ଭୁବନେଶ୍ବର:କମିଶନରେଟ ପୋଲିସ ପଞ୍ଝାରେ ବ୍ଲାକ ପଲସର ଗ୍ୟାଙ୍ଗ । ତିନିଜଣିଆ ବ୍ଲାକ ପଲସର ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଖଣ୍ଡଗିରି ଅଞ୍ଚଳରେ ଆତଙ୍କ ଖେଳାଇ ପୋଲିସର ନିଦ ହଜାଇ ଦେଇଥିଲା ଏହି ଲୁଟେରା ଗ୍ୟାଙ୍ଗ ।
ଫୋନ ଝାମ୍ପୁଥିଲେ ଛଞ୍ଚାଣ ପରି, ରାଜଧାନୀରେ ଧରାପଡିଲା ବ୍ଲାକ ପଲସର ଗ୍ୟାଙ୍ଗ - କମିଶନରେଟ ପୋଲିସ
କମିଶନରେଟ ପୋଲିସ ପଞ୍ଝାରେ ବ୍ଲାକ ପଲସର ଗ୍ୟାଙ୍ଗ । ୩ ଗିରଫ । ଅଧିକ ପଢନ୍ତୁ...
ଆସୁଥିଲେ ଧୁଆପରି ଝାମ୍ପୁଥିଲେ ଛଞ୍ଚାଣ ପରି
ଗତ ୬ ତାରିଖରେ ଡୁମୁଡୁମାର ଦିଲିପ କୁମାର ସାହୁ ନାମକ ବ୍ଯକ୍ତି ଅଫିସ ଯିବା ସମୟରେ ଖଣ୍ଡଗିରି ଓଭରବ୍ରିଜ ଉପରେ ବ୍ଲାକ ପଲସରରେ ଦୁର୍ବୃତ୍ତ ଆସି ଫୋନ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଯାହାର ତଦନ୍ତ କରି ତିନିଜଣିଆ ଗ୍ୟାଙ୍ଗର ତିନି ସଦସ୍ୟଙ୍କୁ ପୋଲିସ ଗିରଫ କରିଛି । ଏହି ଅଭିଯୁକ୍ତ ମାନେ ହେଉଛନ୍ତି ରମାକାନ୍ତ ମଲ୍ଲିକ, ରବି ନାୟକ, ବିନୟ ମହାପାତ୍ର । ସେମାନଙ୍କ ନିକଟରୁ ୨୦ଟି ମୋବାଇଲ ଫୋନ, ଦୁଇଟି ବ୍ଲାକ ପଲସର ସହ କଟର ମେସିନ ଜବତ କରିଛି ପୋଲିସ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ