ଭୁବନେଶ୍ବର: ‘ରୋଷେଇ ଶିଖି ନଥିବା ପୁଅକୁ ବିବାହ କରନାହିଁ ’ ବୟାନ ଦେଇ ଅଡୁଆରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏହାକୁ ନେଇ ସେ ସୋସିଆଲ ମିଡିଆ ସହ ରାଜନୈତିକ ମହଲରେ ଆକ୍ରୋଶର ଶିକାର ହୋଇଛନ୍ତି। ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏହି ମନ୍ତବ୍ୟକୁ କଡା ବିରୋଧ କରିବା ସହ ସମାଲୋଚନା କରିଛନ୍ତି। ପୋଲିସ କମିଶନରଙ୍କ ମନ୍ତବ୍ୟ ପୁରୁଷ ଓ ନାରୀ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ସେ ପ୍ରକାଶ କରିଛନ୍ତି । ଏପରି ବୟାନ ପାଇଁ ସେ ବଦଳି ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି।
ବିବାଦୀୟ ମନ୍ତବ୍ୟ ପଡିପାରେ ମହଙ୍ଗା, ବଦଳିପାରନ୍ତି ପୋଲିସ କମିଶନର! - ଅଡୁଆରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ
ବିବାଦୀୟ ବୟାନ ଦେଇ ଅଡୁଆରେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଏହାକୁ ନେଇ ସେ ସୋସିଆଲ ମିଡିଆ ସହ ରାଜନୈତିକ ମହଲରେ ଆକ୍ରୋଶର ଶିକାର ହୋଇଛନ୍ତି। ଏପରିକି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏହି ମନ୍ତବ୍ୟକୁ କଡା ବିରୋଧ କରିଛନ୍ତି। ଯାହାକୁ ନେଇ ସେ ବଦଳି ପାରନ୍ତି ବୋଲି ଚର୍ଚ୍ଚା ଜୋରଧରିଛି।
ବିବାଦୀୟ ମନ୍ତବ୍ୟ ପଡିପାରେ ମହଙ୍ଗା, ବଦଳିପାରନ୍ତି ପୋଲିସ କମିଶନର!
ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ରୋଷେଇ ଜାଣି ନଥିବା ପୁଅ କଣ ନାରୀକୁ ସମ୍ମାନ କରେନି ? ଏହା କଣ ପାଇଁ ମହିଳା ଏସପିଓଙ୍କ ପାଇଁ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଏହି ଘଟଣାରେ ଅସନ୍ତୋଷର ବାତାବରଣ ତୃତୀୟ ମହଲା ଯାଏ ପହଞ୍ଚିଛି । ଯାହାକୁ ନେଇ ପୋଲିସ କମିଶନର ବଦଳିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ସୂଚନାଯୋଗ୍ୟ, ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଏସପିଓ (ୱିମେନ) ନିଯୁକ୍ତି ରେ ଯୋଗ ଦେବା ବେଳେ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଏହି ବିବାଦୀୟ ବକ୍ତବ୍ୟ ଦେଇଥିଲେ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ
Last Updated : Jan 4, 2020, 4:43 AM IST