ଓଡିଶା

odisha

ETV Bharat / city

କନେଷ୍ଟବଳଙ୍କୁ ଗାର୍ଡ ଅଫ୍ ଅନର

ମଙ୍ଗଳବାର କାର୍ଯ୍ୟରତ ଅବସ୍ଥାରେ କନେଷ୍ଟବଳ ସୁଶାନ୍ତ ଗୁରୁ ମୃତ୍ୟୁ ବରଣ କରିଥିଲେ । ବୁଧବାର ରିଜର୍ଭ ପଡ଼ିଆରେ ମୃତ କନେଷ୍ଟବଳଙ୍କୁ କମିସରେଟ ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jun 12, 2019, 8:55 PM IST

ଭୁବନେଶ୍ବର: କନେଷ୍ଟବଳଙ୍କୁ ଦିଆଯାଇଛି ଗାର୍ଡ ଅଫ୍‌ ଅନର । ମଙ୍ଗଳବାର କାର୍ଯ୍ୟରତ ଅବସ୍ଥାରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ କନେଷ୍ଟବଳ ସୁଶାନ୍ତ ଗୁରୁ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।ବୁଧବାର ରିଜର୍ଭ ପଡ଼ିଆରେ ସୁଶାନ୍ତ ଗୁରୁଙ୍କୁ କମିସନରେଟ ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି । ଏହି ଅବସରରେ ପୋଲିସ କମିସନର ଓ ଭୁବନେଶ୍ବର ଡିସିପି ଅନୁପ ସାହୁ ଉପସ୍ଥିତ ରହିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସୂଚନା ଅନୁଯାୟୀ, କାର୍ଯ୍ୟରତ ଅବସ୍ଥାରେ ପିସିଆର ଭ୍ୟାନ୍ ଭିତରେ ଟଳି ପଡ଼ିଥିଲେ କନେଷ୍ଟବଳ ସୁଶାନ୍ତ ଗୁରୁ । ରାତି୧୦ ଟା ସମୟରେ ପାଟ୍ରୋଲିଂ କରୁଥିବା ସମୟରେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ।

ମୃତ କନେଷ୍ଟବଳ ସୁଶାନ୍ତ ଗୁରୁ ଖାରବେଳ ନଗର ଫାଣ୍ଡି ଅଧୀନରେ ଥିବା ଭୌମନଗର୍ ଫାଣ୍ଡିରେ କାର୍ଯ୍ୟରତ ଥିଲେ । ତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡିଛି । କମିସନରେଟ ପୋଲିସ ପକ୍ଷରୁ ମୃତ କନେଷ୍ଟବଳଙ୍କ ପରିବାରକୁ ୫୦ ହଜାର ଟଙ୍କା ସହାୟତା ଦିଆଯାଇଛି । ପରବର୍ତ୍ତୀ ସମୟରେ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ଅନୁପ ସାହୁ ।

ଏହା ବ୍ୟତୀତ ଟାଣ ଖରାରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କୁ ସଚେତନତା ଅବଲମ୍ବନ କରିବା ପାଇଁ କହିବା ସହ ପାଖରେ ଗ୍ଲୁକୋଜ ପାଣି ବା ସାଦା ପାଣି ରଖିବାକୁ ଅନୁରୋଧ କରିଛନ୍ତି ଅନୁପ ସାହୁ ।

ଭୁବନେଶ୍ବରରୁ ବିକାଶ କୁମାର ଦାଶ, ଇଟିଭି ଭାରତ

ABOUT THE AUTHOR

...view details