନିଟ ନେଇ ଛୁ ମାରିଥିଲେ ଲୁଟେରା । ଏନେଇ ମୋବାଇଲ ଫୋନ ସହ ଗହଣା, ଟଙ୍କା ଓ କାଗଜପତ୍ର ଲୁଟ ହୋଇଥିବା ଲକ୍ଷ୍ମୀସାଗର ଥାନରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସକୁ ସୁରାକ ମିଳି ନଥିଲା । ହେଲେ ଏବେବି ଏମାନେ ବାହାରେ ବୁଲୁଥିବା ବେଳେ ପୂଜା ମୌକାରେ ଏ ବର୍ଷ ହୋଇପାରନ୍ତି ସକ୍ରିୟ ।

ଏନେଇ‌ ଏହି ସବୁ ଗ୍ୟାଙ୍ଗର ସକ୍ରିୟ ହେବା ଆଶଙ୍କା କରି ପୋଲିସ ଜନସାଧାରଣଙ୍କୁ ସୋସିଆଲ ମିଡିଆରେ ସଚେତନ କରିଛି । ପୂଜା ଓ ଏଥିପାଇଁ ସପିଙ୍ଗ ସମୟରେ ନିଜ ଜିନିଷ ପ୍ରତି ଧ୍ୟାନ ଦେବା ସହ ଗାଡିରେ ଛାଡି ନଯିବାକୁ ସତର୍କତା ଜାରି କରିଛି କମିଶନରେଟ ପୋଲିସ ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Sep 21, 2022, 10:41 PM IST

ABOUT THE AUTHOR

...view details