ଭୁବନେଶ୍ବର: ରାଜଧାନୀରେ ନିଶା ମାଫିଆଙ୍କ ନେଟୱର୍କ ପଛରେ କମିଶନରେଟ ପୋଲିସ। ଛୋଟ ଛୋଟ ଡେଲି ଭେରି ବୟ ପଛରେ ନୁହେଁ ବରଂ ବଡ ନେଟୱର୍କ ପଛରେ ଏହି ସ୍ପେଶାଲ ଟିମ। ବ୍ରାଉନସୁଗାର ନେଟୱର୍କର ବଡ ଖୁଲାସା କରିବାକୁ ଲାଗିପଡିଛନ୍ତି ଏହି ସ୍ପେଶାଲ ଟିମ।
ଯେଉଁଥିରେ ଅଛନ୍ତି ଆଡିସିନାଲ କମିଶନର ସଂଜୟ ସିଂ। ଯାହାଙ୍କ ନେତୃତ୍ବରେ ସିକ୍ରେଟ ଅପରେସନ ଜାରି ରଖିଛି କମିଶନରେଟ ପୋଲିସର ଏହି ଡିଟିଏଫ ଟିମ। ଡ୍ରଗ ଟାସ୍କ ଫୋର୍ସ ଟିମ ବର୍ତ୍ତମାନ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜାରି ରଖିଛନ୍ତି ବଡ ଅପରେସନ। ବିଶେଷ କରି ଡ୍ରଗ୍ସ କାରବାର ପଛର ବଡ ନେଟୱର୍କ ଧରିବାକୁ କମିଶନରେଟ ପୋଲିସ ଚଳାଇଛି ଜୋରଦାର ପ୍ରୟାସ।
ଏପରିକି ରାଜ୍ୟର ଅନ୍ୟ ଜିଲ୍ଲାରେ ରହିଥିବା ଡ୍ରଗସ ମାଫିଆ ଲିଷ୍ଟ ସହ ସେମାନଙ୍କ ନେଟୱର୍କରେ ରହିଥିବା ମାଫିଆଙ୍କ ଲିଷ୍ଟ, ଡେଲିଭେରି ଟାଇମିଂ ,ଡେଲିଭେରିର ବିଭିନ୍ନ ତରିକା, ଡେଲିଭେରି ପାଇଁ ବ୍ୟବହୃତ ଗାଡି ଓ ମୋବାଇଲର କୋର୍ଡୱାର୍ଡ। ସବୁକିଛି ସୁରାକ ପାଇଁ ଗୋଟିଏ ପରେ ଗୋଟିଏ ଡ୍ରଗ ନେଟୱର୍କର ଚେର ଖୋଜିବାକୁ ଜୋରସୋରରେ ପ୍ରୟାସ ଜାରି ରଖିଛି କମିସନରେଟ ପୋଲିସର ଏହି ସ୍ପେଶାଲ ଟିମ।