ଭୁବନେଶ୍ବର: ଭିନ୍ନକ୍ଷମ ଯୁବତୀଙ୍କୁ ଯୌନ ଶୋଷଣ ଘଟଣା । ନିଖିଳ ଉତ୍କଳ ଶାରିରୀକ ଭିନ୍ନକ୍ଷମ କଲ୍ୟାଣ ମହାସଙ୍ଘରେ ପହଞ୍ଚିଲେ ଭିନ୍ନକ୍ଷମ କମିଶନର ସୁଲୋଚନା ଦାସ । ମହାସଙ୍ଘରେ ଯୌନ ନିର୍ଯାତନା ମାମଲାରେ କମିଶନଙ୍କ ତଦନ୍ତ ଆରମ୍ଭ।
ମହାସଙ୍ଘର ସାଧାରଣ ସମ୍ପାଦକଙ୍କ ଚାମ୍ବରରେ ଯାଞ୍ଚ ଆରମ୍ଭ ହୋଇଛି । ମହାସଙ୍ଘରେ କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି। ସେପଟେ କମିଶନଙ୍କ ପାଞ୍ଚ ମିନିଟ ତଦନ୍ତ ପରେ ଘଟଣାସ୍ଥଳରୁ ଫେରିଯିବା ଘଟଣା ନେଇ ପ୍ରଶ୍ନ ଉଠାଇଲେ ମହାସଙ୍ଘ ବିରୋଧରେ ଆଣିଥିବା ଅଭିଯୋଗକାରୀ।