ଭୁବନେଶ୍ବର: ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି ରାସ୍ତା ଉପରେ ବେଆଇନ ପାର୍କିଂ ଓ ଟ୍ରାଫିକ ସମସ୍ୟା । ମୁଖ୍ୟତଃ ସ୍କୁଲ ଛୁଟି ସମୟରେ ବିଭିନ୍ନ ସ୍କୁଲ ସାମ୍ନାରେ ଜମୁଛି ଭିଡ । କେଉଁଠାରେ ପିଲାଙ୍କୁ ନେବା ପାଇଁ ଆସି ଅଭିଭାବକ ମାନେ ରାସ୍ତାରେ ଗାଡି ପାର୍କ କଲେଣି ତ କେଉଁଠି ପୁଣି ରାସ୍ତା ଉପରେ ଛିଡା ହେଲାଣି ସ୍କୁଲ ବସ୍ । ତେବେ ରାସ୍ତାରେ ଦେଖାଯାଉଥିବା ଏହି ନିତିଦିନିଆ ସମସ୍ୟାର ସମାଧାନ ଦିଗରେ ଏବେ ସମସ୍ତ ଶିକ୍ଷାନୁଷ୍ଠାନ ଓ ବାଣିଜ୍ୟିକ ସଂସ୍ଥାକୁ ନୋଟିସ ଜାରି କରିଛନ୍ତି କମିଶନରେଟ ପୋଲିସ ।
ସୂଚନା ଅନୁଯାୟୀ ପ୍ରାୟ ପ୍ରତିଦିନ ସ୍କୁଲ ଛୁଟି ସମୟରେ ବିଭିନ୍ନ ସ୍କୁଲ ସମୟରେ ଜମୁଛି ଭିଡ । ରାସ୍ତା ଉପରେ ଦେଖିବାକୁ ମିଳୁଛି ନାହିଁ ନଥିବା ଭିଡ । ଫଳରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ସାଧାରଣ ଲୋକେ । ମୁଖ୍ୟତଃ ରାଜଧାନୀର ସେଣ୍ଟ ଜୋସେଫ ହାଇସ୍କୁଲ ରାମମନ୍ଦିର ସ୍କୋୟାର, ଡିଏଭି ପବ୍ଲିକ ସ୍କୁଲ-8, ଚନ୍ଦ୍ରଶେଖରପୁର, ପୋଖରୀପୁଟ, ସାଇ ଇଣ୍ଟରନ୍ୟାସନାଲ ସ୍କୁଲ ପଟିଆ, ଷ୍ଟୁଆର୍ଟ ପବ୍ଲିକ ସ୍କୁଲ ସମେତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସମ୍ମୁଖରେ ସ୍କୁଲ ଟାଇମରେ ଦେଖାଦେଉଛି ଟ୍ରାଫିକ ସମସ୍ୟା ।