ଭୁବନେଶ୍ବର: କମିଶନରେଟ ପୋଲିସର ନୂଆ ଅଭିଯାନ । ଚୋରି ଛିନତାଇ ବା ହଜିଯାଇଥିବା ମୋବାଇଲ ଫେରସ୍ତ ପାଇଁ ପ୍ରୟାସ । ଥାନା ସ୍ତରରେ ମୋବାଇଲ ମେଳା କରି ଦିଆଯାଉଛି ଫୋନ । ଅର୍ଥାତ ଚୋରି ବା ଛିନତାଇ ହୋଇଥିବା ମୋବାଇଲ ରିକଭରି ପରେ ଏଭଳି ଉପାୟରେ ଫେରାଇବାକୁ ଚାଲିଛି ପ୍ରୟାସ। ଏନେଇ ଖଣ୍ଡଗିରି ଥାନା ଓ ସହିଦ ନଗର ସମେତ ଚନ୍ଦକା ଥାନା ଅଞ୍ଚଳରେ ବିଗତ କିଛି ଦିନ ଧରି ଅନେକ ଅପରାଧୀଙ୍କୁ ଧରିବା ପରେ ସେମାନେ ଚୋରି ଛିନତାଇ କରିଥିବା ମୋବାଇଲ ରିକଭରି ହୋଇଛି ।
ଅର୍ଥାତ ଚୋରି ମୋବାଇଲ ତାମିଲନାଡୁ ଓ ଚେନ୍ନାଇରୁ ଉଦ୍ଧାର ହୋଇଛି । ସେ ବ୍ଲାକ ଆଣ୍ଡ ହ୍ବାଇଟ ସେଟ ହେଉ ବା ସ୍ମାର୍ଟଫୋନ । ସବୁ ମୋବାଇଲ କମିଶନରେଟ ପୋଲିସ ଅଞ୍ଚଳରେ ହୋଇଥିବା ରିପୋର୍ଟକୁ ଆଧାର କରି ଫୋନ ପାଇବା ଦେବା ଚେଷ୍ଟା ଜାରି ରହିଛି । ଏନେଇ ସମସ୍ତ ଥାନା ସ୍ତରରେ ହୋଇଥିବା ପିଓପିଡି ଟିମ ଏଦିଗରେ ତତ୍ପରତାର ସହ ମୋବାଇଲ ଧରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି ।