ଓଡିଶା

odisha

By

Published : Jul 14, 2022, 6:06 PM IST

ETV Bharat / city

ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ୍

ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି କମିଶନରେଟ ପୋଲିସ । ଗ୍ୟାଙ୍ଗର ୫ ଜଣକୁ ବାନ୍ଧିଛି ସହିଦନଗର ପୋଲିସ । ଅଧିକ ପଢନ୍ତୁ

Lootera Gang Arrest ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ୍
Lootera Gang Arrest ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ୍

ଭୁବନେଶ୍ବର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଲୁଟପାଟ୍ । ଲୁଟେରାମାନେ ଦିନ ଦ୍ବି ପହରରେ ପୋଲିସ ଆଖିରେ ଧୂଳିଦେଇ କରୁଛନ୍ତି ଲୁଟପାଟ୍ । ପୋଲିସ ମଧ୍ୟ ସକ୍ରିୟ ଥିବା ଲୁଟେରା ଗ୍ୟାଙ୍ଗକୁ ଧରିବା ପାଇଁ ପ୍ରସ୍ତୁତ କରୁଛି ନୂଆ ନୂଆ ବ୍ଲୁ ପ୍ରିଣ୍ଟ । ଆଉ ଏଭଳି ଏକ ଲୁଟେରା ଗ୍ୟାଙ୍ଗକୁ ଆଜି ଗିରଫ କରିଛି କମିଶନରେଟ ପୋଲିସ ।

Lootera Gang Arrest ଲୁଟେରା ଗ୍ୟାଙ୍ଗକୁ ବାନ୍ଧିଲା କମିଶନରେଟ ପୋଲିସ୍

ସହିଦନଗର ପୋଲିସ ଗୋଟିଏ ଗ୍ୟାଙ୍ଗର ୫ ଜଣକୁ ଗିରଫ କରିଛି । ଗ୍ୟାଙ୍ଗର ସଦସ୍ୟ ମାନେ ବିଭିନ୍ନ ଜିଲ୍ଲାରେ ଲୁଟ କରୁଥିବା ସନ୍ଦେହ କରୁଛି ପୋଲିସ । ପ୍ରଥମେ ସେମାନେ ବାଇକକୁ ଚୋରି କରୁଥିଲେ ଓ ପରେ ଚୋରି ବାଇକରେ ଲୁଟ କରୁଥିଲେ ବୋଲି ତଦନ୍ତରୁ ଜଣାପଡିଛି ।

ରେଲଓ୍ବେ ଷ୍ଟେସନ, ବସଷ୍ଟାଣ୍ଡ, ମେଡ଼ିକାଲ ଓ ଅଟୋଷ୍ଟାଣ୍ଡରେ ଚୋରି କରନ୍ତି ଏହି ଗ୍ୟାଙ୍ଗର ସଦସ୍ୟମାନେ । ତେବେ, ଏ ଗ୍ୟାଙ୍ଗର ଅନ୍ୟତମ ଅଭିଯୁକ୍ତ ପ୍ରଶାନ୍ତ ଘଡେଇ ନାଁରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି । ସହିଦନଗର ଥାନା ହେପାଜତରୁ ଦୁଇ ଦୁଇ ଥର ଫେରାର ହୋଇଛି ପ୍ରଶାନ୍ତ । ଭୁବନେଶ୍ବରର ୭ ଟି ଥାନାରେ ଏମାନେ ଚୋରି କରିଛନ୍ତି । ସେହିପରି ୫ ଟି ଭ୍ୟାନିଟି ବ୍ୟାଗ ଚୋରି କରିଥିଲେ ଏ ଗ୍ୟାଙ୍ଗ । ମୋଟ ୧୨ ଟି ମାମଲାରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରିଛି କମିଶନରେଟ ପୋଲିସ । ଲୁଟେରାମାନେ ମର୍ଣ୍ଣିଂ ଓ୍ବାର୍କ କରୁଥିବା ଲୋକଙ୍କୁ ମୂଖ୍ୟତଃ ଟାର୍ଗେଟ କରୁଥିଲେ ବୋଲି କହିଛନ୍ତି ଭୁବନେଶ୍ବର ଡିସିପି ।

ଇଟିଭି ଭାରତ,ଭୁବନେଶ୍ବର

ABOUT THE AUTHOR

...view details