ଓଡିଶା

odisha

ETV Bharat / city

ଟେକ୍ନୋଲୋଜି ଭରସାରେ କମିଶନରେଟ ପୋଲିସ, ବ୍ୟବହାର ହେଉନାହିଁ ଲ୍ୟାପଟପ୍ - ପୋଲିସ କମିସନର

କମିଶନରେଟ ପୋଲିସ ଅଧିନରେ ଥିବା ସମସ୍ତ ଥାନାରେ ଉପଲବ୍ଧ ରହିଛି ନୂତନ ଜ୍ଞାନକୌଶଳ । ବିଭାଗ ପକ୍ଷରୁ ଯୋଗାଇ ଦିଆଯାଇଛି ଲ୍ୟାପଟପ୍ ଓ ହାଇସ୍ପିଡ୍ ଟ୍ୟାବ୍ । ତଥାପି ବ୍ୟବହାର ଉପଯୋଗୀ ହେଉନାହିଁ ଏହି ଜ୍ଞାନକୈଶଳ । ଏହା କମିଶନରେଟ ପୋଲିସ ପାଇଁ ସାଜିଛି ମୁଣ୍ଡବ୍ୟଥାର କାରଣ ।

ଡ଼ିଜାଇନ ଫଟୋ

By

Published : Aug 30, 2019, 8:58 PM IST

ଭୁବନେଶ୍ବର: ରାଜଧାନୀର ସବୁ ଥାନାକୁ ମିଳିଲା ଲ୍ୟାପଟପ୍ । ଏହା ସହିତ ଯୋଗାଇ ଦିଆଯାଇଛି ହାଇ ସ୍ପେଶିଫାଏଡ ଟ୍ୟାବ୍ । ସମସ୍ତ ସୁବିଧା ସତ୍ବେ ମଧ୍ୟ କମିଶନରେଟ ପୋଲିସ ଅଧିନରେ ଥିବା ଥାନାରେ ବ୍ୟବହାର ହେଉନାହିଁ ଟେକ୍ନୋଲୋଜି । ଯାହା ଏବେ ନୂତନ ପୋଲିସ କମିସନର ଡଃ ସୁଧାଶୁଂ ଷଡଙ୍ଗୀକୁ ପର୍ଯ୍ୟବେକ୍ଷଣ କରିବାର ସମୟ ଆସିଛି ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ଭୁବନେଶ୍ବର

ନୂଆ ଜ୍ଞାନକୌଶଳ ଉପଯୋଗ ନହେବାର ଅନେକ କାରଣ ରହିଛି

  • ଅଧିକାଂଶ ଥାନା କର୍ମଚାରୀଙ୍କ ଏ ସମ୍ପର୍କରେ ଜ୍ଞାନର ଅଭାବ ରହିଛି
  • କମ୍ପ୍ୟୁଟର ଚଲାଇବା ଜାଣିଥିଲେ ମଧ୍ୟ ଲ୍ୟାପଟପ୍ ବା ଟ୍ୟାବ୍ ବ୍ୟବହାର କରିବା କର୍ମଚାରୀଙ୍କ ପାଇଁ ସହଜ ହେଉନାହିଁ
  • ଅଧିକାଂଶ ସମୟରେ ଟ୍ୟାବରେ ସିମ ନଥିଲେ ଲ୍ୟାପଟପ ପାଇଁ ଇଣ୍ଟରନେଟ କନେକ୍ସନ ନାହିଁ
  • ଘଟଣାସ୍ଥଳରେ ଟ୍ୟାବରେ ଫଟୋ କିମ୍ବା ଡାଟା ଲୋଡ କରିବା ସମୟ ଉପଯୋଗୀ ହେଉନାହିଁ
  • ଯେହେତୁ ସିସିଟିଏନଏସ ର ସ୍ବତନ୍ତ୍ର ଆପ ନାହିଁ ତେଣୁ ଏହା ସହଜ ମଧ୍ୟ ହେଉନାହିଁ

ଛୋଟ ଲେଟରରେ ତଦନ୍ତକାରୀ ଅଧିକାରୀ ତଥ୍ୟକୁ ଘଟଣାସ୍ଥଳରୁ ଲେଖି ଅପଲୋଡ କରିବା ସହଜ ହେଉନାହିଁ । ଯେଉଁ ଥାନାରେ କମ୍ପ୍ୟୁଟର ରହିଛି ସେହି ଥାନାରେ ବିଜୁଳି ସମସ୍ୟା ଏପରିକି ଇଣ୍ଟରନେଟ ସୁବିଧା ନାହିଁ । ଅନେକ ଥାନାରେ ବ୍ୟାକ୍ଅପ ସିଷ୍ଟମ ନଥିବା ଯୋଗୁଁ କେତେବେଳେ ଲାଇନ ନାହିଁ ତ କେତେବେଳେ ଇଣ୍ଟରନେଟ ଲିଙ୍କ ନାହିଁ । ଡାଟା ଅପଲୋଡ କରିବାରେ ଉପୁଜୁଛି ଅନେକ ସମସ୍ୟା । ଯେଉଁ କାରଣରୁ ଅନେକ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ସମ୍ପର୍କରେ ପୋଲିସ ଅବଗତ ଥିଲେ ବି ନୂତନ ପୋଲିସ ଅଧିକାରୀ ଅବଗତ ହେଉ ପାରୁନାହାଁନ୍ତି ।

ଏହାର ଜ୍ବଳନ୍ତ ଉଦାହରଣ ହେଉଛି ଇନଫୋସିଟି ଥାନା । କମିଶନରେଟ ପୋଲିସର ସାଇବର ଥାନା ଭାବେ ପରିଚିତ ଏହି ଥାନା । ଏଠାରେ ଉପଲବ୍ଧ ରହିଛି ସମସ୍ତ କମ୍ପାନୀର ସଫ୍ଟୱେୟାର । କିନ୍ତୁ ଏଠାରେ ଅନେକ ସମୟରେ ବିଜୁଳି କାଟ୍ ପାଲଟିଛି ମୁଖ୍ୟ ସମସ୍ୟା । ଇଣ୍ଟରନେଟ ଏଠାରେ ଆହୁରି ଦୁର୍ଦିଷ । ସାଇବର ଅପରାଧ ରଖିବା ତ ଦୂରର କଥା ହେଲେ ସମାଧାନ କରିବା ଆହୁରି କଷ୍ଟକର । ସେହିପରି ଚନ୍ଦକା, ବାଲିଅନ୍ତା ଓ ବାଲିପାଟଣା ଭଳି ଅନେକ ଥାନାର ଅବସ୍ଥା ଆହୁରି ଶୋଚନୀୟ ।

ତେବେ ଏନେଇ ପୋଲିସ କମିସନର କହିଛନ୍ତି, ସିଷ୍ଟମ ରହିଛି କେବଳ ଭିତ୍ତିଭୂମି ଅଭାବ ରହିଛି । ଗୋଟିଏ ଖରାପ ହେଲେ ଚାରୋଟି ଲାଗିବାର ସୁବିଧା ରହିଛି । ତଳସ୍ତରର ପୋଲିସ କର୍ମଚାରୀଙ୍କ ଅସୁବିଧା ସମ୍ପର୍କରେ ଅବଗତ ହେବେ ବଡ ଉପରିସ୍ତ ପୋଲିସ ଅଧିକାରୀ । ଏବଂ ଟେକ୍ନୋଲୋଜି ଦୁନିଆରେ କେବେ ପୋଲିସ ଅଭ୍ୟସ୍ତ ହୋଇ ସମସ୍ୟା ସମାଧାନ କରିବ ତାହା ଅଧିକାଶଂରେ ପୋଲିସ ପାଇଁ ଚିନ୍ତାଜନକ ବିଷୟ ପାଲଟିଛି ।


ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details