ଓଡିଶା

odisha

ETV Bharat / city

ତେଲେଙ୍ଗାନା ଘଟଣା ପରେ କମିଶନରେଟ ପୋଲିସର ଆଡଭାଇଜରି ଜାରି - ଭୁବନେଶ୍ବର ନ୍ୟୁଜ

ତେଲେଙ୍ଗାନାରେ ଡ଼ାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇଛି । ଏହି ଘଟଣାକୁ ନେଇ ସତର୍କ ବାଣୀ ଶୁଣାଇଛି କମିଶନରେଟ ପୋଲିସ ।

advisory for women
ଫାଇଲ ଫଟୋ

By

Published : Dec 1, 2019, 1:39 AM IST

ଭୁବନେଶ୍ବର: ପରିବାର ଠୁ ଦୂରରେ ରହୁଥିବା ମହିଳା ଓ କର୍ମଜୀବୀ ମହିଳାଙ୍କ ପାଇଁ ସତର୍କ ବାଣୀ । ତେଲେଙ୍ଗାନା ଘଟଣା ପରେ କମିଶନରେଟ ପୋଲିସ ଜାର କରିଛି ଆଡଭାଇଜାରି । ଟ୍ବିଟର ଜରିଆରେ ସତର୍କ କରାଇଲା କମିଶନରେଟ ପୋଲିସ ।

ଫଟୋ ସୌଜନ୍ଯ:@COMMISIONRATE POLICE

କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି, ଅଚିହ୍ନା ଓ ଅଜଣା ଲୋକଙ୍କ କଥାରେ ଭରସା କରନ୍ତୁ ନାହିଁ । କୌଣସି ଅଜଣା ସ୍ଥାନକୁ ଯାଉଥିଲେ ସମସ୍ୟା ହେଲେ ଲୋକଙ୍କ ଗହଳି ଭିତରେ ରୁହନ୍ତୁ ବା ଦୋକାନ ବଜାର କିମ୍ବା ପେଟ୍ରୋଲ ପମ୍ପ ନିକଟକୁ ଯାଆନ୍ତୁ ବୋଲି କୁହ।ଯାଇଛି । ସେହିପରି ୧୦୦କୁ କଲ କରନ୍ତୁ, ପିସିଆର ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଟ୍ବିଟର ଜରିଆରେ ଏହିଭଳି କିଛି ସତର୍କବାଣୀ ସୂଚାଇଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

ABOUT THE AUTHOR

...view details